Videos
|
Sports

Team India Squad Changes / ବଦଳିଗଲା ଟିମ୍ ଇଣ୍ଡିଆ, ବିରାଟ କୋହଲି ଓ ରୋହିତ ଶର୍ମା ଖେଳିବେନି ଚତୁର୍ଥ ଦିନିକିଆ ?

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ବଦଳିଗଲା ଟିମ୍ ଇଣ୍ଡିଆ, ବିରାଟ କୋହଲି ଓ ରୋହିତ ଶର୍ମା ଖେଳିବେନି ଚତୁର୍ଥ ଦିନିକିଆ ?
Team India Squad Changes

Key Points

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ
ଜାଣନ୍ତୁ କିଏ ହେଲେ ବାଦ୍
କ'ଣ ଖେଳିବେ ରୋହିତ-ବିରାଟ ?



ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ନଭେମ୍ବର ୧୩ରେ ମାଉଣ୍ଟ ମୌଙ୍ଗାନୁଇର ବେ ଓଭାଲ୍‌ରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆରେ ହୋଇଛି ଏକାଧିକ ବଡ଼ ପରିବର୍ତ୍ତନ । ଅଧିନାୟକ ଶୁବମନ ଗିଲ୍, ୱିକେଟକିପର ବ୍ୟାଟ୍ସମ୍ୟାନ୍‌ କେଏଲ୍ ରାହୁଲଙ୍କ ସମେତ କିଛି ପ୍ରମୁଖ ଖେଳାଳି ଶେଷ ଦୁଇଟି ଦିନିକିଆରୁ ଓହରି ଯାଇଛନ୍ତି । ଏଭଳି ସ୍ଥିତିରେ କ୍ରିକେଟ୍ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଛି, ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ଶେଷ ଦୁଇଟି ମ୍ୟାଚ୍ ଖେଳିବେ ନାହିଁ କି ?
ଶୁବମନ ଗିଲ୍‌ଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ଅଧିନାୟକ ଦାୟିତ୍ୱ
ଶୁବମନ ଗିଲ୍‌ଙ୍କ ସ୍ଥାନରେ ଶେଷ ଦୁଇଟି ଦିନିକିଆ ପାଇଁ ଶ୍ରେୟସ ଆୟରଙ୍କୁ ଭାରତୀୟ ଦଳର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି । ସେହିପରି ଦଳରୁ ବାଦ୍ ପଡ଼ିଥିବା ଖେଳାଳିଙ୍କ ସ୍ଥାନରେ ୱିକେଟକିପର ବ୍ୟାଟ୍ସମ୍ୟାନ୍‌ ଈଶାନ କିଶନ, ତିଲକ ବର୍ମା ଏବଂ ୟଶ ଠାକୁରଙ୍କୁ ସାମିଲ କରାଯାଇଛି ।
ବାଦ୍ ପଡ଼ିବେନି ବିରାଟ କୋହଲି ଓ ରୋହିତ ଶର୍ମା
ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ହେଉଛି, ବିରାଟ କୋହଲି ଓ ରୋହିତ ଶର୍ମା ଚତୁର୍ଥ ଏବଂ ପଞ୍ଚମ ଦିନିକିଆରୁ ବାଦ୍ ପଡ଼ିନାହାନ୍ତି । ଉଭୟ ଷ୍ଟାର ଖେଳାଳି ଶେଷ ଦୁଇଟି ମ୍ୟାଚ୍ ପାଇଁ ଭାରତୀୟ ଦଳର ଅଂଶ ରହିବେ। ତେଣୁ ପ୍ରଶଂସକମାନେ ଏହି ଦୁଇ ଅଭିଜ୍ଞ ଖେଳାଳିଙ୍କୁ ପଡ଼ିଆରେ ଦେଖିବାକୁ ପାଇବେ ।
କାହିଁକି ଦଳରୁ ବାଦ୍ ପଡ଼ିଲେ ଶୁବମନ ଗିଲ୍ ଓ ଅନ୍ୟ ଖେଳାଳି ?
ଶୁବମନ ଗିଲ୍ ଓ ଅନ୍ୟ କିଛି ପ୍ରମୁଖ ଖେଳାଳିଙ୍କୁ ଶେଷ ଦୁଇଟି ଦିନିକିଆରୁ ବାଦ୍ ଦେବା ପଛରେ ରହିଛି ଆଗାମୀ ଟେଷ୍ଟ ସିରିଜ୍‌ର ପ୍ରସ୍ତୁତି । ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍ ନଭେମ୍ବର ୧୫ ତାରିଖରେ ଖେଳାଯିବାକୁ ଥିବାବେଳେ ନଭେମ୍ବର ୧୯ରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବ ।
ଉଭୟ ସିରିଜ୍ ମଧ୍ୟରେ ବ୍ୟବଧାନ କମ୍ ଥିବାରୁ ଖେଳାଳିଙ୍କୁ ଟେଷ୍ଟ କ୍ରିକେଟ୍ ପାଇଁ ଉପଯୁକ୍ତ ବିଶ୍ରାମ ଓ ଅଭ୍ୟାସ ସମୟ ଦେବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ଯାହାଦ୍ୱାରା ଖେଳାଳିମାନେ ଲାଲ୍ ବଲ୍ କ୍ରିକେଟ୍ ପାଇଁ ନିଜକୁ ଭଲ ଭାବେ ପ୍ରସ୍ତୁତ କରିପାରିବେ ।
ଚତୁର୍ଥ ଦିନିକିଆ ପାଇଁ ଭାରତୀୟ ଦଳ
ଶ୍ରେୟସ ଆୟର (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ତିଲକ ବର୍ମା, ନମନ ଧୀର, ଋତୁରାଜ ଗାଏକ୍ବାଡ଼, ଅକ୍ଷର ପଟେଲ, ଈଶାନ କିଶନ (ୱିକେଟକିପର), କୁମାର କୁଶାଗ୍ର (ୱିକେଟକିପର), ଆକିବ ନବି ଡାର, ଗୁରନୂର ବ୍ରାର, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ୟଶ ଠାକୁର, କୁଲଦୀପ ଯାଦବ
ଏବେ ଚତୁର୍ଥ ଓ ପଞ୍ଚମ ଦିନିକିଆରେ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ କିପରି ପ୍ରଦର୍ଶନ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: