ଭାରତକୁ ଷଷ୍ଠ ପଦକ , ବ୍ରୋଞ୍ଜ ମେଡାଲ ଜିତିଛନ୍ତି ଅମନ ଶେରାୱତ

ଅର୍ଗସ ବ୍ୟୁରୋ : ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଷଷ୍ଠ ପଦକ। ପୁରୁଷ କୁସ୍ତି 57 କେଜି ବର୍ଗରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ଅମନ ଶେରାୱତ। ପ୍ୟାରିସ ଅଲିମ୍ପିକ୍ସ କୁସ୍ତିରେ ଭାରତ ଖାତାକୁ ଆସିଛି ପ୍ରଥମ ମେଡାଲ୍। ଅମନଙ୍କ ଏ ସଫଳତା ପରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ଅନେକ ବରିଷ୍ଠ ବ୍ୟକ୍ତିତ୍ବ। ସେପଟେ ପୁରୁଷ କୁସ୍ତିରେ ପଦକ ଆଣିବାକୁ ପଣ କରିଥିଲେ ଅମନ। ଯାହାକୁ ଲକ୍ଷ୍ୟରେ ରଖି ସେ ମୈଦାନକୁ ଓହ୍ଲାଇଥିଲେ ବୋଲି କହିଛନ୍ତି।
ଅଧିକ ପଢନ୍ତୁ : ପ୍ୟାରିସ ଅଲମ୍ପିକ୍ସ:ଆଜି ବ୍ରୋଞ୍ଜ ପାଇଁ ଖେଳିବେ ରେସଲର ଅମନ
୩ଟି ବ୍ରୋଞ୍ଜ ପଦକ ସୁଟିଂରେ ମିଳିଥିବାବେଳେ ଗୋଟିଏ ବ୍ରୋଞ୍ଜ ପଦକ ଭାରତୀୟ ହକି ଦଳକୁ ମିଳିଛି। ଅନ୍ୟପଟେ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କୁ ମିଳିଛି ରୌପ୍ୟ ପଦକ । ଏବେ ଅମନ ଆଉ ଏକ ବ୍ରୋଞ୍ଜ ପଦକ ହାସଲ କରି ଷଷ୍ଠରେ ପହଞ୍ଚିଛି ପଦକ ସଂଖ୍ୟା ।