ପ୍ୟାରିସ୍ ଅଲିମ୍ପିକ୍ସର ମହିଳା କୁସ୍ତିର ଫାଇନାଲରେ ଭାରତର ଭିନେଶ ଫୋଗଟ୍

ଅର୍ଗସ ବ୍ୟୁରୋ : ମହିଳା ରେସଲିଂ ୫୦ କେଜି ବର୍ଗରେ ପ୍ରଥମ ଭାରତୀୟ ଭାବେ ଫାଇନାଲରେ ଭୀନେଶ ଫୋଗାଟ । ଏହାସହିତ ଭାରତ ପାଇଁ ଆଉ ଏକ ପଦକ ପକ୍କା କରିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସର ମହିଳା କୁସ୍ତିର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଭିନେଶ ଫୋଗଟ୍ । ସେମିରେ ବିନେଶ କ୍ୟୁବାର ଓ୍ବାଇ. ଗୁଜମ୍ୟାନଙ୍କୁ କଲେ ପରାସ୍ତ । ଭିନେଶ ଫୋଗଟ୍ ୫୦ କେଜି ବର୍ଗର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ପୂର୍ବରୁ କ୍ବାର୍ଟରରେ ୟୁକ୍ରେନର ଲିବାଚଙ୍କୁ ୭-୫ରେ ହରାଇଥିଲେ । ପ୍ରି-କ୍ବାର୍ଟରରେ ଡିଫେଣ୍ଡିଂ ଚାମ୍ପିୟନକୁ ହରାଇଥିଲେ ଫୋଗାଟ । ବିଶ୍ବ କୁସ୍ତି ଚାମ୍ପିୟନଶିପରେ ସେ ଅନେକ ପଦକ ଜିତିଛନ୍ତି।
ଅଧିକ ପଢନ୍ତୁ : ପ୍ୟାରିସ ଅଲମ୍ପିକ୍ସ ଫାଇନାଲରେ ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା
ଫୋଗାଟ୍ ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ୨୦୧୯ରେ ଲରିୟସ୍ ବିଶ୍ୱ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ତାଙ୍କର ବର୍ତ୍ତମାନର ଫର୍ମକୁ ଦେଖିଲେ ସେ ପଦକ ଜିତିବା ଆଶା କରାଯାଉଛି । ସେପଟେ ହକିରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ । ୩-୨ରେ ଜର୍ମାନୀ ଠାରୁ ହାରିଲା ଭାରତ । ଆଗକୁ ସ୍ପେନ ସହ ବ୍ରୋଞ୍ଜ ପଦକ ପାଇଁ କରିବ ମୁକାବିଲା ।