|
logo
Live

Argus News - ଅସଂଖ୍ୟ ରେକର୍ଡ, ଅଗଣିତ ଫ୍ୟାନ ଆଜିବି ଅତୁଟ ରହିଛି କ୍ରେଜ୍

Sports

ଅସଂଖ୍ୟ ରେକର୍ଡ, ଅଗଣିତ ଫ୍ୟାନ ଆଜିବି ଅତୁଟ ରହିଛି କ୍ରେଜ୍

Jitendra Dash
Browse all articles by Jitendra Dash
·1 year ago·2 min read
ଅସଂଖ୍ୟ ରେକର୍ଡ, ଅଗଣିତ ଫ୍ୟାନ ଆଜିବି ଅତୁଟ ରହିଛି କ୍ରେଜ୍

ଅର୍ଗସ ବ୍ୟୁରୋ : ଆଜି କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ । ଆଜିର ଦିନରେ ୫୧ ବର୍ଷରେ ପଦାର୍ପଣ କରିଛନ୍ତି କ୍ରିକେଟର ମାଷ୍ଟର ବ୍ଲାଷ୍ଟର । ଏହି ଅବସରରେ କାଲିକଟର ମାଲବାର ଖ୍ରୀଷ୍ଟିଆନ କଲେଜର ଇତିହାସ ବିଭାଗର ମୁଖ୍ୟ ପ୍ରଫେସର ବଶିଷ୍ଟ ଏବଂ ତାଙ୍କ ଛାତ୍ରଛାତ୍ରୀଙ୍କ ଦ୍ବାରା ସଚିନ ଗ୍ୟାଲେରୀ ପ୍ରସ୍ତୁତ ହୋଇଛି।  ବିଶେଷ କରି ଲାଇବ୍ରେରୀରେ ସେମାନେ ଏହି ଗ୍ୟାଲେରୀ ପ୍ରସ୍ତୁତ କରିବା ସହ ସଚିନ ତେନ୍ଦୁଲକରଙ୍କ ପାଇଁ ଲେଖା ଯାଇଥିବା ୧୧ଟି ଭାଷାର ପୁସ୍ତକ ସ୍ଥାନ ପାଇଛି । ଏହା ସହ ପ୍ରଫେସର ବଶିଷ୍ଟ ଏବଂ ତାଙ୍କ ବିଦ୍ୟାର୍ଥୀଙ୍କ ଦ୍ବାରା ସଚିନ ତେନ୍ଦୁଲକରଙ୍କ ଅବସରରେ ଦୁଇଟି ଗୀତ ରିଲିଜ ହୋଇଯାଇଛି ।

୧୬ ବର୍ଷ ବୟସରେ ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବାବେଳେ ୧୯୮୯ରେ ସେ ପାକିସ୍ତାନ ବିପକ୍ଷରେ ପ୍ରଥମ ଦିନିକିଆରୁ କ୍ୟାରିୟର ଆରମ୍ଭ କରିଥିଲେ । କ୍ରିକେଟ୍‌ କ୍ୟାରିୟର ମଧ୍ୟରେ ସେ ଅନେକ ପାହାଚ ଚଢ଼ିବା ସହିତ ବହୁ ବିଶ୍ବ ରେକର୍ଡ ସୃଷ୍ଟି କରି ଦେଶର ନାମକୁ ସ୍ବତନ୍ତ୍ର ସ୍ଥାନରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ଶତକରେ ଶତକ କରିବାରେ ସେ ହେଉଛନ୍ତି ପ୍ରଥମ କ୍ରିକେଟର । ତାଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ।

କୁହାଯାଉଥିଲା ସଚିନ୍ ରେକର୍ଡ ପଛରେ ନଥିଲେ, ରେକର୍ଡ ଧାଇଁଥିଲା ସଚିନଙ୍କ ପଛରେ  । ଆସନ୍ତୁ ଜାଣିବା କିଛି ତାଙ୍କ ରେକର୍ଡ ବିଷୟରେ.....

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଖେଳ ଖବର

୧- ସଚିନ ତେନ୍ଦୁଲକର ହେଉଛନ୍ତି ଏକମାତ୍ର ବ୍ୟାଟ୍ସମ୍ୟାନ, ଯିଏ ସର୍ବାଧିକ ୨୦୦ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ୨-ସଚିନ ତେନ୍ଦୁଲକର ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୩୪,୩୫୭ ରନ ସ୍କୋର କରିଛନ୍ତି । ସେ କ୍ରିକେଟ ଇତିହାସରେ ସର୍ବାଧିକ ଅନ୍ତର୍ଜାତୀୟ ରନ ସ୍କୋରର।  ସଚିନଙ୍କ ଏହି ରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ । ୩- ସଚିନ ତେନ୍ଦୁଲକର ହେଉଛନ୍ତି ବ୍ୟାଟ୍ସମ୍ୟାନ ଯିଏ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ସର୍ବାଧିକ ମ୍ୟାଚ ଖେଳିଛନ୍ତି । ସେ ତାଙ୍କ କ୍ୟାରିୟରରେ ୬୬୪ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ୪- ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଚୌକା ମାରିଛନ୍ତି । ୬୬୪ ମ୍ୟାଚ୍‌ର ୭୮୨ ଇନିଂସରେ ବ୍ୟାଟିଂ କରୁଥିବାବେଳେ ତେନ୍ଦୁଲକର ୪୦୭୬+ ଚୌକା ମାରିଥିଲେ । ୫- ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୫୦ କିମ୍ବା ଅଧିକ ସ୍କୋର କରିଛନ୍ତି । କିମ୍ବଦନ୍ତୀ ତେନ୍ଦୁଲକର ୫୦ ରନ ମାର୍କ ୨୬୪ ଥର ଅତିକ୍ରମ କରିଥିଲେ, ଯେଉଁଥିରେ ୧୦୦ ଶତକ ଏବଂ ୧୬୪ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ଥିଲା ।
 
ଅସଂଖ୍ୟ ରେକର୍ଡ, ଅଗଣିତ ଫ୍ୟାନ, ଆକଳନ କରି ହେଉନଥିବା ଲୋକପ୍ରିୟତା ଭିତରେ ଅବସର ନେଇଥିଲେ ବିଶ୍ୱ କ୍ରିକେଟର ଏହି ବାଦଶାହ୍ । ହେଲେ ଏବେ ବି ଅତୁଟ ରହିଛି କ୍ରେଜ୍ । ଜନ୍ମ ଦିନରେ ଛୁଟିଛି ଶୁଭେଚ୍ଛାର ସୁଅ । ଅନେକ ପ୍ରତିଷ୍ଠିତ କ୍ରିକେଟର ଏବଂ ପୂର୍ବତନ ସାଥୀ ଖେଳାଳି ଟ୍ୱିଟ୍ କରି ଜଣାଇଛନ୍ତି ବାର୍ଥ ଡେ ଉଇସ୍ ।

Sponsored
ଅସଂଖ୍ୟ ରେକର୍ଡ, ଅଗଣିତ ଫ୍ୟାନ ଆଜିବି ଅତୁଟ ରହିଛି କ୍ରେଜ୍ | Argus News