Longest Playing IPL Cricketers / ଆଜିର ଦିନରେ ଆରମ୍ଭ ହୋଇଥିଲା IPL, ୨୦୦୮ରୁ ଏପର୍ଯ୍ୟନ୍ତ ଖେଳୁଛନ୍ତି ଏହି ୪ ଖେଳାଳି
·4 months ago·2 min read

Key Points
IPLକୁ ୧୮ ବର୍ଷ
ଆଜିର ଦିନରେ ଆରମ୍ଭ ହୋଇଥିଲା IPL
ଆଜି ମଧ୍ୟ ଖେଳୁଛନ୍ତି ଏହି ଲେଜେଣ୍ଡ୍ ଖେଳାଳି
ଆଜିର ଦିନରେ ଆରମ୍ଭ ହୋଇଥିଲା IPL
ଆଜି ମଧ୍ୟ ଖେଳୁଛନ୍ତି ଏହି ଲେଜେଣ୍ଡ୍ ଖେଳାଳି
୧୮ ଏପ୍ରିଲ୍ ୨୦୦୮ । ଏହି ଦିନଟି ପ୍ରତ୍ୟେକ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ସ୍ମରଣୀୟ ଦିନ । କାହିଁକି ନା ଏହି ଦିନ ହିଁ ଆରମ୍ଭ ହୋଇଥିଲା ଫଟାଫଟ୍ କ୍ରିକେଟ୍ର ମହାକୁମ୍ଭ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)। ଆଉ ୧୮ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ଟି-୨୦ ଟୁର୍ଣ୍ଣାମେଣ୍ଟ ଯେ କ୍ରିକେଟ ଦୁନିଆକୁ ପୂରା ପରିବର୍ତ୍ତନ କରିଦେବ କେହି ଭାବି ନଥିଲେ ।
ତେବେ ଆଇପିଏଲର ପ୍ରଥମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା । ଆଉ IPl ର ପ୍ରଥମ ବଲ୍ ଖେଳିଥିଲେ ସୌରଭ ଗାଙ୍ଗୁଲି । ପ୍ରବୀଣ କୁମାର ଥିଲେ ଲିଗ୍ର ପ୍ରଥମ ବଲ୍ ପକାଇଥିବା ବୋଲର । ଏବେ ୨୦୨୬ରେ ଆଇପିଏଲର ୧୯ତମ ସିଜିନ୍ ଖେଳାଯାଉଛି । ଏହି ସିଜିନ୍ରେ ଏମିତି କିଛି ଖେଳାଳି ଅଛନ୍ତି, ଯେଉଁମାନେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ପ୍ରଥମ ସିଜିନ୍ରୁ ଖେଳୁଛନ୍ତି । ଆସନ୍ତୁ ଜାଣିବା କେଉଁମାନେ ସେହି ଖେଳାଳି...
ମହେନ୍ଦ୍ର ସିଂ ଧୋନି - ଏମ୍ଏସ୍ ଧୋନି ଆଇପିଏଲର ପ୍ରତ୍ୟେକ ସିଜିନରେ ଖେଳିଛନ୍ତି । ଯଦିଓ ସେ ଆଘାତ ଯୋଗୁଁ ଆଇପିଏଲ ୨୦୨୬ରେ ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି, ତଥାପି ସେ CSK ର ଜଣେ ସକ୍ରିୟ ଖେଳାଳି । ସେ ତାଙ୍କ ୨୭୮ ମ୍ୟାଚ୍ର ଆଇପିଏଲ କ୍ୟାରିୟରରେ ୫,୪୩୯ ରନ୍ କରିଛନ୍ତି ।
ବିରାଟ କୋହଲି - ବିରାଟ କୋହଲି ଏକମାତ୍ର ଖେଳାଳି ଯିଏ ସବୁବେଳେ ଆଇପିଏଲରେ ସମାନ ଦଳ ପାଇଁ ଖେଳିଛନ୍ତି । ସେ ୨୦୦୮ ମସିହାରୁ ହିଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଛନ୍ତି । ବିରାଟ ତାଙ୍କ ୨୭୩ ମ୍ୟାଚ୍ର ଆଇପିଏଲ କ୍ୟାରିୟରରେ ୮,୯୦୭ ରନ୍ କରିଛନ୍ତି । ତାଙ୍କ ନାମରେ ୮ଟି ଶତକ ଏବଂ ୬୫ଟି ଅର୍ଦ୍ଧଶତକ ଅଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରୋହିତ ଶର୍ମା - ରୋହିତ ଶର୍ମା ଡେକାନ ଚାର୍ଜର୍ସରୁ ତାଙ୍କ ଆଇପିଏଲ କ୍ୟାରିଅର ଆରମ୍ଭ କରିଥିଲେ । ୨୦୧୧ ମସିହାରୁ ହିଟ୍ମ୍ୟାନ୍ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି । ୨୦୦୮ ମସିହାରୁ ୨୦୨୬ ମଧ୍ୟରେ ଖେଳାଯାଇଥିବା ୧୯ଟି ସିଜିନରେ ରୋହିତ ଶର୍ମା ୨୭୬ଟି ମ୍ୟାଚ୍ ଖେଳି ୭,୧୮୩ ରନ କରିଛନ୍ତି ।
ମନୀଷ ପାଣ୍ଡେ - ମନୀଷ ପାଣ୍ଡେ IPL ୨୦୨୬ ରେ କୋଲକାତା ନାଇଟ୍ ରାଇଡର୍ସ ଦଳର ଅଂଶ ଅଛନ୍ତି । ସେ ତାଙ୍କ IPL କ୍ୟାରିଅରରେ ମୋଟ ୭ଟି ଦଳ ପାଇଁ ଖେଳିଛନ୍ତି । ସେ ୧୭୪ଟି ମ୍ୟାଚ୍ ବିଶିଷ୍ଟ କ୍ୟାରିଅରରେ ୩,୯୪୨ ରନ କରିଛନ୍ତି। ସେ ୨୦୦୮ ମସିହାରୁ ଇଣ୍ଡିଆନ୍ ପ୍ରିମିୟର ଲିଗରେ ଖେଳୁଛନ୍ତି ।
ସେହିପରି ଆହୁରି କିଛି ଖେଳାଳି ଅଛନ୍ତି ଯେଉଁମାନେ ୨୦୦୮ ମସିହାରେ ଖେଳିଥିଲେ, ଆଉ ଏବେ ମଧ୍ୟ ଖେଳୁଛନ୍ତି । କିନ୍ତୁ ଏହି ଖେଳାଳି ଆଇପିଏଲର ସମସ୍ତ ସିଜିନରେ ଖେଳିବାର ସୁଯୋଗ ପାଇନଥିଲେ । ଇଶାନ୍ତ ଶର୍ମା, ଅଜିଙ୍କ୍ୟ ରାହାଣେ, ସ୍ୱପ୍ନିଲ ସିଂହ ଏବଂ ରବିନ୍ଦ୍ର ଜାଡେଜା ହେଉଛନ୍ତି କିଛି କ୍ରିକେଟର ଯେଉଁମାନେ ୨୦୦୮ ମସିହାରେ IPL ଡେବ୍ୟୁ କରିଥିଲେ ।

Related Topics
Explore more stories