ମୁସ୍ତାଫିଜୁର ରହମାନ୍ଙ୍କ ଦମଦାର ପ୍ରଦର୍ଶନ ପ୍ରଥମ ମ୍ୟାଚରେ ନେଲେ ୪ଟି ୱିକେଟ୍

ଅର୍ଗସ ବ୍ୟୁରୋ : ଆଇପିଏଲ ୨୦୨୪ ଉଦଘାଟନୀ ମ୍ୟାମରେ ବିଜୟରୁ ଅଭିଯାନ ଆରମ୍ଭ କଲା ଚେନ୍ନାଇ ସୁପରକିଙ୍ଗସ୍ । ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ସିଏସକେ ଓ ଆରସିବି ଭିତରେ ଏକ ଦମଦାର ମ୍ୟାଚ ଦେଖିବାକୁ ମିଳିଥିଲା । ବେଙ୍ଗାଲୁରୁକୁ ୬ ୱିକେଟରେ ହରାଇ ବିଜୟ ହାସଲ କରିଛି ସିଏସକେ। ଆରସିବି ଚେନ୍ନାଇ ଆଗରେ ରଖିଥିବା ୧୭୪ ରନର ବିଜୟ ଲକ୍ଷ୍ୟକୁ ସିଏସକେ ମାତ୍ର ୧୮ ଓଭର ୪ଟି ବଲରେ ହାସଲ କରିନେଇଛି ।
ତେବେ ଏହି ମ୍ୟାଚରେ ମୁସ୍ତାଫିଜୁର ରହମାନ୍ଙ୍କ ଦମଦାର ପ୍ରଦର୍ଶନ କରି ୪ଟି ୱିକେଟ୍ ନେଇଛନ୍ତି । ବିଶ୍ବର ସବୁଠାରୁ ଧନୀ ଓ ଲୋକପ୍ରିୟ କ୍ରିକେଟ୍ ଲିଗ୍ ‘ଆଇପିଏଲ୍’ର ସପ୍ତଦଶ ସଂସ୍କରଣର ପ୍ରଥମ ମୁକାବିଲାରେ ବେଙ୍ଗାଲୁରୁ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆରସିବିର ପୂର୍ବତନ ଅଧିନାୟକ ଓ ବର୍ତ୍ତମାନର ଅଧିନାୟକ ଫାପ୍ ଡୁ’ପ୍ଲେସିସ୍ ପାଳି ଆରମ୍ଭ କରିଥିଲେ ।
ଅଧିକ ପଢନ୍ତୁ : https://argusnews.in/article/sports/csk-vs-rcb-highlights-ipl-2024
📱 Get Argus News App
✨ମାତ୍ର ଦଳ ସ୍କୋର୍ ୪୨ ରନ୍ ବେଳକୁ କ୍ରମାଗତ ଭାବେ ରଜତ ପାଟିଦାର ଓ ଗ୍ଲେନ୍ ମେକ୍ସୱେଲ୍ଙ୍କୁ ହରାଇଲା । ପାଟିଦାର ଓ ମେକ୍ସୱେଲ୍ ଖାତା ଖୋଲି ନପାରି ପଡ଼ିଆରୁ ବିଦାୟ ନେଇଥିଲେ । ବିରାଟ କୋହଲି ମଧ୍ୟ ବ୍ୟକ୍ତିଗତ ଭାବେ ୨୧ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ । ଚେନ୍ନାଇର ପଞ୍ଚମ ଶିକାର ହୋଇଥିଲେ କେମ୍ରନ୍ ଗ୍ରିନ୍ (୧୮ ରନ୍) । ଅନୁଜ ରାୱତ ଦଳ ପାଇଁ ବ୍ୟକ୍ତିଗତ ଭାବେ ସର୍ବାଧିକ ୪୮ ରନ୍ ସଂଗ୍ରହ କରିଥିଲେ। ସେ ୨୫ଟି ବଲ୍ ଖେଳି ୪ଟି ଚୌକା ଓ ୩ଟି ଛକା ମାରିଥିଲେ। ସେହିପରି ଦିନେଶ କାର୍ତ୍ତିକ ଅପରାଜିତ ରହି ୨୬ଟି ବଲ୍ରୁ ୩୮ ରନ୍ ସଂଗ୍ରହ କରିଥିଲେ।