Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL Mini Auction / ୫ ଖେଳାଳି ନେଇଗଲେ ଆଇପିଏଲ ନିଲାମର ୪୦% ଟଙ୍କା

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
୫ ଖେଳାଳି ନେଇଗଲେ ଆଇପିଏଲ ନିଲାମର ୪୦% ଟଙ୍କା
IPL Auction

Key Points

IPL ନିଲାମରେ ଟଙ୍କା ବର୍ଷା
୫ ଖେଳାଳି ନେଇଗଲେ ୪୦% ଟଙ୍କା!
କେମରନ୍ ଗ୍ରୀନ୍‌ ସବୁଠୁ ମହଙ୍ଗା ଖେଳାଳି
ମଙ୍ଗଳବାର ଆବୁଧାବିରେ ଆଇପିଏଲ ୨୦୨୬ ପାଇଁ ଖେଳାଳି ନିଲାମ ହୋଇଥିଲା । ମୋଟ୍ ୩୬୯ ଜଣ ଖେଳାଳିଙ୍କ ଉପରେ ବିଡ୍ ହୋଇଥିଲା । ସେମାନଙ୍କ ମଧ୍ୟରୁ କେବଳ ୭୭ ଜଣ ବିକ୍ରି ହୋଇଥିଲେ । ବିକ୍ରି ହୋଇଥିବା ଖେଳାଳିଙ୍କ ମଧ୍ୟରେ ୪୮ ଜଣ ଭାରତୀୟ ଏବଂ ୨୯ ଜଣ ବିଦେଶୀ ତାରକା ଥିଲେ । ମୋଟାମୋଟି ଭାବରେ ଫ୍ରାଞ୍ଚାଇଜ୍ ଦଳଗୁଡ଼ିକ ନିଲାମ ସମୟରେ ମୋଟ ୨୧୫.୪୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ଏହି ମୋଟ ଟଙ୍କାର ପ୍ରାୟ ୪୦ ପ୍ରତିଶତ କେବଳ ପାଞ୍ଚ ଜଣ ଖେଳାଳିଙ୍କ ଉପରେ ଖର୍ଚ୍ଚ ହୋଇଥିଲା । ତେବେ ଆସନ୍ତୁ ଜାଣିବା କିଏ ସେହି ୫ ଖେଳାଳି...

କେମରନ୍‌ ଗ୍ରୀନ୍‌

IPL ୨୦୨୬ ପାଇଁ ହୋଇଥିବା ମିନି ନିଲାମରେ ସବୁଠାରୁ ମହଙ୍ଗା ଖେଳାଳି ଥିଲେ କେମରନ୍‌ ଗ୍ରୀନ୍ । ତାଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ ୨୫.୨୦ କୋଟିରେ କିଣିଥିଲା । ଗ୍ରୀନ୍ ମଧ୍ୟ IPL ଇତିହାସରେ ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ହୋଇଥିଲେ । ତାଙ୍କର ବେସ୍‌ ପ୍ରାଇସ୍‌ ୨ କୋଟି ଥିଲା । କିନ୍ତୁ ଗ୍ରୀନ୍‌ଙ୍କୁ ୨୫.୨୦ କୋଟିରେ KKR କିଣିଥିଲା । ଗ୍ରୀନ୍ ପୂର୍ବରୁ ୨୦୨୩ରେ ୧୭.୫୦ କୋଟିରେ ବିକ୍ରି ହୋଇଥିଲା ।

ମଥିସା ପଥିରାନା

ଶ୍ରୀଲଙ୍କାର ଦ୍ରୁତ୍‌ ବୋଲର ମଥିସା ପଥିରାନା ଆଇପିଏଲ ମିନି ନିଲାମରେ ଦ୍ବିତୀୟ ସର୍ବାଧିକ ମହଙ୍ଗା ଖେଳାଳି ହୋଇଛନ୍ତି । ତାଙ୍କୁ ମଧ୍ୟ କୋଲକାତା ମିନି ନିଲାମରେ କିଣିଛି । ଶ୍ରୀଲଙ୍କା ବୋଲର ମଥିସା ପଥିରାନାଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଥିଲା କିନ୍ତୁ KKR ୧୮ କୋଟିରେ କିଣିଥିଲା । ଏହାର ଅର୍ଥ ହେଉଛି KKR କେବଳ ଦୁଇ ଜଣ ଖେଳାଳିଙ୍କ ପାଇଁ ୪୩.୨୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା ।

କାର୍ତ୍ତିକ ଶର୍ମା ଓ ପ୍ରଶାନ୍ତ ବୀର

ଆଇପିଏଲ ୨୦୨୬ ପାଇଁ ହୋଇଥିବା ମିନି ନିଲାମରେ ତୃତୀୟ ସବୁଠାରୁ ମହଙ୍ଗା ଖେଳାଳି ଥିଲେ କାର୍ତ୍ତିକ ଶର୍ମା । ଯାହାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୧୪.୨୦ କୋଟିରେ କିଣିଥିଲା । କେବଳ କାର୍ତ୍ତିକ ନୁହଁନ୍ତି ଚେନ୍ନାଇ ପ୍ରଶାନ୍ତ ବୀରଙ୍କୁ ମଧ୍ୟ ୧୪.୨୦ କୋଟିରେ କିଣିଥିଲା । ଏହାର ଅର୍ଥ ହେଉଛି CSK ୨୮.୪୦ କୋଟିରେ ଏହିଦୁଇ ଅନ୍‌କ୍ୟାପ୍‌ଡ୍‌ ଖେଳାଳିକୁ ନିଜ ଦଳରେ ସାମିଲ କରିଛି ।

ଲିଆମ୍‌ ଲିଭିଂଷ୍ଟୋନ୍‌

ନିଲାମର ପ୍ରଥମ ପର୍ଯ୍ୟାୟରେ ଲିଆମ୍ ଲିଭିଂଷ୍ଟୋନଙ୍କୁ କୌଣସି ଫ୍ରାଞ୍ଚାଇଜ୍‌ କିଣିନଥିଲେ । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କର ଭାଗ୍ୟ ବଦଳି ଯାଇଥିଲା । ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ୧୩ କୋଟିରେ କିଣିଥିଲା ।

ତେବେ ଆଇପିଏଲ ୨୦୨୬ ପାଇଁ ହୋଇଥିବା ମିନି ଅକ୍ସନରେ IPL ଦଳଗୁଡ଼ିକ ଏହି ସିଜିନରେ ଶ୍ରେଷ୍ଠ ପାଞ୍ଚ ଜଣ ଖେଳାଳିଙ୍କ ପାଇଁ ପ୍ରାୟ ୮୬ କୋଟି ଖର୍ଚ୍ଚ କରିଥିଲା । ଅର୍ଥାତ ମୋଟ ନିଲାମ ଆୟର ପ୍ରାୟ ୪୦ ପ୍ରତିଶତ ଟଙ୍କା କେବଳ ଏହି ପାଞ୍ଚ ଜଣ ଖେଳାଳିଙ୍କ ପାଇଁ ଖର୍ଚ୍ଚ ହୋଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IPL 2026 Auction: 5 Players Take 40% of Total Bidding Amount | Argus News