Videos
|
Sports

IPL News / IPL ମ୍ୟାଚ୍ ପ୍ରସାରଣ ଦାୟିତ୍ଵରେ ଥିବା BCCI ବ୍ରଡକାଷ୍ଟ ଇଞ୍ଜିନିୟରଙ୍କ ମୃତଦେହ ହୋଟେଲରୁ ମିଳିଲା

Sushanta Sahoo
Browse all articles by Sushanta Sahoo
·5 months ago·2 min read
IPL ମ୍ୟାଚ୍ ପ୍ରସାରଣ ଦାୟିତ୍ଵରେ ଥିବା BCCI ବ୍ରଡକାଷ୍ଟ ଇଞ୍ଜିନିୟରଙ୍କ ମୃତଦେହ ହୋଟେଲରୁ ମିଳିଲା
IPL Engineer Found Dead

Key Points

ଆଇପିଏଲ୍ ମ୍ୟାଚ୍ ପାଇଁ ବିସିସିଆଇ ସହ ବ୍ରଡକାଷ୍ଟ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ଝଣେ ବ୍ରିଟିଶ ନାଗରିକ ଆଖି ବୁଜିଛନ୍ତି । ମୁମ୍ବାଇର ଟ୍ରାଇଡେଣ୍ଟ ହୋଟଲରୁ ମିଳିଛି ବିଦେଶୀ ନାଗରିକଙ୍କ ମୃତଦେହ । ମୃତକ ଜନ ୱିଲିୟମ୍ ଲାଙ୍ଗଫର୍ଡ ବୋଲି ଜଣାପଡ଼ିଛି ।
ମୁମ୍ବାଇ: ଜାରି ରହିଛି ଫଟାଫଟ୍ କ୍ରିକେଟ୍ IPL । ଆଇପିଏଲ୍-୨୦୨୬ ଆରମ୍ଭ ହୋଇଥିବା ବେଳେ ମୁମ୍ବାଇରୁ ଆସିଛି ଏକ ଦୁଃଖଦ ଖବର । ଆଇପିଏଲ୍ ମ୍ୟାଚ୍ ପାଇଁ ବିସିସିଆଇ ସହ ବ୍ରଡକାଷ୍ଟ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ଝଣେ ବ୍ରିଟିଶ ନାଗରିକ ଆଖି ବୁଜିଛନ୍ତି । ମୁମ୍ବାଇର ଟ୍ରାଇଡେଣ୍ଟ ହୋଟଲରୁ ମିଳିଛି ବିଦେଶୀ ନାଗରିକଙ୍କ ମୃତଦେହ । ମୃତକ ଜନ ୱିଲିୟମ୍ ଲାଙ୍ଗଫର୍ଡ ବୋଲି ଜଣାପଡ଼ିଛି ।

ମ୍ୟାଚ୍‌ରୁ ଫେରି ଡୋର୍ ଖୋଲିଲେନି

ସୂଚନା ଅନୁସାରେ, ଜନ ମାର୍ଚ୍ଚ ୨୪ରୁ ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ରହୁଥିଲେ ଏବଂ ଆଇପିଏଲ୍ ମ୍ୟାଚ୍ ପ୍ରସାରଣ ସହ ଜଡ଼ିତ କାର୍ଯ୍ୟରେ ଲାଗିଥିଲେ । ମାର୍ଚ୍ଚ ୨୯ରେ ମ୍ୟାଚ୍ ସରିବା ପରେ ହୋଟଲ ରୁମକୁ ଫେରିଥିଲେ ଇଆନ । ତା'ପରଦିନ ମାର୍ଚ୍ଚ ୩୦ରେ ହୋଟେଲ ରିସେପସନ୍‌ରୁ ତାଙ୍କୁ କଲ୍ କରାଯାଇଥିଲା । ହେଲେ ତାଙ୍କ ରୁମ୍‌ରୁ କୌଣସି ଉତ୍ତର ମିଳିନଥିଲା । ଫଳରେ ମାଷ୍ଟର ଚାବିରେ ଡୋର୍ ଖୋଲିଥିଲେ ହୋଟେଲ୍ କର୍ତ୍ତୃପକ୍ଷ ।

ଏଥିସହ ପଢ଼ନ୍ତୁ: ଚାଲିଥିଲା ମ୍ୟାଚ୍; କାହିଁକି ପଡ଼ିଆ ମଝିରେ ଭାବବିହ୍ଵଳ ହେଲେ ସାର୍ ଜାଡେଜା ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କବାଟ ଖୋଲିବା ବେଳକୁ ଇଆନ ସୋଫାରେ ପଡ଼ିଥିଲେ । ତୁରନ୍ତ ହୋଟେଲରେ ଥିବା ଡକ୍ଟରଙ୍କୁ ଡକା ଯାଇଥିଲା । ଡାକ୍ତର ଇଆନଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ହୋଟେଲ ପକ୍ଷରୁ ମରୀନ ଡ୍ରାଇବ୍ ପୋଲିସକୁ ଅବଗତ କରାଯାଇଥିଲା । ପୋଲିସ ମାମଲା ରୁଜୁ କରି ମୃତ୍ୟୁର କାରଣ ଖୋଜୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇ ପାରିବ ମୃତ୍ୟୁର କାରଣ ।

ତେବେ ବିସିସିଆଇ ସହ ଆଇପିଏଲ୍ ବ୍ରଡକାଷ୍ଟ ଇଞ୍ଜିନିୟର ଭାବେ କାମ କରୁଥିବା ଜନଙ୍କ ହଠାତ୍ ଦେହାନ୍ତ ସମସ୍ତଙ୍କୁ ସ୍ତବ୍ଧ କରିଛି । ୭୬ ବର୍ଷୀୟ ଜନଙ୍କ ମୃତ୍ୟୁ ଏବେ ସନ୍ଦେହ ଘେରରେ ଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି ।

ଏଥିସହ ପଢ଼ନ୍ତୁ: ରୋହିତଙ୍କ ବ୍ୟାଟରୁ ଛକା-ଚୌକା ବର୍ଷା; ୧୩ ବର୍ଷ ପରେ ଭାଙ୍ଗିଲା ପ୍ରଥମ ମ୍ୟାଚ୍ ପରାଜୟର ଧାରା

ବିଜୟରୁ ଅଭିଯାନ ଆରମ୍ଭ

ସୂଚନାଯୋଗ୍ୟ, ମାର୍ଚ୍ଚ ୨୯ ତାରିଖରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ଖେଳା ଯାଇଥିଲା । ଉକ୍ତ ମ୍ୟାଚ୍‌କୁ ଜିତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଏହାଥିଲା ଚଳିତ ଆଇପିଏଲ୍ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ମ୍ୟାଚ୍ ।

୨୦୧୨ ପରେ ପ୍ରଥମ ଥର ପାଇଁ ସିଜିନର ପ୍ରଥମ ମ୍ୟାଚ୍ ଜିତି ଏକ ଚମତ୍କାର ଢଙ୍ଗରେ ନିଜର ଆଇପିଏଲ ୨୦୨୬ ଅଭିଯାନ ଆରମ୍ଭ କରିଛି ମୁମ୍ବାଇ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଦଳ କୋଲକାତା ନାଇଟ୍ ରାଇଡର୍ସକୁ ୬ ୱିକେଟରେ ପରାସ୍ତ କରିଛି ।