|
logo
Live
Argus News App
GET APP

Argus News - ରୋହିତଙ୍କ ବ୍ୟାଟରୁ ଛକା-ଚୌକା ବର୍ଷା; ୧୩ ବର୍ଷ ପରେ ଭାଙ୍ଗିଲା ପ୍ରଥମ ମ୍ୟାଚ୍ ପରାଜୟର ଧାରା

Sports

Mumbai Indians / ରୋହିତଙ୍କ ବ୍ୟାଟରୁ ଛକା-ଚୌକା ବର୍ଷା; ୧୩ ବର୍ଷ ପରେ ଭାଙ୍ଗିଲା ପ୍ରଥମ ମ୍ୟାଚ୍ ପରାଜୟର ଧାରା

Debashree Debasmita Sahoo
Browse all articles by Debashree Debasmita Sahoo
·2 days ago·2 min read
ରୋହିତଙ୍କ ବ୍ୟାଟରୁ ଛକା-ଚୌକା ବର୍ଷା; ୧୩ ବର୍ଷ ପରେ ଭାଙ୍ଗିଲା ପ୍ରଥମ ମ୍ୟାଚ୍ ପରାଜୟର ଧାରା
Mumbai Indians

Key Points

ଦୀର୍ଘ ୧୩ ବର୍ଷ ପରେ ଫିଟିଲା ଭାଗ୍ୟ
ସିଜିନର ପ୍ରଥମ ମ୍ୟାଚ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ
ଧୂଆଁଦାର ବ୍ୟାଟିଂ କଲେ ରୋହିତ ଓ ରିକଲଟନ
ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୬ର ଦ୍ଵିତୀୟ ମ୍ୟାଚ୍ । ଦୀର୍ଘ ୧୩ ବର୍ଷ ପରେ ପ୍ରଥମ ମ୍ୟାଚରେ ପରାଜୟର ଧାରା ଭାଙ୍ଗିଲା ମୁମ୍ବାଇ ଇଣ୍ଡିଆନ୍ସ । ଅର୍ଥାତ ଦଳ ୨୦୧୨ ପରେ ପ୍ରଥମ ଥର ପାଇଁ ସିଜିନର ପ୍ରଥମ ମ୍ୟାଚ୍ ଜିତି ଏକ ଚମତ୍କାର ଢଙ୍ଗରେ ନିଜର ଆଇପିଏଲ ୨୦୨୬ ଅଭିଯାନ ଆରମ୍ଭ କରିଛି । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଦଳ କୋଲକାତା ନାଇଟ୍ ରାଇଡର୍ସକୁ ୬ ୱିକେଟରେ ପରାସ୍ତ କରିଛି ।

୨୨୧ ରନର ଏକ ବିଶାଳ ଟାର୍ଗେଟର ପିଛା କରି ହିଟମ୍ୟାନ୍ ରୋହିତ ଶର୍ମା ଏବଂ ରିଆନ୍ ରିକେଲଟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଏକ ଭଲ ଆରମ୍ଭ ଦେଇଥିଲେ । ଦୁହେଁ ୧୧.୫ ଓଭରରେ ୧୪୮ ରନ ଯୋଡି ମ୍ୟାଚକୁ ସମ୍ପୂର୍ଣ୍ଣ ଭାବରେ ମୁମ୍ବାଇ ସପକ୍ଷକୁ ଆଣିଥିଲେ । ରୋହିତ ଶର୍ମା ୩୮ ବଲରୁ ୭୮ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ, ଯେଉଁଥିରେ ସେ ୬ଟି ଚୌକା ଏବଂ ୬ଟି ଛକା ମାରିଥିଲେ । ସେ ମାତ୍ର ୨୩ଟି ବଲରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ, ଯାହା ତାଙ୍କ IPL କ୍ୟାରିୟରର ଦ୍ରୁତତମ ଅର୍ଦ୍ଧଶତକ ଏବଂ ୫୦ତମ IPL ଅର୍ଦ୍ଧଶତକ ଥିଲା ।

ପଢନ୍ତୁ ଏହି ଖବର: PCB ମୁଖ୍ୟଙ୍କ ଝିଅକୁ ବାହା ହେବେ ସଲମାନ, ଜାଣନ୍ତୁ ପୁରା ଘଟଣା...

ଅନ୍ୟପଟେ ରିଆନ୍ ରିକେଲଟନ୍ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ । ସେ ୪୩ ବଲରୁ ୮୧ ରନ୍ କରିଥିଲେ, ଯେଉଁଥିରେ ୮ଟି ଛକା ଏବଂ ୪ଟି ଚୌକା ସାମିଲ ଥିଲା । ଏହାପରେ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ସୂର୍ଯ୍ୟକୁମାର ଯାଦବ । ସେ ୧୬ ରନ୍ କରି ଆଉଟ୍ ହୋଇଥିବାବେଳେ ତିଲକ ବର୍ମା ୨୦ ରନ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍ ଯୋଡ଼ିଥିଲେ । ଏହି ମ୍ୟାଚରେ ନମନ ଧୀର ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଏହିପରି ଭାବରେ ମୁମ୍ବାଇ ୨୦ତମ ଓଭରରେ ୨୨୪ ରନ୍ କରି ମ୍ୟାଚ୍ ଜିତିଥିଲା ।



  • ଟସ୍ ହାରିଥିଲା KKR
ପୂର୍ବରୁ ଟସ୍ ହାରି ବ୍ୟାଟିଂ ନିଷ୍ପତ୍ତି ନେବା ପରେ କୋଲକାତା ନାଇଟ୍ ରାଇଡର୍ସ ୪ଟି ୱିକେଟ୍ ହରାଇ ୨୨୦ ରନର ଏକ ଦୃଢ଼ ସ୍କୋର କରିଥିଲା । ଅଧିନାୟକ ଅଜିଙ୍କ୍ୟ ରାହାଣେ ୪୦ ବଲରୁ ୬୭ ରନର ଅଧିନାୟକ ଇନିଂସ ଖେଳି ଦଳର ନେତୃତ୍ୱ ନେଇଥିଲେ । ସେପଟେ ଯୁବ ବ୍ୟାଟ୍ସମ୍ୟାନ୍ ଅଙ୍ଗକୃଷ ରଘୁବଂଶୀ ୨୯ ବଲରୁ ୫୧ ରନ କରିଥିଲେ, ଯେତେବେଳେ ଫିନ୍ ଆଲେନ୍ (୩୭) ଏବଂ ରିଙ୍କୁ ସିଂହ (୩୩ ଅପରାଜିତ) ମଧ୍ୟ ଦଳର ଦୃଢ଼ ସ୍ଥିତିରେ ଅବଦାନ ରଖିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mumbai Indians: ରୋହିତଙ୍କ ବ୍ୟାଟରୁ ଛକା-ଚୌକା ବର୍ଷା; ୧୩ ବର୍ଷ ପରେ ଭାଙ୍ଗିଲା ପ୍ରଥମ ମ୍ୟାଚ୍ ପରାଜୟର ଧାରା | Argus News