IPL Tickets / କେବେଠୁ ମିଳିବ IPL ୨୦୨୬ ଟିକେଟ୍ ? ପ୍ରଶଂସକଙ୍କ ମଧ୍ୟରେ ବଢ଼ୁଛି ଉତ୍ସାହ
·4 months ago·2 min read

Key Points
ମାର୍ଚ୍ଚ ୨୮ରୁ IPL
କିନ୍ତୁ ଟିକେଟ୍ କେବେ ମିଳିବ ?
ଫ୍ୟାନ୍ସଙ୍କ ପାଇଁ ବଡ଼ ଅପଡେଟ୍
କିନ୍ତୁ ଟିକେଟ୍ କେବେ ମିଳିବ ?
ଫ୍ୟାନ୍ସଙ୍କ ପାଇଁ ବଡ଼ ଅପଡେଟ୍
ମାର୍ଚ୍ଚ ୨୮ରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟ୍ର ମହାକୁମ୍ଭ ଆଇପିଏଲ-୨୦୨୬ । ଏଥିପାଇଁ ବିସିସିଆଇ ମାର୍ଚ୍ଚ ୧୧ରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟସୂଚୀ ଜାରି କରିଛି । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟସୂଚୀରେ ୨୦ଟି ମ୍ୟାଚ୍ ରହିଛି । ତଥାପି, ଏହା ପ୍ରଶଂସକଙ୍କ ମଧ୍ୟରେ ପ୍ରଶ୍ନ ଉଠାଇଛି ଯେ ସେମାନେ କେବେ, କେଉଁଠାରେ ଏବଂ କିପରି ଟୁର୍ଣ୍ଣାମେଣ୍ଟ ପାଇଁ ଟିକେଟ୍ କିଣିପାରିବେ ।
IPL ୨୦୨୬ ଟିକେଟ୍ ସୂଚନା
ବର୍ତ୍ତମାନ ସୁଦ୍ଧା BCCI ଟୁର୍ଣ୍ଣାମେଣ୍ଟର ଆଗାମୀ ସିଜିନ୍ ପାଇଁ ଟିକେଟ୍ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରିନାହିଁ । ତଥାପି ଜୋମାଟୋର ଡିଷ୍ଟ୍ରିକ୍ଟ୍ ଆପ୍ରେ IPL ଟିକେଟ୍ ପାଇଁ ଏକ ପୃଥକ ବିଭାଗ ସୃଷ୍ଟି କରାଯାଇଛି । ଏହି ବିଭାଗରେ "Coming Soon' ଲେଖାଯାଇଛି । ଯାହା ସ୍ପଷ୍ଟ କରୁଛି ଯେ ଆଇପିଏଲର ଆଗାମୀ ସିଜିନ୍ ପାଇଁ ଖୁବ୍ଶୀଘ୍ର ଟିକେଟ୍ ବିକ୍ରି ଆରମ୍ଭ ହୋଇପାରେ ।
ସେହପରି BookMyShow ଟୁର୍ଣ୍ଣାମେଣ୍ଟ ଟିକେଟ୍ ପାଇଁ ପୂର୍ବ-ବିକ୍ରୟ ପଞ୍ଜୀକରଣ ଖୋଲିଛି। ଏହି ପୂର୍ବ-ବିକ୍ରୟ ପଞ୍ଜୀକରଣରେ ଗୁଜରାଟ ଟାଇଟାନ୍ସ, ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍ ଟିକେଟ୍ ରହିଛି ।
ଆଇପିଏଲ କାର୍ଯ୍ୟସୂଚୀ ଅନୁଯାୟୀ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ବେଙ୍ଗାଲୁରୁରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ତେବେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ କି ନାହିଁ ତାହା ମାର୍ଚ୍ଚ ୧୩ ତାରିଖରେ ସ୍ପଷ୍ଟ ହେବ ।
କାର୍ଯ୍ୟସୂଚୀ ସମୟରେ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ବେଙ୍ଗାଲୁରୁରେ ମ୍ୟାଚ୍ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଗଠିତ ଏକ ବିଶେଷଜ୍ଞ କମିଟିର ଅନୁମୋଦନ ଉପରେ ନିର୍ଭର କରେ । ମାର୍ଚ୍ଚ ୧୩ ତାରିଖରେ କମିଟି ଏକ ବୈଠକ କରି ଷ୍ଟାଡିୟମର ମୂଲ୍ୟାଙ୍କନ କରିବ ଯାହା ଦ୍ୱାରା ଏହା ମ୍ୟାଚ୍ ଆୟୋଜନ କରିବାର କ୍ଷମତା ରଖିଛି କି ନାହିଁ ତାହା ନିର୍ଣ୍ଣୟ କରାଯିବ ।
ପଢନ୍ତୁ ଏହି ଖବର: IPL ନୂଆ ସିଜିନ୍ ପୂର୍ବରୁ ବଡ଼ ଖବର, ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳିବ RCB

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories