|
logo
Live

Argus News - IPL ୨୦୨୬ ପୂର୍ବରୁ ବଡ଼ ପରିବର୍ତ୍ତନ, ନିଜ ଅଧିନାୟକଙ୍କୁ ଛାଡିପାରେ ଏହି ୩ ଫ୍ରାଞ୍ଚାଇଜ୍‌ !

Sports

IPL Auction / IPL ୨୦୨୬ ପୂର୍ବରୁ ବଡ଼ ପରିବର୍ତ୍ତନ, ନିଜ ଅଧିନାୟକଙ୍କୁ ଛାଡିପାରେ ଏହି ୩ ଫ୍ରାଞ୍ଚାଇଜ୍‌ !

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
IPL ୨୦୨୬ ପୂର୍ବରୁ ବଡ଼ ପରିବର୍ତ୍ତନ, ନିଜ ଅଧିନାୟକଙ୍କୁ ଛାଡିପାରେ ଏହି ୩ ଫ୍ରାଞ୍ଚାଇଜ୍‌ !

Key Points

ଆଇପିଏଲ ୨୦୨୬ ପୂର୍ବରୁ ହେବ ବଡ଼ ପରିବର୍ତ୍ତନ ! ୩ କ୍ୟାପଟେନଙ୍କୁ ଛାଡ଼ିପାରେ ଫ୍ରାଞ୍ଚାଇଜ୍ ।
ଆଇପିଏଲ ୨୦୨୬ ପାଇଁ IPL ଗଭର୍ଣ୍ଣିଂ କାଉନସିଲ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ଆସନ୍ତା ଡିସେମ୍ବର ମାସରେ ଅନୁଷ୍ଠିତ ହେବ ମିନି ନିଲାମ । ଏଥିପାଇଁ ନଭେମ୍ବର ୧୫ ସୁଦ୍ଧା ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ ସେମାନଙ୍କର ରିଟେନ୍‌ ଓ ରିଲିଜ୍‌ ହୋଇଥିବା ଖେଳାଳିଙ୍କ ତାଲିକା ଦାଖଲ କରିବାକୁ ପଡ଼ିବ । ତେବେ ଏହାରି ମଧ୍ୟରେ କିଛି ଫ୍ରାଞ୍ଚାଇଜ୍ ଏବେ IPL ୨୦୨୫ରେ ବିଫଳ ହୋଇଥିବା କିଛି ଅଧିନାୟକଙ୍କୁ ହଟାଇ ପାରନ୍ତି । ଏହି ଲିଷ୍ଟରେ ତିନୋଟି ଫ୍ରାଞ୍ଚାଇଜ୍‌ ଆଗରେ ଅଛନ୍ତି ।

ସଞ୍ଜୁ ସାମସନ୍‌

IPL ୨୦୨୫ରେ ରାଜସ୍ଥାନ ରୟାଲ୍ସର ପ୍ରଦର୍ଶନ ଖରାପ ଥିଲା । ସେବେଠାରୁ ସଞ୍ଜୁ ସାମସନ୍ ଫ୍ରାଞ୍ଚାଇଜ୍ ଛାଡିବା ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସଞ୍ଜୁ ସାମସନଙ୍କୁ ନେବା ପାଇଁ ରେସ୍‌ରେ ଆଗରେ ରହିଛି ଚେନ୍ନାଇ ସୁପର କିଙ୍ଗ୍ସ । CSK ଟ୍ରେଡ୍‌ ମାଧ୍ୟମରେ ସଞ୍ଜୁ ନିଜ ଦଳକୁ ଆଣିବା ପାଇଁ ଚେଷ୍ଟା କରୁଛି । ରାଜସ୍ଥାନ ସହ ସଞ୍ଜୁଙ୍କ ବଦଳରେ ରବିନ୍ଦ୍ର ଜାଡେଜା ଏବଂ ସାମ କରନଙ୍କୁ ଟ୍ରେଡ୍‌ କରିପାରେ । ସାମସନ୍ ୨୦୨୨ରେ ଅଧିନାୟକ ଭାବରେ ଫ୍ରାଞ୍ଚାଇଜକୁ ଫାଇନାଲକୁ ନେଇଥିଲେ । ଗତ ସିଜିନ୍‌ରେ ସଞ୍ଜୁ ସାମସନଙ୍କୁ ରାଜସ୍ଥାନ ରୟାଲ୍ସ ୧୮ କୋଟିରେ ରିଟେନ୍‌ କରିଥିଲା ।

ଋଷଭ ପନ୍ତ

ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ IPL ୨୦୨୫ ମେଗା ନିଲାମରେ ଋଷଭ ପନ୍ତଙ୍କୁ କିଣିବା ପାଇଁ ୨୭ କୋଟି ଖର୍ଚ୍ଚ କରିଥିଲା । ଫ୍ରାଞ୍ଚାଇଜ୍ ପନ୍ତଙ୍କ ଉପରେ ବହୁତ ଆଶା ରଖିଥିଲା, କିନ୍ତୁ ସେ ବହୁତ ନିରାଶ କରିଥିଲେ। ପନ୍ତଙ୍କ ଅଧିନାୟକତ୍ୱ ଏବଂ ବ୍ୟାଟିଂ ଉଭୟରେ ବିଫଳ ହୋଇଥିଲେ । ଯାହା ଫଳରେ ଫ୍ରାଞ୍ଚାଇଜ୍ ପ୍ଲେ-ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନଥିଲା । ଏପରି ପରିସ୍ଥିତିରେ ଫ୍ରାଞ୍ଚାଇଜ୍ ଋଷଭ ପନ୍ତଙ୍କୁ ରିଲିଜ୍‌ କରି ପୁଣି ଥରେ ତାଙ୍କୁ କମ୍‌ ମୂଲ୍ୟରେ କିଣିବାକୁ ଚେଷ୍ଟା କରିପାରେ ।

ଅଜିଙ୍କେ ରାହାଣେ

ତିନି ଥରର IPL ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ IPL ୨୦୨୫ ମେଗା ନିଲାମରେ ଅଜିଙ୍କ୍ୟ ରାହାଣେଙ୍କୁ ମାତ୍ର ୧.୫ କୋଟିରେ କିଣିଥିଲା । ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ରାହାଣେଙ୍କ ପ୍ରଦର୍ଶନ ଭଲ ଥିଲା, କିନ୍ତୁ ପରେ ତାଙ୍କ ପ୍ରଦର୍ଶନ ହ୍ରାସ ପାଇଥିଲା । ଏହା ଫ୍ରାଞ୍ଚାଇଜ୍ ଉପରେ ମଧ୍ୟ ଯଥେଷ୍ଟ ପ୍ରଭାବ ପକାଇଥିଲା । ଯାହା ଫଳରେ KKR ପ୍ଲେ-ଅଫରେ ପହଞ୍ଚିପାରିନଥିଲା । ତେଣୁ, ଭବିଷ୍ୟତକୁ ଦୃଷ୍ଟିରେ ରଖି ଫ୍ରାଞ୍ଚାଇଜ୍ ଅଜିଙ୍କ୍ୟ ରାହାଣେଙ୍କୁ ରିଲିଜ୍‌ କରି ଜଣେ ଯୁବ ଖେଳାଳିଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିବାକୁ ବିଚାର କରିପାରେ । ତେବେ ଯୁବ ଅଧିନାୟକ ଦୌଡ଼ରେ ରିଙ୍କୁ ସିଂହଙ୍କ ନାମ ସବୁଠାରୁ ଆଗରେ ଅଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IPL Auction: IPL ୨୦୨୬ ପୂର୍ବରୁ ବଡ଼ ପରିବର୍ତ୍ତନ, ନିଜ ଅଧିନାୟକଙ୍କୁ ଛାଡିପାରେ ଏହି ୩ ଫ୍ରାଞ୍ଚାଇଜ୍‌ ! | Argus News