Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Ayush Mhatre Ruled Out / IPL ମଝିରେ ଚେନ୍ନାଇକୁ ବଡ଼ ଝଟକା, ପୂରା ସିଜିନ୍‌ରୁ ବାଦ୍‌ ପଡ଼ିଲେ ଷ୍ଟାର ଖେଳାଳି

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
IPL ମଝିରେ ଚେନ୍ନାଇକୁ ବଡ଼ ଝଟକା, ପୂରା ସିଜିନ୍‌ରୁ ବାଦ୍‌ ପଡ଼ିଲେ ଷ୍ଟାର ଖେଳାଳି
Ayush Mhatre

Key Points

IPLରେ ଚେନ୍ନାଇକୁ ବଡ଼ ଧକ୍କା
ଷ୍ଟାର ବ୍ୟାଟ୍ସମ୍ୟାନ୍ ଆଉ ଖେଳିବେ ନାହିଁ
ଆହତ ହୋଇ ପୂରା ସିଜିନ୍‌ରୁ ବାଦ୍ ଆୟୁଷ ମହାତ୍ରେ
IPL ୨୦୨୬ ମଝିରୋ ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିଛି ବଡ଼ ଝଟକା । ଦଳର ଯୁବ ଷ୍ଟାର ବ୍ୟାଟ୍ସମ୍ୟାନ୍ ଆୟୁଷ ମହାତ୍ରେ ଆହତ କାରଣରୁ ପୂରା ସିଜିନ୍‌ରୁ ବାଦ୍‌ ପଡ଼ିଛନ୍ତି । ଏନେଇ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ଚେନ୍ନାଇ ପୂର୍ବରୁ ଚଳିତ ଆଇପିଏଲ ସିଜିନ୍‌ରେ ଏକ କଷ୍ଟକର ସମୟ ଦେଇ ଗତି କରୁଛି, ଛଅଟି ମ୍ୟାଚ୍ ମଧ୍ୟରୁ କେବଳ ଦୁଇଟି ଜିତିଛି ଏବଂ ୪ଟି ମ୍ୟାଚ୍‌ରେ ପରାଜୟ ବରଣ କରିଛି CSK ।

ଚେନ୍ନାଇ ସୁପର କିଙ୍ଗ୍ସ ସୋସିଆଲ ମିଡିଆରେ ଆୟୁଷଙ୍କ ସମ୍ପର୍କରେ ଏକ ବିବୃତ୍ତି ଜାରି କରି ଲେଖିଛନ୍ତି, '୧୮ ଏପ୍ରିଲରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ବ୍ୟାଟିଂ କରୁଥିବା ସମୟରେ ବାମ ହାମଷ୍ଟ୍ରିଙ୍ଗ୍ ଆଘାତ ଯୋଗୁଁ ଆୟୁଷ ମହାତ୍ରେଙ୍କୁ IPL ୨୦୨୬ର ବାକି ମ୍ୟାଚରୁ ବାଦ୍‌ ଦିଆଯାଇଛି'' ।



ଚେନ୍ନାଇ ପାଇଁ ସର୍ବାଧିକ ରନ୍

ଆୟୁଷ ମହାତ୍ରେ ଏହି ସିଜିନ୍‌ରେ ଚେନ୍ନାଇ ପାଇଁ ଛଅଟି ଲିଗ୍ ମ୍ୟାଚ୍ ଖେଳିଛନ୍ତି । ସେ ୬ ମ୍ୟାଚ୍‌ରେ ୩୩.୫୫ ହାରାହାରି ଏବଂ ୧୭୭.୮୭ ଷ୍ଟ୍ରାଇକ୍ ରେଟ୍ ସହିତ ୨୦୧ ରନ୍ କରିଛନ୍ତି । ମହାତ୍ରେ ଏପର୍ଯ୍ୟନ୍ତ ଚେନ୍ନାଇ ପାଇଁ ସର୍ବାଧିକ ରନ ସ୍କୋରର । ୱିକେଟକିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ୧୯୨ ରନ ସହିତ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

ଆୟୁଷ ମହାତ୍ରେଙ୍କ ଆଇପିଏଲ କ୍ୟାରିୟର

ଆୟୁଷ ୨୦୨୫ ଆଇପିଏଲ ସିଜିନରେ ତାଙ୍କର ଆଇପିଏଲ ଡେବ୍ୟୁ କରିଥିଲେ ଏବଂ ଉଭୟ ସିଜିନରେ ଚେନ୍ନାଇ ଦଳର ଅଂଶ ଥିଲେ । ଯୁବ ଓପନର ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ୧୩ଟି ମ୍ୟାଚ୍ ଖେଳିଛନ୍ତି । ୧୩ଟି ଇନିଂସରେ ବ୍ୟାଟିଂ କରି ସେ ୩୩.୯୨ ହାରରେ ଏବଂ ୧୮୩.୭୫ ଷ୍ଟ୍ରାଇକ୍ ରେଟ୍ ସହିତ ୪୪୧ ରନ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CSK Hit Hard in IPL 2026: Ayush Mhatre Ruled Out for Season | Argus News