Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି IPL ଫାଇନାଲ୍‌, ଜାଣନ୍ତୁ ଚାମ୍ପିୟନ୍‌ ଦଳକୁ ମିଳିବ କେତେ ଟଙ୍କା ?

Sports

IPL 2026 Prize Money / ଆଜି IPL ଫାଇନାଲ୍‌, ଜାଣନ୍ତୁ ଚାମ୍ପିୟନ୍‌ ଦଳକୁ ମିଳିବ କେତେ ଟଙ୍କା ?

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଆଜି IPL ଫାଇନାଲ୍‌, ଜାଣନ୍ତୁ ଚାମ୍ପିୟନ୍‌ ଦଳକୁ ମିଳିବ କେତେ ଟଙ୍କା ?
IPL Final

Key Points

ଆଜି IPL 2026 ଫାଇନାଲ
ଚାମ୍ପିଅନ୍ ଦଳକୁ ମିଳିବ ୨୦ କୋଟି ଟଙ୍କା
ଜାଣନ୍ତୁ ରନର୍ସ ଦଳକୁ ମିଳିବ କେତେ ଟଙ୍କା
ରବିବାର ଆଇପିଏଲର ଫାଇନାଲ ମ୍ୟାଚ୍‌ ଖେଳାଯିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ଟ୍ରଫି ପାଇଁ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଗୁଜରାଟ ଟାଇଟନ୍ସ । ଉଭୟ ଦଳ ନିଜର ଦ୍ବିତୀୟ ଟ୍ରଫି ଜିତିବାକୁ ରବିବାର ପଡ଼ିଆକୁ ଓହ୍ଲାଇବେ । ଶୁବମନ ଗିଲ୍ ଅଧିନାୟକ ଭାବରେ ତାଙ୍କର ପ୍ରଥମ ଟ୍ରଫି ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ । GT ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ୨୦୨୨ରେ ପ୍ରଥମ ଟାଇଟଲ୍ ଜିତିଥିଲା । ରଜତ ପତିଦାରଙ୍କ ଅଧିନାୟକତ୍ୱରେ RCB ଗତ ବର୍ଷ ପ୍ରଥମ ଟାଇଟଲ୍ ଜିତିଥିଲା ​​ଏବଂ ଲଗାତାର ଦ୍ୱିତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଛି । ତେବେ ଆସନ୍ତୁ ଜାଣିବା IPL ଚାମ୍ପିଅନ୍ ଦଳ ଓ ରନର୍ସ ଅପ୍‌ ଦଳକୁ କେତେ ଟଙ୍କା ପୁରସ୍କାର ରାଶି ମିଳିବ ।

IPL 2026 ବିଜେତାଙ୍କ ପୁରସ୍କାର ରାଶି କେତେ ?

IPLର ପ୍ରଥମ ସଂସ୍କରଣରେ, ରାଜସ୍ଥାନ ରୟାଲ୍ସ ଟାଇଟଲ ଜିତିବା ପରେ ୪.୮ କୋଟି ଟଙ୍କା ପୁରସ୍କାର ରାଶି ପାଇଥିଲା । କିନ୍ତୁ ବର୍ତ୍ତମାନ ସମୟରେ ବିଜେତାଙ୍କ ପୁରସ୍କାର ରାଶି ପାଞ୍ଚ ଗୁଣ ବୃଦ୍ଧି ପାଇଛି। IPL 2026 ଟାଇଟଲ ଜିତିଥିବା ଦଳ ୨୦ କୋଟି ପାଇବ ।

IPL 2026 ରନର୍ସ-ଅପ୍ ର ପୁରସ୍କାର ରାଶି କେତେ ?

IPL 2026 ଫାଇନାଲରେ ହାରିଥିବା ଦଳ ମଧ୍ୟ କୋଟି କୋଟି ଟଙ୍କା ପାଇବେ । ରନର୍ସ-ଅପ୍‌ର ପୁରସ୍କାର ରାଶି ୧୩ କୋଟି ରହିଛି ।
ଏହା ସହିତ, ପ୍ଲେଅଫରେ ପହଞ୍ଚିଥିବା ଅନ୍ୟ ଦୁଇଟି ଦଳ ମଧ୍ୟ ପୁରସ୍କାର ରାଶି ପାଇବେ । ରାଜସ୍ଥାନ ରୟାଲ୍ସ କ୍ୱାଲିଫାୟର୍ 2 ରେ ପହଞ୍ଚିଛି, ତେଣୁ ସେମାନେ ୭ କୋଟି ପାଇବେ, ଏବଂ ସନରାଇଜର୍ସ ହାଇଦ୍ରାବାଦ ୬.୫ କୋଟି ପାଇବ ।

RCB vs GT ଲାଇଭ୍ ମ୍ୟାଚ୍ କେଉଁଠାରେ ଦେଖିବେ?

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଗୁଜରାଟ ଟାଇଟାନ୍ସ ଫାଇନାଲ୍ ଗତ ସଂସ୍କରଣର ଫାଇନାଲ୍ ପରି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସମାନ ପିଚ୍‌ରେ ଖେଳାଯିବ । ଏହି ପିଚ୍‌ରେ RCB ଏବଂ GT ଏହି ସିଜନ୍‌ରେ ମୁହାଁମୁହିଁ ହୋଇଥିଲେ, ଯାହା ଏକ କମ୍ ସ୍କୋରିଂ ମ୍ୟାଚ୍ ହୋଇଥିଲା । IPL 2026 ଫାଇନାଲ୍ ଆଜି ସନ୍ଧ୍ୟା ୭.୩୦ରେ ଖେଳାଯିବ । ଫାଇନାଲ୍ ଷ୍ଟାର ସ୍ପୋର୍ଟସ୍ ନେଟୱାର୍କ ଚ୍ୟାନେଲ୍‌ଗୁଡ଼ିକରେ ସିଧା ପ୍ରସାରଣ କରାଯିବ । ଲାଇଭ୍ ଷ୍ଟ୍ରିମିଂ JioHotstar ଆପ୍ ଏବଂ ୱେବସାଇଟରେ ମଧ୍ୟ ଉପଲବ୍ଧ ହେବ ।

ତେବେ ଏହି ମ୍ୟାଚ୍‌ରେ ଫିଲ୍ ସଲ୍ଟଙ୍କ ଅଂଶଗ୍ରହଣ ଅନିଶ୍ଚିତ ରହିଥିବାବେଳେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମାନ ଦଳ ସହ ଆଜି ପଡ଼ିଆକୁ ଓହ୍ଲାଇପାରେ । ସେହପରି ଗୁଜରାଟ ଟାଇଟାନ୍ସର ପ୍ଲେଇଂ ଇଲେଭେନରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ମଧ୍ୟ କମ୍ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IPL 2026 Final: How Much Prize Money Will the Champion Team Win? | Argus News