Ishan Kishan / IPL ୨୦୨୬ ପୂର୍ବରୁ ହେବ ବଡ଼ ପରିବର୍ତ୍ତନ, ଇଶାନ୍ କିଶାନଙ୍କୁ ନେବା ପାଇଁ ଲାଇନ୍ରେ ୩ ଫ୍ରାଞ୍ଚାଇଜ୍
·10 months ago·2 min read

Key Points
ଆଇପିଏଲ ୨୦୨୬ ଇଶାନ କିଶାନଙ୍କର ହୋଇପାରେ ଘର ବାହୁଡ଼ା । ଇଶାନ କିଶାନଙ୍କ ପଛରେ ୩ ଫ୍ରାଞ୍ଚାଇଜ୍ ।
ଆଇପିଏଲ ୨୦୨୬ ପାଇଁ ଆରମ୍ଭ ହୋଇସାରିଲାଣି ପ୍ରସ୍ତୁତି । ସମସ୍ତ ଫ୍ରାଞ୍ଚାଇଜ୍ ଏବେ ଧୀରେ ଧୀରେ ସେମାନଙ୍କର ପ୍ରସ୍ତୁତି ଜାରି ରଖିଛନ୍ତି । ଆଗାମୀ ସିଜିନ୍ ପୂର୍ବରୁ ଫ୍ରାଞ୍ଚାଇଜ୍ କିଛି ଖେଳାଳିଙ୍କୁ ରିଟେନ୍ କରିବେ । ସେହିପରି କିଛି ଖେଳାଳିଙ୍କୁ ରିଲିଜ୍ କରିବେ । ଅନ୍ୟପଟେ ଆସନ୍ତା ଡିସେମ୍ବର ମାସରେ ଆଇପିଏଲର ଆଗାମୀ ସିଜିନ୍ ପାଇଁ ମିନି ଅକ୍ସନ ମଧ୍ୟ ଅନୁଷ୍ଠିତ ହେବ ।
ତେବେ ଗତ ଆଇପିଏଲ ସିଜିନ୍ ପୂର୍ବରୁ SRH ନିଲାମରେ ଇଶାନ୍ କିଶାନ୍ଙ୍କୁ ଦଳରେ ସାମିଲ କରିଥିଲା । କିନ୍ତୁ ସେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ତଥାପି, ଏହା ପରେ ମଧ୍ୟ ତିନୋଟି ଫ୍ରାଞ୍ଚାଇଜ୍ ଏବେ ଇଶାନ୍ କିଶାନ୍ଙ୍କ ନିଜ ଦଳକୁ ନେବା ପାଇଁ ଟ୍ରେଡ୍ ପାଇଁ ଚେଷ୍ଟା କରୁଛନ୍ତି ।
ଇଶାନ୍ କିଶାନ୍ଙ୍କ ପାଇଁ ବ୍ୟଗ୍ର
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ତିନୋଟି ଫ୍ରାଞ୍ଚାଇଜ୍ ଇଶାନ୍ କିଶାନ୍ଙ୍କ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ଏହି ତିନୋଟି ଫ୍ରାଞ୍ଚାଇଜ୍ରେ ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ଅନ୍ତର୍ଭୁକ୍ତ। ଏହି ଫ୍ରାଞ୍ଚାଇଜ୍ଗୁଡ଼ିକ ଇଶାନ୍ କିଶାନ୍ଙ୍କ ପାଇଁ ଏକ ଟ୍ରେଡ୍ କିମ୍ବା ସମ୍ପୂର୍ଣ୍ଣ ନଗଦ ଚୁକ୍ତି ପାଇଁ SRH ସହିତ ଯୋଗାଯୋଗ କରିଛନ୍ତି ।
ଦକ୍ଷିଣ ଆଫ୍ରିକୀୟ ରିଆନ୍ ରିକେଲଟନ୍ ଆଇପିଏଲ୍ ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ । କିନ୍ତୁ ଏବେ ତାଙ୍କ ସ୍ଥାନରେ ମୁମ୍ବାଇ ଇଶାନ୍ କିଶାନଙ୍କୁ ଗୁରୁତ୍ବ ଦେଇପାରେ । କାହିଁକି ନା ସେ ଦଳକୁ ଆସିଲେ ରିକେଲଟନ୍ଙ୍କ ସ୍ଥାନରେ ୱିକେଟ କିପିଂ କରିବେ ଯାହାଫଳରେ MI ଆଉ ଜଣେ ବିଦେଶୀ ଖେଳାଳିଙ୍କୁ ଚୁଡ଼ାନ୍ତ ଏକାଦଶରେ ସାମିଲ କରିପାରିବ । ଏହା ବ୍ୟତୀତ, ରୋହିତ ଶର୍ମାଙ୍କ ବୟସକୁ ବିଚାର କରି ମୁମ୍ବାଇକୁ ମଧ୍ୟ ଜଣେ ଭାରତୀୟ ଓପନରଙ୍କ ବିଷୟରେ ବିଚାର କରିବାକୁ ପଡିବ ।

ଅଧିକ ପଢ଼ନ୍ତୁ: ଶୂନ୍ୟରେ ଆଉଟ ହୋଇ ଫେରିବା ସମୟରେ ବଡ଼ ସଙ୍କେତ ଦେଲେ ବିରାଟ !
ଦକ୍ଷିଣ ଆଫ୍ରିକୀୟ ରିଆନ୍ ରିକେଲଟନ୍ ଆଇପିଏଲ୍ ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ । କିନ୍ତୁ ଏବେ ତାଙ୍କ ସ୍ଥାନରେ ମୁମ୍ବାଇ ଇଶାନ୍ କିଶାନଙ୍କୁ ଗୁରୁତ୍ବ ଦେଇପାରେ । କାହିଁକି ନା ସେ ଦଳକୁ ଆସିଲେ ରିକେଲଟନ୍ଙ୍କ ସ୍ଥାନରେ ୱିକେଟ କିପିଂ କରିବେ ଯାହାଫଳରେ MI ଆଉ ଜଣେ ବିଦେଶୀ ଖେଳାଳିଙ୍କୁ ଚୁଡ଼ାନ୍ତ ଏକାଦଶରେ ସାମିଲ କରିପାରିବ । ଏହା ବ୍ୟତୀତ, ରୋହିତ ଶର୍ମାଙ୍କ ବୟସକୁ ବିଚାର କରି ମୁମ୍ବାଇକୁ ମଧ୍ୟ ଜଣେ ଭାରତୀୟ ଓପନରଙ୍କ ବିଷୟରେ ବିଚାର କରିବାକୁ ପଡିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇଶାନ୍ କିଶାନ୍ ଗତ ସିଜିନ୍ରେ SRH ପାଇଁ ୧୪ ମ୍ୟାଚ୍ ଖେଳି ୩୫.୪୦ ହାରରେ ୩୫୪ ରନ୍ କରିଥିଲେ। ସେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ କରିଥିଲେ ।
ଇଶାନ ଏପର୍ଯ୍ୟନ୍ତ ୧୧୯ଟି ଆଇପିଏଲ୍ ମ୍ୟାଚ୍ ଖେଳି ୨୯.୧୦ ହାରରେ ୨୯୯୮ ରନ୍ କରିଛନ୍ତି। ସେ ଗୋଟିଏ ଶତକ ଏବଂ ୧୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ୨୮୮ ଚୌକା ଏବଂ ୧୩୪ଟି ଛକା ମାରିଛନ୍ତି। ସେ ୨୦୧୬ରେ ଗୁଜରାଟ ଲାୟନ୍ସ ପାଇଁ ଡେବ୍ୟୁ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ୨୦୧୮ରେ ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱାରା ଚୁକ୍ତିବଦ୍ଧ କରାଯାଇଥିଲା। ସେ ଏପର୍ଯ୍ୟନ୍ତ ତିନୋଟି ଫ୍ରାଞ୍ଚାଇଜ୍ ପାଇଁ ଖେଳିଛନ୍ତି।

Related Topics
Explore more stories