Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL Trade / ଆଇପିଏଲରେ ହେବ ବଡ଼ ଟ୍ରେଡ୍‌ ! ରବୀନ୍ଦ୍ର ଜାଡେଜା ହୋଇପାରନ୍ତି ରାଜସ୍ଥାନର ଅଧିନାୟକ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଆଇପିଏଲରେ ହେବ ବଡ଼ ଟ୍ରେଡ୍‌ ! ରବୀନ୍ଦ୍ର ଜାଡେଜା ହୋଇପାରନ୍ତି ରାଜସ୍ଥାନର ଅଧିନାୟକ

Key Points

ଆଇପିଏଲ ଇତିହାସରେ ହେବ ବଡ଼ ଟ୍ରେଡ୍‌ । ଚେନ୍ନାଇ ଆସିବେ ସଞ୍ଜୁ ! ରାଜସ୍ଥାନର ଅଧିନାୟକ ହେବେ ଜାଡେଜା !
IPL ୨୦୨୬ ପାଇଁ ଆରମ୍ଭ ହୋଇସାରିଲାଣି ପ୍ରସ୍ତୁତି । ନଭେମ୍ବର ୧୫ ସୁଦ୍ଧା ସମସ୍ତ ଫ୍ରାଞ୍ଚାଇଜ୍‌ ସେମାନଙ୍କ ରିଟେନ୍‌ ଲିଷ୍ଟ ପ୍ରଦାନ କରିବେ । ତେବେ ଏହା ପୂର୍ବରୁ ଟ୍ରେଡ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଯେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ବଡ଼ ଧରଣର ଟ୍ରେଡ୍‌କୁ ନେଇ ଆଲୋଚନା ଜାରି ରହିଛି । ତିନି ଜଣ ଅଭିଜ୍ଞ ଖେଳାଳି ରବିନ୍ଦ୍ର ଜାଡେଜା, ସାମ କରନ ଏବଂ ସଞ୍ଜୁ ସାମସନଙ୍କୁ ନେଇ ଏହି ଟ୍ରେଡ୍‌ ଚର୍ଚ୍ଚା ଜାରି ରହିଛି । ଯଦି ଏହି ଚୁକ୍ତି ଚୂଡ଼ାନ୍ତ ହୁଏ, ତେବେ ଜାଡେଜା ଏବଂ କରନ ରାଜସ୍ଥାନ ରୟାଲ୍ସର ଜର୍ସିରେ ନଜର ଆସିବେ । ସେହିପରି ସଞ୍ଜୁ ଚେନ୍ନାଇରେ ଯୋଗ ଦେବେ ।

ଜାଡେଜାଙ୍କ ଅଧିନାୟକତ୍ୱ ସର୍ତ୍ତ

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ରବୀନ୍ଦ୍ର ଜାଡେଜା ରାଜସ୍ଥାନ ରୟାଲ୍ସକୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ତାଙ୍କୁ ଅଧିନାୟକତ୍ୱ ଦିଆଗଲେ ହିଁ ସେ ଦଳରେ ଯୋଗଦେବେ। ୩୭ ବର୍ଷୀୟ ଜାଡେଜା ତାଙ୍କ କ୍ୟାରିୟରର ଅନ୍ତିମ ପର୍ଯ୍ୟାୟରେ ଅଛନ୍ତି । ତେଣୁ ସେ କ୍ୟାପଟେନ୍ ପଦ ପାଇଁ ଫ୍ରାଞ୍ଚାଇଜ୍‌ ପାଖରେ ଦାବି କରୁଛନ୍ତି ।
ରାଜସ୍ଥାନ ମ୍ୟାନେଜମେଣ୍ଟ ବର୍ତ୍ତମାନ ଜାଡେଜାଙ୍କ ଏହି ସର୍ତ୍ତ ଉପରେ ବିଚାର କରୁଛି । ଦଳ ପୂର୍ବରୁ ଯଶସ୍ୱୀ ଜୟସ୍ୱାଲ କିମ୍ବା ରିୟାନ ପରାଗଙ୍କୁ ଭବିଷ୍ୟତର ଅଧିନାୟକ ଭାବରେ ପ୍ରସ୍ତୁତ କରିବାକୁ ଚାହୁଁଥିଲା, କିନ୍ତୁ ଜାଡେଜାଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଫ୍ରାଞ୍ଚାଇଜର ମତ ପରିବର୍ତ୍ତନ ହୋଇପାରେ।

ଯଦି ରାଜସ୍ଥାନ ଓ ଚେନ୍ନାଇ ମଧ୍ୟରେ ଏହି ଟ୍ରେଡ୍‌ ଡିଲ୍‌ ହୁଏ, ତେବେ ସଞ୍ଜୁ ସାମସନଙ୍କ ଚେନ୍ନାଇ ସୁପର କିଙ୍ଗ୍ସକୁ ଯିବା ପ୍ରାୟ ନିଶ୍ଚିତ। ସଞ୍ଜୁଙ୍କ ବ୍ୟାଟିଂ ଏବଂ ନେତୃତ୍ୱ ଦକ୍ଷତା CSK ପାଇଁ ଏକ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ତଥାପି, ଋତୁରାଜ ଗାୟକୱାଡ ବର୍ତ୍ତମାନ CSKର ଅଧିନାୟକ ଅଛନ୍ତି । ଫ୍ରାଞ୍ଚାଇଜ୍ ତାଙ୍କୁ CSKର ଭବିଷ୍ୟତର ଅଧିନାୟକ ଭାବରେ ଘୋଷଣା କରିଛି । ଆଉ ଏବେ ସଞ୍ଜୁଙ୍କ ଆଗମନ ଦଳର ଶୀର୍ଷ କ୍ରମକୁ ମଜବୁତ କରିବ, କିନ୍ତୁ ଭବିଷ୍ୟତରେ ସେ ଅଧିନାୟକତ୍ୱ ଦାୟିତ୍ୱ ଗ୍ରହଣ କରିବେ କି ନାହିଁ ତାହା ଦେଖିବା ଆକର୍ଷଣୀୟ ହେବ ।

ରବୀନ୍ଦ୍ର ଜାଡେଜା ଏବଂ ଚେନ୍ନାଇ ସୁପର କିଙ୍ଗ୍ସଙ୍କ ମଧ୍ୟରେ ବହୁ ଦିନର ସମ୍ପର୍କ ରହିଛି । ୨୦୧୨ରେ ଦଳରେ ସାମିଲ ହେବା ପରଠୁ ସେ ଅନେକ ସ୍ମରଣୀୟ ପ୍ରଦର୍ଶନ କରିଛନ୍ତି । ଏହା ସହ ଚେନ୍ନାଇ ଦୁଇଟି ଟାଇଟଲ ଜିତିବାରେ ଜାଡେଜା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । କିନ୍ତୁ, ଯେତେବେଳେ ଧୋନି ୨୦୨୨ରେ ଅଧିନାୟକତ୍ୱ ଛାଡି ଜାଡେଜାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ସେ ସମୟରେ ଦଳର ପ୍ରଦର୍ଶନ ହ୍ରାସ ପାଇଥିଲା। ଆଠଟି ମ୍ୟାଚ୍ ମଧ୍ୟରୁ କେବଳ ଦୁଇଟି ଜିତିବା ପରେ ଜାଡେଜା ଅଧିନାୟକ ପଦ ଛାଡିଥିଲେ।

ତେବେ IPL ୨୦୨୬ ନିଲାମ ପୂର୍ବରୁ ଏହି ଟ୍ରେଡ୍‌ ଡିଲ୍‌ ଚୂଡ଼ାନ୍ତ ହେବାର ଆଶା କରାଯାଉଛି। ଯଦି ଜାଡେଜା ରାଜସ୍ଥାନକୁ ଯାଆନ୍ତି ଏବଂ ସାମସନ ଚେନ୍ନାଇରେ ଯୋଗ ଦିଅନ୍ତି, ତେବେ ଏହା ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ଟ୍ରେଡ୍‌ ଡିଲ୍‌ ହୋଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IPL 2026 Mega Trade: Ravindra Jadeja May Join Rajasthan Royals as Captain | Argus News