Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

MI New Captain / IPL ମଝିରେ ମୁମ୍ବାଇର ବଡ଼ ନିଷ୍ପତ୍ତି, MI ର ନୂଆ କ୍ୟାପଟେନ୍‌ ହେଲେ ଜସପ୍ରିତ ବୁମରାହ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
IPL ମଝିରେ ମୁମ୍ବାଇର ବଡ଼ ନିଷ୍ପତ୍ତି, MI ର ନୂଆ କ୍ୟାପଟେନ୍‌ ହେଲେ ଜସପ୍ରିତ ବୁମରାହ
Jasprit Bumrah

Key Points

ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ପରିବର୍ତ୍ତନ
MI ଫ୍ୟାନ୍ସଙ୍କ ପାଇଁ ବଡ଼ ଖବର
ଜସପ୍ରିତ ବୁମରାହ ହେଲେ ଅଧିନାୟକ
IPL ର ୫୮ତମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ତେବେ ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ଅଧିନାୟକ ପରିବର୍ତ୍ତନ କରିଛି । ଏହି ହାଇଭୋଲଟେଜ୍ ମ୍ୟାଚ୍‌ରେ ଜସପ୍ରିତ ବୁମରାହ MI ଦଳର ଅଧିନାୟକତ୍ୱ କରୁଛନ୍ତି ଏବଂ ଏହା ଲଗାତାର ତୃତୀୟ ମ୍ୟାଚ୍ ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳୁନାହାନ୍ତି । ଏମିତିକି ସୂର୍ଯ୍ୟକୁମାର ଯାଦବ ମଧ୍ୟ ପଞ୍ଜାବ ବିପକ୍ଷ ମ୍ୟାଚ୍‌ ଖେଳୁନାହାନ୍ତି । ଜସପ୍ରିତ ବୁମରାହ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ପାଇଁ ଟସ୍ ସମୟରେ MI ଦଳର କ୍ୟାପଟେନ୍‌ ଭାବେ ପଡ଼ିଆକୁ ଆସିଥିଲେ । ଟସ୍ ସମୟରେ ବୁମରାହ କହିଥିଲେ ଯେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବା ଏକ ନୂଆ ଚ୍ୟାଲେଞ୍ଜ ।



ମୁଁ କେବେ କଳ୍ପନା କରି ନଥିଲି - ଜସପ୍ରିତ ବୁମରାହ

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବା ବିଷୟରେ ଜସପ୍ରିତ ବୁମରାହ କହିଥିଲେ, "ଅଧିନାୟକ ହୋଇ ଭଲ ଲାଗୁଛି । ମୁଁ ୧୯ ବର୍ଷ ବୟସରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗ ଦେଇଥିଲି । ମୁଁ କେବେ କଳ୍ପନା କରି ନଥିଲି ଯେ MI ଅଧିନାୟକ ହେବା ପୂର୍ବରୁ ମୁଁ ଭାରତୀୟ ଟେଷ୍ଟ ଦଳର ଅଧିନାୟକତ୍ୱ କରିବାର ଅଭିଜ୍ଞତା ପାଇବି ।"
ବୁମରାହ ଆହୁରି କହିଛନ୍ତି, "ଏଠାରେ ରହିବା ଏକ ମଜାଦାର ଅଭିଜ୍ଞତା। ଆପଣଙ୍କୁ ଅନ୍ୟ ସମସ୍ତଙ୍କ ବିଷୟରେ ଚିନ୍ତା କରିବାକୁ ପଡିବ ଏବଂ ପ୍ରତ୍ୟେକ ପ୍ରକାରରେ ଯୋଗଦାନ ଦେବାକୁ ପଡିବ । ଏହା ଏକ ନୂତନ ଚ୍ୟାଲେଞ୍ଜ ଏବଂ ମୁଁ ଏହି ଦାୟିତ୍ୱକୁ ଉପଭୋଗ କରୁଛି ।"



ମୁମ୍ବାଇ ଇଣ୍ଡିଆନ୍ସର ୧୯ ବର୍ଷର ଇତିହାସରେ ମୋଟ ୧୦ ଜଣ ଖେଳାଳି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ କରିଛନ୍ତି। ସଚିନ ତେନ୍ଦୁଲକର, ରୋହିତ ଶର୍ମା, ହରଭଜନ ସିଂହ, ଶନ୍ ପୋଲକ୍, ରିକି ପଣ୍ଟିଂ, ଡୱେନ୍ ବ୍ରାଭୋ, କିରନ୍ ପୋଲାର୍ଡ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବର୍ତ୍ତମାନ ଜସପ୍ରିତ ବୁମରାହ ମୁମ୍ବାଇର ଅଧିନାୟକତ୍ୱ କରୁଥିବା ଦଶମ ଖେଳାଳି ହୋଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mumbai Indians Appoint Jasprit Bumrah as New Captain During IPL 2026 | Argus News