|
logo
Live
Argus News App
GET APP

Argus News - ଗୋଟିଏ IPL ମ୍ୟାଚ୍‌ରେ କେତେ ଟଙ୍କା ହେଉଛି ଖର୍ଚ୍ଚ ? ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

Sports

IPL Match Expenses / ଗୋଟିଏ IPL ମ୍ୟାଚ୍‌ରେ କେତେ ଟଙ୍କା ହେଉଛି ଖର୍ଚ୍ଚ ? ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଗୋଟିଏ IPL ମ୍ୟାଚ୍‌ରେ କେତେ ଟଙ୍କା ହେଉଛି ଖର୍ଚ୍ଚ ? ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ
IPL Match

Key Points

ଷ୍ଟାଡିୟମ୍‌ରୁ ଖେଳାଳି ପର୍ଯ୍ୟନ୍ତ
BCCI କେତେ ଖର୍ଚ୍ଚ କରେ IPL ମ୍ୟାଚ୍ ପାଇଁ?
ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ
ଆରମ୍ଭ ହୋଇସାରିଛି ଫଟାଫଟ୍‌ କ୍ରିକେଟ୍‌ର ମହାକୁମ୍ଭ ଆଇପିଏଲ ସିଜିନ୍‌-୧୯ । ଏପର୍ଯ୍ୟନ୍ତ ଏହି ସିଜିନ୍‌ର ୫ଟି ମ୍ୟାଚ୍‌ ଖେଳାସରିଛି । ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଦିନ ବଢ଼ିବା ସହ ଆଇପିଏଲର ରୋମାଞ୍ଚ ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଆପଣ ଜାଣିଛନ୍ତି କି ଆଇପିଏଲର ଗୋଟିଏ

ମ୍ୟାଚ୍‌ରେ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ ?

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୦୮ ମସିହାରୁ ଅନୁଷ୍ଠିତ ହୋଇଆସୁଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ପ୍ରତିବର୍ଷ ଏହି ଲିଗ୍ ଆୟୋଜନ କରେ, ଯାହା ବର୍ତ୍ତମାନ ବିଶ୍ୱର ସର୍ବବୃହତ T20 ଲିଗ୍ । ବୋର୍ଡ ଏହି ଲିଗ୍‌ରୁ ମଧ୍ୟ ଯଥେଷ୍ଟ ରାଜସ୍ୱ ଆୟ କରିଥାଏ । ଆୟର ମୁଖ୍ୟ ଉତ୍ସ ହେଉଛି ପ୍ରାୟୋଜକ, ମିଡିଆ ରାଇଟ୍ସ ଏବଂ ଟିକେଟ୍ ବିକ୍ରି । ଏସବୁରୁ ବିସିସିଆଇ କୋଟି କୋଟି ଟଙ୍କାର ରାଜସ୍ବ ଆଦାୟ କରିଥାଏ । କିନ୍ତୁ ଗୋଟିଏ IPL ମ୍ୟାଚ୍‌ର ମୂଲ୍ୟ କେତେ ? ଆସନ୍ତୁ ଜାଣିବା...

ଗୋଟିଏ IPL ମ୍ୟାଚ୍‌ର ମୂଲ୍ୟ କେତେ ?

ଇଣ୍ଡିଆନ୍ ପ୍ରିମିୟର ଲିଗର ୧୯ତମ ସିଜିନରେ ୧୦ଟି ଦଳ ସାମିଲ ଅଛନ୍ତି, ଲିଗ୍ ପର୍ଯ୍ୟାୟ ମ୍ୟାଚ୍‌ ୧୩ଟି ସ୍ଥାନରେ ଖେଳାଯାଉଛି । ପ୍ଲେଅଫ୍‌ ସୂଚୀ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ । ବୋର୍ଡ ପ୍ରଥମେ ଷ୍ଟାଡିୟମଗୁଡ଼ିକ ଚୟନ ଏବଂ ବୁକ୍ କରେ, ଯାହାର ମୂଲ୍ୟ ୫୦ ଲକ୍ଷରୁ ୧ କୋଟି ଟଙ୍କା ମଧ୍ୟରେ ହୋଇପାରେ । BCCI ଏହି ପରିମାଣ ଷ୍ଟାଡିୟମ ମ୍ୟାନେଜମେଣ୍ଟକୁ ପ୍ରଦାନ କରିଥାଏ, ଯଦିଓ ସ୍ଥାନ ଉପରେ ନିର୍ଭର କରି ଏହି ଖର୍ଚ୍ଚ ଭିନ୍ନ ହୋଇଥାଏ ।

ତା’ପରେ ଖେଳାଳିଙ୍କ ଦରମା ଆସେ । ଇମ୍ପାକ୍ଟ ଖେଳାଳିଙ୍କ ସମେତ ସମସ୍ତ ୧୨ ଜଣ ଖେଳାଳି ପ୍ରତି ମ୍ୟାଚ୍ ପାଇଁ ୭.୫ ଲକ୍ଷ ପାଆନ୍ତି । ଏକ ଦଳ ଖେଳାଳିଙ୍କ ଦରମା ପାଇଁ ପ୍ରତି ମ୍ୟାଚରେ ୯୦ ଲକ୍ଷ ଖର୍ଚ୍ଚ କରେ । ଏହା ବ୍ୟତୀତ ମ୍ୟାଚ୍‌ ରେଫରି, ଅମ୍ପାୟାର ଏବଂ ସହାୟକ କର୍ମଚାରୀଙ୍କ ଦରମା ପୃଥକ ହୋଇଥାଏ । ସେହିପରି ଟ୍ରାଭେଲ୍‌ ଖର୍ଚ୍ଚ ପ୍ରାୟ ୭ ଲକ୍ଷ ହୋଇଥାଏ । ପ୍ରସାରଣ ରାଇଟ୍ସ ବ୍ୟତୀତ ପ୍ରତି ଆଇପିଏଲ ମ୍ୟାଚ୍ ପାଇଁ ମୋଟ ଖର୍ଚ୍ଚ ପ୍ରାୟ ୧୫ କୋଟି ହୋଇଥାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IPL Match Expenses: ଗୋଟିଏ IPL ମ୍ୟାଚ୍‌ରେ କେତେ ଟଙ୍କା ହେଉଛି ଖର୍ଚ୍ଚ ? ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ | Argus News