Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଡିସେମ୍ବର ୧୫ରେ ନୁହେଁ...ଏହି ଦିନ ହେବ ଆଇପିଏଲ ନିଲାମ

Sports

IPL Auction / ଡିସେମ୍ବର ୧୫ରେ ନୁହେଁ...ଏହି ଦିନ ହେବ ଆଇପିଏଲ ନିଲାମ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ଡିସେମ୍ବର ୧୫ରେ ନୁହେଁ...ଏହି ଦିନ ହେବ ଆଇପିଏଲ ନିଲାମ

Key Points

କେବେ ହେବ ଆଇପିଏଲ ନିଲାମ । ତାରିଖ ଓ ଭେନ୍ୟୁ ଘୋଷଣା କଲା ବିସିସିଆଇ । ଜାଣନ୍ତୁ କେଉଁ ଦଳ ପାଖରେ ରହିଛି ଅଧିକ ଟଙ୍କା ।
ଆଇପିଏଲ ୨୦୨୬ ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ନଭେମ୍ବର ୧୫ ସୁଦ୍ଧା ସମସ୍ତ ଫ୍ରାଞ୍ଚାଇଜ୍‌ ସେମାନଙ୍କ ରିଟେନ୍‌ ଓ ରିଲିଜ୍‌ ଖେଳାଳିଙ୍କ ତାଲିକ ଦାଖଲ କରିବାର ଥିଲା । ଆଉ ସମସ୍ତ ଫ୍ରାଞ୍ଚାଇଜ୍‌ ରିଟେନ୍ ଓ ରିଲିଜ୍‌ ଖେଳାଳିଙ୍କ ତାଲିକା ଦାଖଲ ମଧ୍ୟ କରିସାରିଛନ୍ତି । ଆଉ ଏବେ କେବଳ ଅପେକ୍ଷା ମିନି ନିଲାମକୁ । ତେବେ କେବେ ଓ କେଉଁଠି ଅନୁଷ୍ଠିତ ହେବ ଆଇପିଏଲ ମିନି ନିଲାମ ତାକୁ ନେଇ ବଡ଼ ଅପଡେଟ୍‌ ଏବେ ସାମ୍ନାକୁ ଆସିଛି ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସିଜିନ୍-୧୯ ପାଇଁ ନିଲାମର ତାରିଖ ଘୋଷଣା କରାଯାଇଛି । ସମସ୍ତ ଦଳ ପାଇଁ ରିଟେନସନ୍ ତାଲିକା ପ୍ରକାଶିତ କରିଥିଲେ । ଏହା ସହ ସମସ୍ତ ଟିମ୍‌ ସେମାନଙ୍କ ଦଳରେ ଆଉ କେତେ ଜଣ ଖେଳାଳିଙ୍କୁ ସାମିଲ କରିପାରିବେ ଏବଂ ସେମାନଙ୍କ ପର୍ସରେ କେତେ ଟଙ୍କା ଅଛି ତାହା ମଧ୍ୟ ସାମ୍ନାକୁ ଆସିଛି । ତେବେ କୋଲକାତା ନାଇଟ୍‌ ରାଇଡର୍ସ ପର୍ସରେ ସର୍ବାଧିକ ଟଙ୍କା ଅଛି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ପର୍ସରେ ସର୍ବନିମ୍ନ ଟଙ୍କା ରହିଛି ।

IPL 2026 ନିଲାମ କେବେ ହେବ?

ସଦ୍ୟତମ ସୂଚନା ଅନୁସାରେ, ଆସନ୍ତା ଡିସେମ୍ବର ୧୬ ତାରିଖ ମଙ୍ଗଳବାର ଦିନ ଆଇପିଏଲ ସିଜିନ୍‌-୧୯ ପାଇଁ ମିନି ନିଲାମ ଅନୁଷ୍ଠିତ ହେବ । IPL ନିଲାମ ଏଥର ଭାରତରେ ମଧ୍ୟ ଅନୁଷ୍ଠିତ ହେବ ନାହିଁ । ଏକ ଅଫିସିଆଲ ବିବୃତ୍ତିରେ କୁହାଯାଇଛି ଯେ ନିଲାମ ଆବୁଧାବିରେ ଅନୁଷ୍ଠିତ ହେବ ।
ଏକ IPL ଦଳ ସର୍ବାଧିକ ୨୫ ଜଣ ଖେଳାଳି ରଖିପାରିବ। ନିଲାମ ପୂର୍ବରୁ, ସମସ୍ତ ଦଳ ସେମାନଙ୍କର କିଛି ଖେଳାଳିଙ୍କୁ ରିଲିଜ୍‌ କରିଥିଲେ ଏବଂ ବର୍ତ୍ତମାନ ଡିସେମ୍ବର ୧୬ରେ ଅବଶିଷ୍ଟ ସ୍ଲଟ୍ ପାଇଁ ବିଡ୍ କରିବେ। ଏହା ଉଲ୍ଲେଖନୀୟ ଯେ ସମସ୍ତ ୧୦ଟି ଦଳରେ ମୋଟ ୭୭ ଜଣ ଖେଳାଳି ସ୍ଥାନ ବାକି ରହିଛି । ଯେଉଁଥିରେ ୨୭ଟି ବିଦେଶୀ ଖେଳାଳି ସ୍ଥାନ ମଧ୍ୟ ରହିଛି। ସମସ୍ତ ଦଳର ମିଳିତ ପର୍ସ ବାଲାନ୍ସ ୨୩୭ କୋଟି ରହିଛି । ଯାହା ମିନି ନିଲାମରେ ଖର୍ଚ୍ଚ ହେବ ।

ଜାଣନ୍ତୁ କେଉଁ ଦଳ ପାଖରେ ରହିଛି କେତେ ଟଙ୍କା


କୋଲକାତା ନାଇଟ୍ ରାଇଡର୍ସ

ଅବଶିଷ୍ଟ ସ୍ଲଟ୍ - ୧୩
ପର୍ସ ବାଲାନ୍ସ - ୬୪.୩ କୋଟି

ଚେନ୍ନାଇ ସୁପର କିଙ୍ଗସ୍

ଅବଶିଷ୍ଟ ସ୍ଲଟ୍ - ୯
ପର୍ସ ବାଲାନ୍ସ - ୪୩.୪ କୋଟି

ସନ୍‌ ରାଇଜର୍ସ ହାଇଦ୍ରାବାଦ

ଅବଶିଷ୍ଟ ସ୍ଲଟ୍ - ୧୦
ପର୍ସ ବାଲାନ୍ସ - ୨୫.୫ କୋଟି

ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ

ଅବଶିଷ୍ଟ ସ୍ଲଟ୍ - ୬
ପର୍ସ ବାଲାନ୍ସ - ୨୨.୯୫ କୋଟି

ଦିଲ୍ଲୀ କ୍ୟାପିଟାଲ୍ସ

ଅବଶିଷ୍ଟ ସ୍ଲଟ୍ - ୮
ପର୍ସ ବାଲାନ୍ସ - ୨୧.୮ କୋଟି

ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଅବଶିଷ୍ଟ ସ୍ଲଟ୍ - ୮
ପର୍ସ ବାଲାନ୍ସ - ୧୬.୪ କୋଟି

ରାଜସ୍ଥାନ ରୟାଲ୍ସ

ଅବଶିଷ୍ଟ ସ୍ଲଟ୍ - ୯
ପର୍ସ ବାଲାନ୍ସ - ୧୬.୦୫ କୋଟି

ଗୁଜରାଟ ଟାଇଟାନ୍ସ

ଅବଶିଷ୍ଟ ସ୍ଲଟ୍ - ୬
ପର୍ସ ବାଲାନ୍ସ - ୧୨.୯ କୋଟି

ପଞ୍ଜାବ କିଙ୍ଗ୍ସ

ଅବଶିଷ୍ଟ ସ୍ଲଟ୍ - ୪
ପର୍ସ ବାଲାନ୍ସ - ୧୧.୫ କୋଟି

ମୁମ୍ବାଇ ଇଣ୍ଡିଆନ୍ସ

ଅବଶିଷ୍ଟ ସ୍ଲଟ୍ - ୫
ପର୍ସ ବାଲାନ୍ସ - ୨.୭୫ କୋଟି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IPL 2026 Mini Auction: New Date, Venue & Team Purse Details Revealed | Argus News