Videos
|
Sports

IPL News / ଶେଷ ସମୟରେ IPL ଛାଡ଼ୁଥିବା ଖେଳାଳିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି BCCIକୁ ଦାବି

Sushanta Sahoo
Browse all articles by Sushanta Sahoo
·5 months ago·2 min read
ଶେଷ ସମୟରେ IPL ଛାଡ଼ୁଥିବା ଖେଳାଳିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି BCCIକୁ ଦାବି
IPL Row Over Player Pullouts

Key Points

ଆଇପିଏଲ୍ ୨୦୨୬ ସଂସ୍କରଣ ଆରମ୍ଭ ହୋଇଥିବା ବେଳେ ଗାଭାସ୍କର ବିସିସିଆଇକୁ ବଡ଼ ଦାବି ଜଣାଇଛନ୍ତି । ଶେଷ ସମୟରେ ଆଇପିଏଲ୍‌ରୁ ମୁହଁ ଫେରାଇ ନେଉଥିବା ଖେଳାଳିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ବିସିସିଆଇ ନିକଟରେ ଦାବି କରିଛନ୍ତି ସୁନୀଲ ଗାଭାସ୍କର ।
ନୂଆଦିଲ୍ଲୀ: ବର୍ଷିଲେ ସୁନୀଲ ଗାଭାସ୍କର । ଆଇପିଏଲ୍ ୨୦୨୬ ସଂସ୍କରଣ ଆରମ୍ଭ ହୋଇଥିବା ବେଳେ ଗାଭାସ୍କର ବିସିସିଆଇକୁ ବଡ଼ ଦାବି ଜଣାଇଛନ୍ତି । ଶେଷ ସମୟରେ ଆଇପିଏଲ୍‌ରୁ ମୁହଁ ଫେରାଇ ନେଉଥିବା ଖେଳାଳିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ବିସିସିଆଇ ନିକଟରେ ଦାବି କରିଛନ୍ତି ସୁନାମଧନ୍ୟ କ୍ରିକେଟର ସୁନୀଲ ଗାଭାସ୍କର

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ଅନୁସାରେ, "ବର୍ତ୍ତମାନ ୨ ବର୍ଷ ପ୍ରତିବନ୍ଧକ ନିୟମ ରହିଛି । ଯାହାକି ନିଲାମ ହୋଇଥିବା ଖେଳାଳି ଟୁର୍ଣ୍ଣାମେଣ୍ଟରୁ ହଟିବାରୁ ରୋକିବା ଲାଗି ପର୍ଯ୍ୟାପ୍ତ ନୁହେଁ ।"

ଏଥିସହ ପଢ଼ନ୍ତୁ: IPLର ପ୍ରଥମ ମ୍ୟାଚ୍‌ରେ ଜିତିଲା RCB; ଦୁନିଆର ଏକମାତ୍ର ଖେଳାଳି ଭାବେ ରେକର୍ଡ କଲେ କୋହଲି

ବିଦେଶର ଏକାଧିକ ନାମୀ ଦାମୀ ଖେଳାଳି ଆଇପିଏଲ୍‌ରୁ ହଟୁଥିବା ବେଳେ ଗାଭାସ୍କରଙ୍କ ଏହି ବଡ଼ ବୟାନ ଆସିଛି । ଏହି ପ୍ରସଙ୍ଗରେ ଗାଭାସ୍କର ଆଲୋଚନା ବେଳେ କହିଛନ୍ତି, ବିସିସିଆଇ ଅଧିକ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ଵ ଦେଇ ବିଚାର କରୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ ଆହୁରି କହିଛନ୍ତି ଯେ, "ଏହି ପ୍ରସଙ୍ଗକୁ ବିସିସିଆଇ ଗୁରୁତ୍ଵ ଦେଇ ଚର୍ଚ୍ଚା କରୁ । କାରଣ ଦୁଇ ବର୍ଷ ପ୍ରତିବନ୍ଧକ କାମ କରୁନାହିଁ । ଆପଣଙ୍କୁ ଏମିତି ପ୍ରତିବନ୍ଧକ ଆପଣାଇବାକୁ ପଡ଼ିବ, ଯାହା ଖେଳାଳିଙ୍କୁ ପ୍ରଭାବିତ କରିବ । ଯେବେ ପର୍ଯ୍ୟନ୍ତ ଆଇପିଏଲ୍‌କୁ ଫେରିବା ପଥ ପ୍ରଭାବିତ ନ ହୋଇଛି, ଏହି ନିୟମ ସଫଳ ହେବ ନାହିଁ ।"

IPLର ନିୟମ କ'ଣ ?

ପୂର୍ବରୁ ଆଇପିଏଲ୍‌ରେ ଏକ ନିୟମ ରହିଛି । ନିୟମାନୁସାରେ, ଯଦି କୌଣସି ବିଦେଶୀ ଖେଳାଳି ନିଲାମୀରେ ଚୟନ ହେବା ପରେ ସେ ଟୁର୍ଣ୍ଣାମେଣ୍ଟରୁ ହଟି ଯାଆନ୍ତି, ତାହେଲେ ତାଙ୍କୁ ଆଇପିଏଲ୍‌ର ପରବର୍ତ୍ତୀ ୨ଟି ସଂସ୍କରଣ ନିଲାମରୁ ବାହାରେ ରଖାଯିବ । ଯଦି ଖେଳାଳିଙ୍କୁ ଆଘାତ କିମ୍ବା ମେଡିକାଲ୍ କାରଣ ଥିବ ତାହେଲେ ଆଶ୍ଵସ୍ତ ମିଳିବ ।

ଏଥିସହ ପଢ଼ନ୍ତୁ: କୋହଲି ଛାଡ଼ିଲେ ସହଜ କ୍ୟାଚ୍, ଷ୍ଟାଣ୍ଡରେ ହସିଲେ ଅନୁଷ୍କା

ବେନ୍ ଡକେଟଙ୍କୁ ନେଇ ବିବାଦ

ଚଳିତ ଆଇପିଏଲ୍ ସଂସ୍କରଣରୁ ବେନ୍ ଡକେଟ୍ ହଟିବା ପୁଣି ଥରେ ଏହି ପ୍ରସଙ୍ଗକୁ ତାଜା କରିଛି । ଆରମ୍ଭ ହୋଇଛି ତର୍କ ବିତର୍କ । ବେନ୍ ଡକେଟଙ୍କୁ ୨ କୋଟିରେ କିଣିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । କିନ୍ତୁ ସେ ରେଡ୍ ବଲ୍ କ୍ରିକେଟକୁ ପ୍ରାଥମିକତା ଦେଇ ଟୁର୍ଣ୍ଣାମେଣ୍ଟରୁ ନାଁ ପ୍ରତ୍ୟାହାର କରି ନେଇଛନ୍ତି ।

ନିୟମ ଅନୁସାରେ, ବେନ୍ ଡକେଟ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଆଇପିଏଲ୍ ନିଲାମୀରେ ସାମିଲ୍ ହୋଇପାରିବେ ନାହିଁ। ଏହା ପୂର୍ବରୁ ହ୍ଯାରି ବ୍ରୁକ ମଧ୍ୟ ହଟି ସାରିଛନ୍ତି ।