Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Kohli Creates History / IPLର ପ୍ରଥମ ମ୍ୟାଚ୍‌ରେ ଜିତିଲା RCB; ଦୁନିଆର ଏକମାତ୍ର ଖେଳାଳି ଭାବେ ରେକର୍ଡ କଲେ କୋହଲି

Sushanta Sahoo
Browse all articles by Sushanta Sahoo
·3 months ago·2 min read
IPLର ପ୍ରଥମ ମ୍ୟାଚ୍‌ରେ ଜିତିଲା RCB; ଦୁନିଆର ଏକମାତ୍ର ଖେଳାଳି ଭାବେ ରେକର୍ଡ କଲେ କୋହଲି
King Kohli Rules Again

Key Points

ଆରସିବି ବିଜୟରେ ବିରାଟ କୋହଲି ଖେଳିଛନ୍ତି ବିସ୍ଫୋରକ ପାଳି । ୩୮ ବଲ୍‌ରେ ବିରାଟ ଅପରାଜିତ ୬୯ ରନ୍ ସ୍କୋର୍ କରି ରୋହିତ ଶର୍ମାଙ୍କୁ ଅତିକ୍ରମ କରିଛନ୍ତି ।
ବେଙ୍ଗାଳୁରୁ: ଆଇପିଏଲ୍ ୨୦୨୬ର ଉଦ୍‌ଘାଟନୀ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକଟରେ ହରାଇଛି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ । ଆରସିବି ବିଜୟରେ ବିରାଟ କୋହଲି ଖେଳିଛନ୍ତି ବିସ୍ଫୋରକ ପାଳି । ୩୮ ବଲ୍‌ରେ ବିରାଟ ଅପରାଜିତ ୬୯ ରନ୍ ସ୍କୋର୍ କରି ରୋହିତ ଶର୍ମାଙ୍କୁ ଅତିକ୍ରମ କରିଛନ୍ତି ।

ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି । ଆଇପିଏଲ୍ ୨୦୨୬ର ପ୍ରଥମ ମ୍ୟାଚ୍‌ରେ ବିରାଟ ଆଇପିଏଲ୍ ଇତିହାସରେ ରେକର୍ଡ ୪ ହଜାର ରନ୍ ପୂରଣ କରିବାରେ ସଫଳ ହୋଇଛନ୍ତି । ଦୁନିଆର ଏକମାତ୍ର ଖେଳାଳି ଭାବେ ଏହି ସଫଳତା ପାଇଛନ୍ତି ବିରାଟ କୋହଲି । ଏହା ପୂର୍ବରୁ କୌଣସି ବି ଖେଳାଳି ୩୫୦୦ ରନ୍ ସ୍କୋର୍ କରିନାହାନ୍ତି ।

ଏଥିସହ ପଢ଼ନ୍ତୁ: 'ଗଦି କ୍ୟାଚ୍' ହାତଛଡ଼ା କରି ଟ୍ରୋଲ୍ ହେଉଛନ୍ତି ବାବର ଆଜମ

ଆଇପିଏଲ୍‌ରେ ସର୍ବାଧିକ ରନ୍
ଖେଳାଳି
ରନ୍
ପାଳି
ବିରାଟ କୋହଲି
୪୦୨୭
୧୩୨
ଡେଭିଡ୍ ୱାର୍ଣ୍ଣର
୩୨୮୫
୯୭
ରୋହିତ ଶର୍ମା
୩୨୮୮
୧୩୩
ଶିଖର ଧୱନ
୨୮୪୩
୯୪
ରବିନ୍ ଉତ୍ଥପ୍ପା
୨୮୩୨
୧୧୯

ଏହାସହ କୋହଲି ଆଇପିଏଲ୍‌ ଇତିହାସରେ କୌଣସି ଗୋଟିଏ ପଡ଼ିଆରେ ସର୍ବାଧିକ ରନ୍ କରି ସାଥୀ ଭାରତୀୟ ଖେଳାଳି ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଛନ୍ତି । ଭାରତୀୟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏକମାତ୍ର ଖେଳାଳି ଭାବେ ଗୋଟିଏ ପଡ଼ିଆରେ ୧ ହଜାରରୁ ଅଧିକ ରନ୍ କରିଥିଲେ । ଏବେ ରୋହିତଙ୍କ ଉକ୍ତ ରେକର୍ଡକୁ ଅତିକ୍ରମ କରିଛନ୍ତି କୋହଲି ।

ଗୋଟିଏ ପଡ଼ିଆରେ ସର୍ବାଧିକ ରନ୍

ଖେଳାଳି
ରନ୍
ପଡ଼ିଆ
ବିରାଟ କୋହଲି
୧୨୮୮
ଏମ୍ ଚିନ୍ନାସ୍ଵାମୀ ଷ୍ଟାଡିୟମ୍ ବେଙ୍ଗାଳୁରୁ
ରୋହିତ ଶର୍ମା
୧୨୬୫
ମୁମ୍ବାଇ (ୱାଙ୍ଖଡ଼େ)
ଏବି ଡେଭିଲିୟର୍ସ
୭୭୪
ଏମ୍ ଚିନ୍ନାସ୍ଵାମୀ ଷ୍ଟାଡିୟମ୍ ବେଙ୍ଗାଳୁରୁ
ସୂର୍ଯ୍ୟକୁମାର ଯାଦବ
୭୭୨
ମୁମ୍ବାଇ (ୱାଙ୍ଖଡ଼େ)
ଡେଭିଡ୍ ୱାର୍ଣ୍ଣର
୭୧୫
ହାଇଦ୍ରାବାଦ

୬ ୱିକେଟରେ ଜିତିଲା RCB

ଶନିବାର ଚିନ୍ନାସ୍ଵାମୀ ଷ୍ଟାଡିୟମ୍‌ରେ ହାଇଦ୍ରାବାଦ ପ୍ରଥମେ ବ୍ଯାଟିଂ କରି ବେଙ୍ଗାଳୁରୁକୁ ୨୦୨ ରନ୍ ଲକ୍ଷ୍ୟ ଦେଇଥିଲା । ଯାହାକୁ ୧୫.୪ ଓଭର୍‌ରେ ମାତ୍ର ୪ ୱିକେଟ୍ ହରାଇ ହାସଲ କରି ନେଇଛି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ।

ଏଥିସହ ପଢ଼ନ୍ତୁ: 
IPL ପ୍ରସାରଣ ଉପରେ ଲଗାଇଥିବା ବ୍ୟାନ୍ ହଟାଇଲା ବାଂଲାଦେଶ

ଆରିସିବି ପକ୍ଷରୁ ବିରାଟ କୋହଲି ଓ ଦେବଦତ୍ତ ପଡ୍ଡିକଲ ବିସ୍ଫୋରକ ଅର୍ଦ୍ଧଶତକ ମାରିଛନ୍ତି । ଇମ୍ପାକ୍ଟ ପ୍ଲେୟାର୍ ଭାବେ ଖେଳିଥିବା ଦେବଦତ୍ତ ମାତ୍ର ୨୬ ବଲ୍‌ରେ ୪ ଛକା ଓ ୭ ଚଉକା ସହାୟତାରେ ୬୧ ରନ୍ କରିଛନ୍ତି ।

ବିରାଟ ୩୮ ବଲ୍‌ରେ ୫ ଛକା ଓ ୫ ଚଉକା ସହାୟତାରେ ଅପରାଜିତ ୬୯ ରନ୍ କରିଛନ୍ତି । ଅଧିନାୟକ ରଜତ ପାଟିଦାର ୧୨ ବଲ୍‌ରେ ୩ ଛକା ଓ ୨ ଚଉକା ସହ ୩୧ ରନ୍‌ର ପାଳି ଖେଳିଛନ୍ତି । ସାଲ୍ଟ ୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ଜିତେଶ ଶର୍ମା କୌଣସି ରନ୍ ନ କରି ଆଉଟ୍ ହୋଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Virat Kohli Creates History as RCB Wins IPL 2026 Opener | Argus News | Argus News