IPL Playoff Equation / ଗୋଟିଏ ସ୍ପଟ୍ ପାଇଁ ୫ ଟିମ୍ର ମହାଯୁଦ୍ଧ ! KKR ବିଜୟ ପରେ ବଦଳିଗଲା ପ୍ଲେଅଫ୍ ସମୀକରଣ
·3 months ago·3 min read

Key Points
ପ୍ଲେଅଫ୍ରେ କିଏ ?
KKR ଜିତ ପରେ ବୁଝନ୍ତୁ ପୁରା ସମୀକରଣ
IPL ପ୍ଲେ ଅଫ୍ ରେସ୍ ହେଲା ରୋମାଞ୍ଚକର
KKR ଜିତ ପରେ ବୁଝନ୍ତୁ ପୁରା ସମୀକରଣ
IPL ପ୍ଲେ ଅଫ୍ ରେସ୍ ହେଲା ରୋମାଞ୍ଚକର
ବୁଧବାର କୋଲକାତାର ଇଡେନ୍ ଗାର୍ଡେନରେ ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ୍ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ୍ରେ KKR ମୁମ୍ବାଇକୁ ୪ ଓ୍ବିକେଟରେ ପରାସ୍ତ କରିଛି । ତେବେ ଏହି ବିଜୟ କୋଲକାତାକୁ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ପହଞ୍ଚାଇ ଦେଇଛି । ଏହା ସହ ପ୍ଲେ ଅଫ୍ ଲଢ଼େଇ ଆହୁରି ରୋମାଞ୍ଚକର ହୋଇଛି । ଆଇପିଏଲ ୨୦୨୬ରେ ଏବେ ମାତ୍ର ପାଞ୍ଚଟି ଲିଗ୍ ମ୍ୟାଚ୍ ବାକି ଥିବା ବେଳେ ପଞ୍ଜାବ କିଙ୍ଗ୍ସ, ଚେନ୍ନାଇ ସୁପର କିଙ୍ଗ୍ସ ସମେତ ପାଞ୍ଚଟି ଦଳ ଟପ୍-୪ରେ ପହଞ୍ଚିବା ପାଇଁ ଆଶା ରଖିଛନ୍ତି ।
ବୁଧବାର ଇଡେନ୍ ଗାର୍ଡେନରେ ଖେଳାଯାଇଥିବା ଏହି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ସୌରଭ ଦୁବେ ଏବଂ କ୍ୟାମେରନ ଗ୍ରୀନଙ୍କ ଘାତକ ବୋଲିଂ ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ଖରାପ ଥିଲା । ପାୱାରପ୍ଲେରେ ୪ଟି ଓ୍ବିକେଟ୍ ହରାଇ ବ୍ୟାକଫୁଟରେ ରହିଥିଲା ମୁମ୍ବାଇ । ପ୍ରଥମ ବ୍ୟାଟିଂ କରି ମୁମ୍ବାଇ ୧୪୭ ରନ୍ କରିଥିଲା । ଟାର୍ଗେଟର ପିଛା କରି, ମନୀଷ ପାଣ୍ଡେ ୪୫ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ । ସେହିପରି ରୋଭମାନ ପାୱେଲ ୩୦ ବଲରେ ୪୦ ରନ କରିଥିଲେ । KKR ୭ ବଲ୍ ବାକି ଥାଇ ୪ ୱିକେଟ୍ ରେ ମ୍ୟାଚ୍ ଜିତିଥିଲା । ତେବେ ଆସନ୍ତୁ ଜାଣିବା କେଉଁ ଟିମ୍ ପାଇଁ କ'ଣ ରହିଛି ପ୍ଲେଅଫର ସମୀକରଣ...
କୋଲକାତା ନାଇଟ୍ ରାଇଡର୍ସ
କେକେଆରର ଶେଷ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରହିଛି । ଯଦି ଏହି ମ୍ୟାଚ୍ରେ KKR ବିଜୟଲାଭ କରେ ତେବେ ୧୫ ପଏଣ୍ଟରେ ପହଞ୍ଚିବ । ପ୍ଲେଅଫରେ ପହଞ୍ଚିବା ପାଇଁ କୋଲକାତାକୁ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସଙ୍କୁ ସେମାନଙ୍କର ଶେଷ ମ୍ୟାଚ୍ ହାରିବାକୁ ପଡିବ ।
ରାଜସ୍ଥାନ ରୟାଲ୍ସ
ଆରଆରର ଶେଷ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରହିଛି । ଏହି ମ୍ୟାଚ୍ରେ ଜିତିଲେ ରାଜସ୍ଥାନ ପ୍ଲେ ଅଫ୍ରେ ସ୍ଥାନ ପକ୍କା କରିପାରିବ । କିନ୍ତୁ ଯଦି ରାଜସ୍ଥାନ ହାରିଯାଏ, ତେବେ ସେମାନଙ୍କୁ CSK, PBKS ଏବଂ KKR ର ମ୍ୟାଚ୍ ହାରିବାକୁ ପ୍ରାର୍ଥନା କରିବାକୁ ପଡ଼ିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଞ୍ଜାବ କିଙ୍ଗ୍ସ
ପଞ୍ଜାବ କିଙ୍ଗ୍ସର ଶେଷ ମ୍ୟାଚ୍ LSG ବିପକ୍ଷରେ ରହିଛି । ଏହି ମ୍ୟାଚ୍ରେ ବିଜୟଲାଭ କଲେ ପଞ୍ଜାବ ୧୫ ପଏଣ୍ଟରେ ପହଞ୍ଚିବ । ଏହା ସହ ରାଜସ୍ଥାନ ଏବଂ କୋଲକାତାକୁ ସେମାନଙ୍କର ଶେଷ ମ୍ୟାଚ୍ ହାରିବାକୁ ପଡ଼ିବ । ଯଦି କୋଲକାତା ମଧ୍ୟ ସେମାନଙ୍କର ଶେଷ ମ୍ୟାଚରେ ବିଜୟଲାଭ କରେ ତେବେ ନେଟ୍ ରନ୍ ରେଟ୍ ନିର୍ଣ୍ଣୟ କରିବ କିଏ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ହାସଲ କରିବ ।
ଚେନ୍ନାଇ ସୁପର କିଙ୍ଗ୍ସ
ସିଏସକେ ପାଇଁ ପ୍ଲେଅଫ୍ ପହଞ୍ଚିବା ଏକ ଚମତ୍କାରଠାରୁ କମ୍ ହେବ ନାହିଁ । ଚେନ୍ନାଇକୁ ତା'ର ଶେଷ ମ୍ୟାଚ୍ ଜିତିବାକୁ ପଡିବ, ଏବଂ ରାଜସ୍ଥାନ, ପଞ୍ଜାବ ଏବଂ କୋଲକାତା ସେମାନଙ୍କର ମ୍ୟାଚ୍ ହାରିବାକୁ ପଡିବ । ଏହି ପରିସ୍ଥିତିରେ RR, CSK ଏବଂ DC ପ୍ରତ୍ୟେକଙ୍କ ପାଇଁ 14 ପଏଣ୍ଟ ରହିବ ଏବଂ ତା'ପରେ ନେଟ୍ ରନ୍ ରେଟ୍ ନିର୍ଣ୍ଣୟ କରିବ ଯେ କିଏ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବ ।
ଦିଲ୍ଲୀ କ୍ୟାପିଟାଲ୍ସ
ଡିସି ମଧ୍ୟ ତା'ର ଶେଷ ମ୍ୟାଚ୍ ଜିତି ୧୪ ପଏଣ୍ଟ ପାଇପାରିବ, କିନ୍ତୁ ତାହା ମଧ୍ୟ ସେମାନଙ୍କ ପାଇଁ ଯଥେଷ୍ଟ ହେବ ନାହିଁ। ସେମାନଙ୍କୁ ଏକ ବଡ଼ ବିଜୟ ଆବଶ୍ୟକ ଏବଂ ଚେନ୍ନାଇ, ପଞ୍ଜାବ ଏବଂ ରାଜସ୍ଥାନ ମଧ୍ୟ ସେମାନଙ୍କର ଶେଷ ମ୍ୟାଚ୍ ହାରିବାକୁ ପଡିବ ।
ପ୍ଲେଅଫ୍ କରିଥିବା ଦଳ
ଆଇପିଏଲ ୨୦୨୬ ପାଇଁ ଏପର୍ଯ୍ୟନ୍ତ ୩ଟି ଦଳ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିଛନ୍ତି । ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଗୁଜରାଟ ଟାଇଟାନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ପ୍ଲେ ଅଫ୍ ଯାଇସାରିଛି । ଏବେ ଚତୁର୍ଥ ସ୍ଥାନ ପାଇଁ ଲଢ଼େଇ ଜାରି ରହିଛି ।

Related Topics
Explore more stories