IPL Playoff Scenario / ଗୋଟିଏ ସ୍ପଟ୍, ୨ ମ୍ୟାଚ୍ ଓ ୩ ଦାବିଦାର...କିଏ ପାଇବ ଶେଷ ପ୍ଲେଅଫ୍ ଟିକେଟ୍ ? ଜାଣନ୍ତୁ ପୂରା ସମୀକରଣ
·1 hour ago·2 min read

Key Points
୨ ମ୍ୟାଚ୍, ୧ ଟିକେଟ୍, ୩ ଟିମ୍…
ଆଜି ନିର୍ଣ୍ଣୟ ହେବ ପ୍ଲେଅଫ୍ ଭାଗ୍ୟ
କିଏ ପାଇବ ଶେଷ ପ୍ଲେଅଫ୍ ଟିକେଟ୍?
ଆଜି ନିର୍ଣ୍ଣୟ ହେବ ପ୍ଲେଅଫ୍ ଭାଗ୍ୟ
କିଏ ପାଇବ ଶେଷ ପ୍ଲେଅଫ୍ ଟିକେଟ୍?
IPLରେ ଆଜି ଦେଖିବାକୁ ମିଳିବ ହାଇଭୋଲଟେଜ୍ ଫାଇଟ୍ । କିଏ ପାଇବ ପ୍ଲେଅଫ୍ ଟିକେଟ୍, କିଏ ହେବ OUT ? ରାଜସ୍ଥାନ, ପଞ୍ଜାବ ଓ କୋଲକାତା ମଧ୍ୟରେ ଜୋରଦାର ଲଢେଇ ଆଜି ନେବ ରୋମାଞ୍ଚକ ମୋଡ଼ । ଆଜିର ୨ଟି ମ୍ୟାଚ୍ ବଦଳାଇଦେବ ସମ୍ପୂର୍ଣ୍ଣ IPL ୨୦୨୬ର ଚିତ୍ର ।
ଶନିବାର ପଞ୍ଜାବ କିଙ୍ଗସ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ୭ ୱିକେଟରେ ବିଜୟୀ ହୋଇ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ଆଜି ଲିଗ୍ ପର୍ଯ୍ୟାୟର ଶେଷ ଦିନ । ରବିବାର ଦୁଇଟି ମ୍ୟାଚ୍ ଖେଳିବାକୁ ବାକି ଅଛି । ଏହି ମ୍ୟାଚ୍ ଗୁଡ଼ିକ ପ୍ଲେଅଫ୍ ପାଇଁ ଯୋଗ୍ୟତା ହାସଲ କରିଥିବା ଚତୁର୍ଥ ଦଳ ନିର୍ଣ୍ଣୟ କରିବ । ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ । ସେହିପରି ଦ୍ୱିତୀୟ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେବେ ।
ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ଟାଇଟାନ୍ସ ପଏଣ୍ଟ ଟେବୁଲରେ ଶୀର୍ଷ-୨ ସ୍ଥାନରେ ରହିଛନ୍ତି । ଆସନ୍ତା ମେ' ୨୬ ତାରିଖରେ ସେମାନଙ୍କ ମଧ୍ୟରେ କ୍ୱାଲିଫାୟର ୧ ଖେଳାଯିବ । ସନରାଇଜର୍ସ ହାଇଦ୍ରାବାଦ ତୃତୀୟ ସ୍ଥାନ ସୁରକ୍ଷିତ କରିଛି ଏବଂ ମେ ୨୭ ତାରିଖରେ ଏଲିମିନେଟର ଖେଳିବ, କିନ୍ତୁ ସେମାନେ କାହା ସହ ଖେଳିବେ ତାହା ଆଜି ନିର୍ଣ୍ଣୟ ହେବ । ପ୍ଲେଅଫ୍ ରେସ୍ରେ ପଞ୍ଜାବ କିଙ୍ଗସ୍, ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ଏବେ ରହିଛି । ତେବେ ଆସନ୍ତୁ ଜାଣିବା ଏହି ୩ଟି ଦଳର ପ୍ଲେଅଫ୍ ସମ୍ଭାବନା ବିଷୟରେ...
ରାଜସ୍ଥାନ ରୟାଲ୍ସ
ରାଜସ୍ଥାନ ରୟାଲ୍ସର ପ୍ଲେଅଫ୍ ସମ୍ଭାବନା ବହୁତ ସରଳ । ଯଦି RR ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବିଜୟଲାଭ କରେ ତେବେ ସେମାନେ ପ୍ଲେଅଫ୍ ପାଇଁ ଯୋଗ୍ୟତା ହାସଲ କରିଥିବା ଚତୁର୍ଥ ଦଳ ହେବେ । ରାଜସ୍ଥାନ ଏହି ମ୍ୟାଚ୍ରେ ବିଜୟ ହେଲେ ସନ୍ଧ୍ୟାର ମ୍ୟାଚ୍ର କୌଣସି ଗୁରୁତ୍ୱ ରହିବ ନାହିଁ । ଆଉ ଯଦି ମୁମ୍ବାଇ ଜିତିଯାଏ, ତେବେ ରାଜସ୍ଥାନ ପ୍ଲେଅଫ୍ ରେସ୍ରୁ ବାଦ୍ ପଡ଼ିଯିବ ।
ପଞ୍ଜାବ କିଙ୍ଗ୍ସ
ଶ୍ରେୟସ ଆୟରଙ୍କ ଶତକ ବଳରେ ପଞ୍ଜାବ କିଙ୍ଗ୍ସ କର ବା ମର ମ୍ୟାଚ୍ରେ LSG କୁ ୭ ଓ୍ବିକେଟ୍ରେ ପରାସ୍ତ କରିଛି । ଦଳ ୧୫ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ଯଦି ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ଆଜି ସେମାନଙ୍କର ନିଜ ନିଜ ମ୍ୟାଚ୍ରେ ହାରନ୍ତି ତେବେ PBKS ପ୍ଲେଅଫ୍ରେ ପହଞ୍ଚିପାରିବ ।
କୋଲକାତା ନାଇଟ୍ ରାଇଡର୍ସ
ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଦିଲ୍ଲୀ ପ୍ଲେଅଫ୍ ଦୌଡ଼ରୁ ବାହାର ହୋଇଯାଇଛି ଏବଂ ଯଦି ଅପରାହ୍ନରେ ରାଜସ୍ଥାନ ରୟାଲ୍ସ ପରାଜୟ ବରଣ କରେ ତେବେ ଏହି ମ୍ୟାଚ୍ ରୋମାଞ୍ଚକର ହୋଇଯିବ । ଯଦି RR ଜିତିଥାଏ, ତେବେ କୋଲକାତା ମଧ୍ୟ ପଞ୍ଜାବ ସହିତ ପ୍ଲେଅଫ୍ ରେସରୁ ବାହାର ହୋଇଯିବ । ଯଦି ରାଜସ୍ଥାନ ପରାଜୟ ବରଣ କରେ ତେବେ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ରେ କୋଲକାତା ଏକ ବଡ଼ ବ୍ୟବଧାନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିବାକୁ ପଡ଼ିବ । କାରଣ ପଞ୍ଜାବର ନେଟ୍ ରନ୍ ରେଟ୍ ଭଲ ଅଛି । ତେଣୁ କୋଲକାତାକୁ ଏକ ଭଲ ନେଟ୍ ରନ୍ ରେଟ୍ ହାସଲ କରିବାକୁ ପଡ଼ିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories