Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

RCB Retained Players / ଦୁଷ୍କର୍ମ ଅଭିଯୁକ୍ତ ଖେଳାଳିଙ୍କୁ ରିଟେନ୍‌ କଲା RCB, ଖେଳିବେ ୨୦୨୬ ଆଇପିଏଲ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଦୁଷ୍କର୍ମ ଅଭିଯୁକ୍ତ ଖେଳାଳିଙ୍କୁ ରିଟେନ୍‌ କଲା RCB, ଖେଳିବେ ୨୦୨୬ ଆଇପିଏଲ

Key Points

ଆରସିିବି ଜାରି କଲା ରିଟେନସନ୍‌ ଲିଷ୍ଟ । ଦୁଷ୍କର୍ମ ଅଭିଯୁକ୍ତଙ୍କୁ ରଖିଲା ବାଙ୍ଗାଲୋର । ଖେଳିବେ ୨୦୨୬ ଆଇପିଏଲ ।
IPL ୨୦୨୬ ପାଇଁ ସମସ୍ତ ଫ୍ରାଞ୍ଚାଇଜ୍‌ ସେମାନଙ୍କ ରିଟେନ୍‌ ଓ ରିଲିଜ୍‌ ତାଲିକା ଜାରି କରିଛନ୍ତି । ଆଇପିଏଲ ଡିଫେଣ୍ଡିଂ ଚାମ୍ପିଅନ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ତା'ର ରିଟେନସନ୍‌ ତାଲିକା ପ୍ରକାଶ କରିଛି । RCB ମୋଟ ଆଠ ଜଣ ଖେଳାଳିଙ୍କୁ ରିଲିଜ୍‌ କରିଛି । RCB ଆଗାମୀ ସିଜିନରେ ତା'ର ଟାଇଟଲ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି ।

ତେବେ ଆରସିବି ତା'ର ରିଟେନସନ୍ ତାଲିକାରେ ଏମିତି ଜଣେ ଖେଳାଳିଙ୍କୁ ସାମିଲ କରିଛି, ଯାହାଙ୍କ ଉପରେ ବଳାତ୍କାରର ଅଭିଯୋଗ ରହିଛି । ଏହି ଖେଳାଳି IPL ୨୦୨୬ରେ ଆରସିବି ପାଇଁ ଖେଳିବେ । ତେବେ ଆସନ୍ତୁ ଜାଣିବା କିଏ ଏହି ଖେଳାଳି...

ଜୁନ୍ ୨୦୨୫ରେ ଗାଜିଆବାଦର ଜଣେ ଯୁବତୀ ଦ୍ରୁତ ବୋଲର ୟଶ ଦୟାଲଙ୍କ ଉପରେ ବଳାତ୍କାରର ଅଭିଯୋଗ ଆଣିଥିଲେ। ମହିଳା ଜଣକ ଅଭିଯୋଗ କରିଥିଲେ ଯେ ୟଶ ଦୟାଲ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ବଳାତ୍କାର କରିଥିଲେ । ପୀଡିତା ଜୁନ୍ ୨୧ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ, ପୋଲିସ ମହିଳାଙ୍କ ବୟାନ ରେକର୍ଡ କରିଛି । କିନ୍ତୁ ଏସବୁ ମଧ୍ୟରେ ଆରସିବି ଆଗାମୀ ସିଜିନ୍‌ ପାଇଁ ୟଶ ଦୟାଲଙ୍କ ଉପରେ ବିଶ୍ବାସ ପ୍ରକଟ କରିଛି ଏବଂ ତାଙ୍କୁ ଆଗାମୀ ସିଜିନ୍‌ ପାଇଁ ରିଟେନ୍‌ କରିଛି ।

ୟଶ ଦୟାଲ IPL ୨୦୨୫ରେ RCB ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ୧୫ ମ୍ୟାଚରେ ୧୩ ୱିକେଟ ନେଇଥିଲେ । ୨୦୨୪ରେ ସେ ୧୪ ମ୍ୟାଚରେ ୧୫ ୱିକେଟ ନେଇଥିଲେ । ସେ ଦୁଇଟି ସିଜିନ୍ ପାଇଁ RCB ପକ୍ଷରୁ ଖେଳିଛନ୍ତି । ତେବେ ୨୦୨୩ ମସିହାରେ ଗୁଜରାଟ ଟାଇଟନ୍ସରେ ଥିବାବେଳେ ୟଶ ଦୟାଲଙ୍କୁ କୋଲକାତା ନାଇଟ ରାଇଡର୍ସର ବ୍ୟାଟ୍ସମ୍ୟାନ୍‌ ରିଙ୍କୁ ସିଂ ପାଞ୍ଚଟି ବଲରେ ଲଗାତାର ପାଞ୍ଚଟି ଛକା ମାରି ଅସମ୍ଭବ ମ୍ୟାଚ୍‌କୁ ସମ୍ଭବ କରିଥିଲେ ।

ଆରସିବି ଏହି ଖେଳାଳିମାନଙ୍କୁ ରିଟେନ୍‌ କରିଛି

ରଜତ ପଟିଦାର, ବିରାଟ କୋହଲି, ଦେବଦତ୍ତ ପାଡିକ୍କଲ, ଫିଲ ସଲ୍ଟ, ଜିତେଶ ଶର୍ମା, କ୍ରୁନାଲ ପାଣ୍ଡ୍ୟା, ସ୍ୱପ୍ନିଲ ସିଂହ, ଟିମ୍ ଡେଭିଡ୍, ରୋମାରିଓ ସେଫର୍ଡ, ଜାକବ ବେଥେଲ୍, ଜୋଶ ହାଜେଲଉଡ୍, ୟଶ ଦୟାଲ, ଭୁବନେଶ୍ୱର କୁମାର, ନୁୱାନ ତୁଷାରା, ରସିଖ ସଲାମ, ଅଭିନନ୍ଦନ ସିଂହ, ସୁୟାଶ ଶର୍ମା

୮ ଜଣ ଖେଳାଳିଙ୍କୁ ରିଲିଜ୍‌ କରିଛି RCB

ଆରସିବି ଆଗାମୀ ସିଜନ ପାଇଁ ଏହାର ଦଳରେ ଅନେକ ବଡ଼ ପରିବର୍ତ୍ତନ କରିଛି । ଦଳ ସ୍ୱସ୍ତିକ ଚିକାରା, ମୟଙ୍କ ଅଗ୍ରୱାଲ, ଟିମ୍ ସେଫର୍ଟ, ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌, ମନୋଜ ଭଣ୍ଡାଗେ, ଲୁଙ୍ଗି ଏନଗିଡି, ବ୍ଲେସିଂ ମୁଜାରାବାନି ଏବଂ ମୋହିତ ରାଠିଙ୍କୁ ରିଲିଜ୍‌ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IPL 2026: RCB Retains Yash Dayal Despite Rape Allegations, Releases 8 Players | Argus News