Videos
|
Sports

Ishan Kishan / ଇଶାନ କିଶାନଙ୍କ ଫ୍ୟାନ୍ସଙ୍କୁ ବଡ଼ ଝଟକା, ସିଜିନ୍‌ ମଝିରେ ବଦଳିବେ SRH କ୍ୟାପଟେନ୍‌

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ଇଶାନ କିଶାନଙ୍କ ଫ୍ୟାନ୍ସଙ୍କୁ ବଡ଼ ଝଟକା, ସିଜିନ୍‌ ମଝିରେ ବଦଳିବେ SRH କ୍ୟାପଟେନ୍‌
Ishan Kishan

Key Points

ଇଶାନ କିଶାନଙ୍କୁ ଝଟକା
SRHରେ ହେବ ବଡ଼ ପରିବର୍ତ୍ତନ
ମଧ୍ୟ ସିଜନ୍‌ରେ ବଦଳିବ SRH କ୍ୟାପ୍ଟେନ୍
ଜାରି ରହିଛି ଫଟାଫଟ୍‌ କ୍ରିକେଟ୍‌ର ମହାକୁମ୍ଭ ଆଇପିଏଲ । ଆଉ ଏହାରି ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସିଛି । IPL ୨୦୨୬ ମଧ୍ୟରେ ଇଶାନ କିଶାନଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଏକ ଖରାପ ଖବର । ସନ୍ ରାଇଜର୍ସ ହାଇଦ୍ରାବାଦ ସିଜିନ୍ ମଧ୍ୟଭାଗରେ ଅଧିନାୟକ ପରିବର୍ତ୍ତନ କରିବାକୁ ଯାଉଛି । ପ୍ୟାଟ୍ କମିନ୍ସ IPL ୨୦୨୬ରେ ଦଳକୁ ଫେରିବାକୁ ଯାଉଛନ୍ତି । ଜାତୀୟ ଗଣମାଧ୍ୟମ ଅନୁଯାୟୀ, କମିନ୍ସଙ୍କୁ କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ସେ ଏପ୍ରିଲ୍ ୧୭ ତାରିଖରେ SRH ଦଳରେ ଯୋଗଦେବେ ।

କମିନ୍ସଙ୍କ ଅନୁପସ୍ଥିତିରେ ଇଶାନ କିଶାନ ବର୍ତ୍ତମାନ ଦଳର ଅଧିନାୟକତ୍ୱ କରୁଛନ୍ତି । ରିପୋର୍ଟରେ ଦାବି କରାଯାଇଛି ଯେ ତାଙ୍କ ପିଠି ସମସ୍ୟା ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛି । ସିଡନୀରେ କରାଯାଇଥିବା ସ୍କାନ ପରେ ତାଙ୍କୁ କ୍ଲିନ୍‌ଚିଟ୍‌ ମିଳିଛି ।

କମିନ୍ସ ଦଳରେ ଯୋଗଦେବା ପରେ ଇଶାନ କିଶାନଙ୍କୁ ଅଧିନାୟକ ପଦରୁ ହଟିବାକୁ ପଡିବ । ତେବେ ସେ ପ୍ୟାଟ୍‌ କମିନ୍ସ ପରବର୍ତ୍ତୀ ଦୁଇଟି ମ୍ୟାଚରେ ଖେଳିବେ ନାହିଁ । ସେ ଏପ୍ରିଲ୍ ୨୫ ତାରିଖରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ମ୍ୟାଚ୍‌ ଖେଳିବେ ।

ଏପର୍ଯ୍ୟନ୍ତ, ସନରାଇଜର୍ସ ହାଇଦ୍ରାବାଦ ଇଶାନ କିଶାନଙ୍କ ଅଧିନାୟକତ୍ୱରେ ପାଞ୍ଚଟି ମ୍ୟାଚ୍ ଖେଳିଛି । ସେଥିମଧ୍ୟରୁ ଦଳ ଦୁଇଟି ଜିତିଛି ଏବଂ ତିନୋଟି ହାରିଛି । ଦଳର ପ୍ରଦର୍ଶନ ଏପର୍ଯ୍ୟନ୍ତ ଖରାପ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିନାୟକ ଭାବରେ, ଇଶାନ ହାଇଦ୍ରାବାଦ ପାଇଁ ବହୁତ ରନ କରିଛନ୍ତି। ସେ RCB ବିପକ୍ଷରେ ପ୍ରଥମ ମ୍ୟାଚରେ ୮୦ ରନ କରିଥିଲେ, ଯେତେବେଳେ KKR ବିପକ୍ଷରେ ସେ ୧୪ ରନ କରିଥିଲେ । ସେହିପରି LSG ବିପକ୍ଷରେ ୧ ରନ୍‌, ପଞ୍ଜାବ କିଙ୍ଗସ ବିପକ୍ଷରେ ୨୭ ଏବଂ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୯୧ ରନ କରିଥିଲେ । ସେ ଏପର୍ଯ୍ୟନ୍ତ ଖେଳିଥିବା ପାଞ୍ଚଟି ମ୍ୟାଚରେ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।