Videos
|
Sports

Sooryavanshi Break Gayle Record / ୧୫ ବର୍ଷୀୟ ବୈଭବ ଭାଙ୍ଗିଲେ ଗେଲ୍‌ଙ୍କ ୧୪ ବର୍ଷ ପୁରୁଣା ରେକର୍ଡ, ୬୦ ଛକା ମାରି ବିଶ୍ୱକୁ ଚମକାଇଲେ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
୧୫ ବର୍ଷୀୟ ବୈଭବ ଭାଙ୍ଗିଲେ ଗେଲ୍‌ଙ୍କ ୧୪ ବର୍ଷ ପୁରୁଣା ରେକର୍ଡ, ୬୦ ଛକା ମାରି ବିଶ୍ୱକୁ ଚମକାଇଲେ
Sooryavanshi Break Gayle Record

Key Points

୧୫ ବର୍ଷରେ କରିଦେଲେ କମାଲ
ବୈଭବଙ୍କ ନାମରେ ନୂଆ ରେକର୍ଡ
ଭାଙ୍ଗିଲେ କ୍ରିସ୍‌ ଗେଲ୍‌ଙ୍କ ୧୪ ବର୍ଷ ପୁରୁଣା ରେକର୍ଡ
ବୁଧବାର ଆଇପିଏଲ-୨୦୨୬ର ଏଲିମିନେଟର ମ୍ୟାଚ୍‌ ଖେଳାଯାଉଛି । ରାଜସ୍ଥାନ ରୟାଲ୍ସ ଓ ସନ୍‌ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯାଉଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଛି ରାଜସ୍ଥାନ । ତେବେ ମ୍ୟାଚ୍‌ର ମାତ୍ର ୩.୫ ଓଭରରେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । କ୍ରିସ୍‌ ଗେଲ୍‌ଙ୍କ ୧୪ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ।



୨୦୧୨ ମସିହା ଆଇପିଏଲ ସିଜିନ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଥିଲେ ୟୁନିଭର୍ସିଆଲ ବସ୍‌ କ୍ରିସ୍‌ ଗେଲ୍‌ । ଏହି ସିଜିନ୍‌ରେ ଗେଲ୍‌ ଆଇପିଏଲ ଇତିହାସରେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାମରେ କରିଥିଲେ । ସେ ୨୦୧୨ ମସିହା ଆଇପିଏଲ ୫୯ ଛକା ମାରିଥିଲେ । ପୂରା ସିଜିନରେ ୧୪ ଇନିଂସରେ ୫୯ ଛକା ସହିତ ୭୩୩ ରନ୍‌ କରିଥିଲେ ଗେଲ୍‌ ।


ତେବେ ୧୪ ବର୍ଷ ଧରି କୌଣସି ବ୍ୟାଟ୍ସମ୍ୟାନ୍‌ ଗେଲ୍‌ଙ୍କ ଏହି ରେକର୍ଡ ଭାଙ୍ଗି ପାରିନଥିଲେ । କିନ୍ତୁ ଠିକ୍‌ ୧୪ ବର୍ଷ ପରେ ଜଣେ ୧୫ ବର୍ଷୀୟ କ୍ରିକେଟ୍‌ର ବୈଭବ ସୂର୍ଯ୍ୟବଂଶୀ ଗେଲ୍‌ଙ୍କ ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି । ବୈଭବ IPL-2026ରେ ୬୦ ଛକା ମାରି ଗେଲ୍‌ଙ୍କ ଏହି ବିଶାଳ ରେକର୍ଡକୁ ଭାଙ୍ଗିଛନ୍ତି । ଏପର୍ଯ୍ୟନ୍ତ ଚଳିତ ସିଜିନ୍‌ରେ ସୂର୍ଯ୍ୟବଂଶୀ ୧୫ ଇନିଂସରେ ୬୫ ଛକା ସହ ୬୮୦ ରନ୍‌ କରିଛନ୍ତି ।

ଅଧିକ ପଢ଼ନ୍ତୁ: ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ୧୦ ବଲ୍‌ରେ ୫୦ ରନ୍‌...ଭାଇରାଲ ହେଲା ଭିଡିଓ


କେବଳ ଏତିକି ନୁହେଁ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଉଥିବା ଏଲିମିନେଟର ମ୍ୟାଚ୍‌ରେ ଆଉ ଏକ ବଡ଼ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ସେ ଏଲିମିନେଟରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ମାତ୍ର ୧୬ ବଲ୍‌ରେ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ବୈଭବ ୨୯ ବଲ୍‌ରେ ୧୨ ଛକା ଓ ୫ ଚୌକା ସହ ୯୭ ରନ୍ କରିଛନ୍ତି । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Vaibhav Sooryavanshi Breaks Chris Gayle’s IPL Sixes Record | Argus News