Videos
|
Sports

IPL 2027 Auction / IPL ଅକ୍ସନ୍‌ ପାଇଁ ୧୨୨୦ ଖେଳାଳିଙ୍କ ନାମ ରେଜିଷ୍ଟ୍ରେସନ୍‌, BCCI ଜାରି କଲା ଅଫିସିଆଲ୍‌ ଲିଷ୍ଟ

Santosh Kumar Sahoo
Browse all articles by Santosh Kumar Sahoo
·43 mins ago·2 min read
IPL ଅକ୍ସନ୍‌ ପାଇଁ ୧୨୨୦ ଖେଳାଳିଙ୍କ ନାମ ରେଜିଷ୍ଟ୍ରେସନ୍‌, BCCI ଜାରି କଲା ଅଫିସିଆଲ୍‌ ଲିଷ୍ଟ
IPL 2027 Auction

Key Points

IPL ଅକ୍ସନ୍‌କୁ ନେଇ ବଡ଼ ଅପଡେଟ୍‌
ଡିସେମ୍ବର ୧୬ରେ ହେବ ନିଲାମୀ
IPL ଅକ୍ସନ୍‌ ପାଇଁ ୧୨୨୦ ଖେଳାଳିଙ୍କ ନାମ ରେଜିଷ୍ଟ୍ରେସନ୍‌

ମୁମ୍ବାଇ: ଆଇପିଏଲ୍‌ ୨୦୨୭ ଖେଳାଳି ନିଲାମକୁ ନେଇ କ୍ରିକେଟ୍‌ ଜଗତରେ ଉତ୍ସାହ ବଢ଼ିବାରେ ଲାଗିଛି । ଆଗାମୀ ସିଜିନ୍‌ ପାଇଁ ହେବାକୁ ଥିବା ଖେଳାଳି ନିଲାମୀରେ ଭାଗ ନେବାକୁ ମୋଟ ୧,୨୨୦ ଜଣ ଖେଳାଳି ରେଜିଷ୍ଟ୍ରେସନ୍‌ କରିଛନ୍ତି । ଏନେଇ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (BCCI) ପକ୍ଷରୁ ଅଫିସିଆଲ୍‌ ସୂଚନା ଦିଆଯାଇଛି ।
ରେଜିଷ୍ଟ୍ରେସନ୍‌ କରିଥିବା ଖେଳାଳିଙ୍କ ମଧ୍ୟରେ ୯୩୯ ଜଣ ଭାରତୀୟ ଏବଂ ୧୭ଟି ଦେଶର ୨୮୧ ଜଣ ବିଦେଶୀ ଖେଳାଳି ରହିଛନ୍ତି । ଅକ୍ସନ୍‌ ପୂର୍ବରୁ ୧୦ଟି ଫ୍ରାଞ୍ଚାଇଜି ମୋଟ ୧୮୪ ଜଣ ଖେଳାଳିଙ୍କୁ ରିଟେନ୍‌ କରିଛି । ଏବେ ଦଳଗୁଡ଼ିକରେ ଆଉ ୬୬ଟି ସ୍ଥାନ ଖାଲି ରହିଛି । ଏଥିରେ ୨୫ଟି ବିଦେଶୀ ଖେଳାଳିଙ୍କ ସ୍ଲଟ୍‌ ରହିଛି ।

୧୨୨୦ ଖେଳାଳିଙ୍କୁ ୬ଟି ବର୍ଗରେ ବିଭକ୍ତ

BCCI ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଅକ୍ସନ୍‌ ପାଇଁ ରେଜିଷ୍ଟ୍ରେସନ୍‌ କରିଥିବା ୧,୨୨୦ ଖେଳାଳିଙ୍କୁ ୬ଟି ବର୍ଗରେ ବିଭକ୍ତ କରାଯାଇଛି ।
- କ୍ୟାପ୍‌ଡ ଭାରତୀୟ ଖେଳାଳି: ୧୪ ଜଣ
- କ୍ୟାପ୍‌ଡ ଅନ୍ତର୍ଜାତୀୟ ଖେଳାଳି: ୧୭୦ ଜଣ
- ଆସୋସିଏଟ୍‌ ଦେଶର ଖେଳାଳି: ୪୨ ଜଣ
- ପୂର୍ବ ଆଇପିଏଲ୍‌ ସିଜିନ୍‌ରେ ଖେଳିଥିବା ଅନକ୍ୟାପ୍‌ଡ ଭାରତୀୟ: ୧୨୭ ଜଣ
- ଅନ୍ୟ ଅନକ୍ୟାପ୍‌ଡ ଭାରତୀୟ ଖେଳାଳି: ୭୯୮ ଜଣ
- ଅନକ୍ୟାପ୍‌ଡ ବିଦେଶୀ ଖେଳାଳି: ୬୯ ଜଣ

ମୋଟ ୧୮୪ ଜଣ କ୍ୟାପ୍‌ଡ ଖେଳାଳି ଏଥର ଅକ୍ସନ୍‌ ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ସେହିପରି ଅନକ୍ୟାପ୍‌ଡ ଖେଳାଳିଙ୍କ ସଂଖ୍ୟା ୯୯୪ ରହିଛି। ଏଥିରେ ୯୨୫ ଜଣ ଭାରତୀୟ ଅନକ୍ୟାପ୍‌ଡ ଖେଳାଳି ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୨୭ ଜଣ ପୂର୍ବରୁ ଆଇପିଏଲ୍‌ରେ ଖେଳିସାରିଛନ୍ତି ।

ଅଷ୍ଟ୍ରେଲିଆରୁ ସର୍ବାଧିକ ୫୩ ଖେଳାଳି

ବିଦେଶୀ ଖେଳାଳିଙ୍କ ମଧ୍ୟରେ ସବୁଠାରୁ ଅଧିକ ଅଷ୍ଟ୍ରେଲିଆରୁ ରେଜିଷ୍ଟ୍ରେସନ୍‌ ହୋଇଛି। ଅଷ୍ଟ୍ରେଲିଆର ୫୩ ଜଣ ଖେଳାଳି ନିଲାମୀ ପାଇଁ ନାମ ପଞ୍ଜୀକରଣ କରିଛନ୍ତି । ଏହା ପଛକୁ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍‌ ରହିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
 
ଆଇପିଏଲ୍‌ ୨୦୨୭ ଅକ୍ସନ୍‌ ପାଇଁ ରେଜିଷ୍ଟ୍ରେସନ୍‌ କରିଥିବା ଖେଳାଳିଙ୍କ ମଧ୍ୟରୁ ଫ୍ରାଞ୍ଚାଇଜିଗୁଡ଼ିକ ନିଜ ପସନ୍ଦର ଖେଳାଳିଙ୍କ ନାମ BCCIକୁ ଦେବେ । ଏହାପରେ ଚୂଡ଼ାନ୍ତ ଅକ୍ସନ୍‌ ତାଲିକା ପ୍ରସ୍ତୁତ ହେବ । ଡିସେମ୍ବର ୪, ୨୦୨୬ରେ ଖେଳାଳିଙ୍କ ନାମ ସହିତ ସେମାନଙ୍କ ବେସ୍‌ ପ୍ରାଇସ୍‌ ଥିବା ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଅନ୍ୟପଟେ ଡିସେମ୍ବର ୧୬ ତାରିଖରେ ଗୋଆରେ ଆଇପିଏଲ୍‌ ୨୦୨୭ର ଖେଳାଳି ନିଲାମୀ ଅନୁଷ୍ଠିତ ହେବ ।