Videos
|
Sports

Bangladesh Players in IPL / ଗତବର୍ଷ ବଡ଼ ବିବାଦ, ଏବେ IPL ୨୦୨୭ ନିଲାମରେ ୭ ବାଂଲାଦେଶୀ ଖେଳାଳି ! ତାଲିକାରେ ମୁସ୍ତାଫିଜୁର

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଗତବର୍ଷ ବଡ଼ ବିବାଦ, ଏବେ IPL ୨୦୨୭ ନିଲାମରେ ୭ ବାଂଲାଦେଶୀ ଖେଳାଳି ! ତାଲିକାରେ ମୁସ୍ତାଫିଜୁର
IPL 2027

Key Points

ବଦଳିଲା କି ଭାରତ-ବାଂଲାଦେଶ କ୍ରିକେଟ୍ ସମୀକରଣ ?
IPL 2027ରେ ଖେଳିବେ ବାଂଲାଦେଶୀ କ୍ରିକେଟର !
IPL ନିଲାମ ପାଇଁ ୭ ଖେଳାଳିଙ୍କ ନାମ ପଞ୍ଜୀକରଣ

ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ୍ ୨୦୨୭କୁ ନେଇ ଏବେଠାରୁ ଚର୍ଚ୍ଚା ଜୋର୍ ଧରିଛି। ବିଭିନ୍ନ ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜବୁତ କରିବା ପାଇଁ ରିଟେନସନ୍ ଓ ଟ୍ରେଡ୍ ୱିଣ୍ଡୋ ପ୍ରକ୍ରିୟାରେ ବ୍ୟସ୍ତ ରହିଛନ୍ତି । ଏହାରି ମଧ୍ୟରେ ଆଇପିଏଲ୍‌କୁ ନେଇ ଆସିଛି ଏକ ବଡ଼ ଖବର । ଆଗାମୀ ଆଇପିଏଲ୍ ନିଲାମରେ ବାଂଲାଦେଶୀ କ୍ରିକେଟରମାନେ ମଧ୍ୟ ଭାଗ ନେବାକୁ ଯାଉଛନ୍ତି । ରିପୋର୍ଟ ଅନୁଯାୟୀ, ବାଂଲାଦେଶର ପ୍ରାୟ ୭ ଜଣ ଖେଳାଳି ନିଲାମ ପାଇଁ ନିଜ ନାମ ପଞ୍ଜୀକରଣ କରିଛନ୍ତି ।
ନିଲାମ ପାଇଁ ରେଜିଷ୍ଟ୍ରେସନ୍ କଲେ ୭ ବାଂଲାଦେଶୀ ଖେଳାଳି

ଆଇପିଏଲ୍‌ର ପ୍ରତ୍ୟେକ ନୂଆ ସିଜିନ୍ ପୂର୍ବରୁ ମିନି ଅକ୍ସନ୍ ଆୟୋଜନ କରାଯାଇଥାଏ । ଚଳିତ ଥର ଡିସେମ୍ବର ୧୬ ତାରିଖରେ ଗୋଆରେ ନିଲାମ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବାଂଲାଦେଶର କିଛି ଖେଳାଳି ଆଗାମୀ ଆଇପିଏଲ୍ ନିଲାମ ପାଇଁ ପଞ୍ଜୀକରଣ କରିଛନ୍ତି । ଏଥିରେ ସବୁଠାରୁ ବଡ଼ ନାମ ହେଉଛି ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନ । ଗତବର୍ଷ କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ହଠାତ୍ ଦଳରୁ ରିଲିଜ୍ କରିବା ପରେ ବେଶ୍ ବିବାଦ ସୃଷ୍ଟି ହୋଇଥିଲା । ଏହାର ପ୍ରଭାବ ଭାରତ ଓ ବାଂଲାଦେଶ କ୍ରିକେଟ୍ ସମ୍ପର୍କ ଉପରେ ମଧ୍ୟ ପଡ଼ିଥିଲା ।

ମୁସ୍ତାଫିଜୁରଙ୍କୁ ନେଇ ହୋଇଥିଲା ବଡ଼ ବିବାଦ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତବର୍ଷ କୋଲକାତା ନାଇଟ୍ ରାଇଡର୍ସ ମୁସ୍ତାଫିଜୁର ରହମାନଙ୍କୁ ୯.୨୦ କୋଟି ଟଙ୍କାରେ କିଣିଥିଲା । ଏହା ସହିତ ସେ ଆଇପିଏଲ୍ ଇତିହାସରେ ସବୁଠାରୁ ମହଙ୍ଗା ବାଂଲାଦେଶୀ ଖେଳାଳି ହୋଇଥିଲେ ।

କିନ୍ତୁ ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଭାରତରେ ଅସନ୍ତୋଷ ଦେଖାଦେଇଥିଲା । ମୁସ୍ତାଫିଜୁରଙ୍କୁ ଆଇପିଏଲ୍‌ରୁ ବାଦ୍ ଦେବାକୁ ଦାବି ହୋଇଥିଲା । ଶେଷରେ BCCIର ନିର୍ଦ୍ଦେଶ ପରେ KKR ତାଙ୍କୁ ଦଳରୁ ରିଲିଜ୍ କରିଥିଲା ।

ଏହାପରେ ବିବାଦ ଆହୁରି ବଢ଼ିଥିଲା । ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ୨୦୨୬ ଟି-୨୦ ବିଶ୍ୱକପ୍‌ରେ ଭାରତରେ ଖେଳିବାକୁ ମନା କରିଥିଲା । ଏପରିକି ନିଜର ମ୍ୟାଚ୍‌ଗୁଡ଼ିକ ଶ୍ରୀଲଙ୍କାରେ ଆୟୋଜନ କରିବାକୁ ଦାବି କରିଥିଲା । ତେବେ ICC ବାଂଲାଦେଶର ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲା ।

କେଉଁ ୭ ଜଣ ବାଂଲାଦେଶୀ ଖେଳାଳି କରିଛନ୍ତି ପଞ୍ଜୀକରଣ ?

ବାଂଲାଦେଶ କ୍ରିକେଟ୍ ବୋର୍ଡର କ୍ରିକେଟ୍ ଅପରେସନ୍ସ ଅଧିକାରୀ ସହରିୟାର ନଫିସ୍ ଆଇପିଏଲ୍ ନିଲାମ ପଞ୍ଜୀକରଣକୁ ନେଇ ବଡ଼ ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ, ମୁସ୍ତାଫିଜୁର ରହମାନଙ୍କ ବ୍ୟତୀତ ନାହିଦ ରାଣା, ରିଶାଦ ହୁସେନ, ହାସନ ମହମୁଦ, ତୌହିଦ ହୃଦୟ, ତସ୍କିନ ଅହମଦ ଓ ଶୋରିଫୁଲ ଇସଲାମ ମଧ୍ୟ ନିଲାମ ପାଇଁ ନିଜ ନାମ ପଞ୍ଜୀକରଣ କରିଛନ୍ତି ।

ସହରିୟାର ନଫିସ୍ କହିଛନ୍ତି ଯେ, ଏହା ଏକ ସାଧାରଣ ପ୍ରକ୍ରିୟା। BCCI ସମସ୍ତ କ୍ରିକେଟ୍ ବୋର୍ଡକୁ ଆଗାମୀ ନିଲାମରେ ସାମିଲ ହେବାକୁ ଇଚ୍ଛୁକ ଖେଳାଳିଙ୍କ ନାମ ମାଗିଛି । ତେବେ ଏହି ୭ ଜଣ ଖେଳାଳି ନିଲାମରେ ପଞ୍ଜୀକରଣ କରିଥିଲେ ମଧ୍ୟ ସେମାନେ ଆଇପିଏଲ୍ ଦଳରେ ସ୍ଥାନ ପାଇବେ କି ନାହିଁ, ତାହା ନିଲାମ ପରେ ହିଁ ସ୍ପଷ୍ଟ ହେବ ।