IPL 2027 Schedule / IPL ୨୦୨୭ରେ ୭୪ ବଦଳରେ ହେବ କି ୯୪ ମ୍ୟାଚ୍ ? BCCI ଦେଲା ବଡ଼ ଅପଡେଟ୍
·2 hours ago·2 min read

Key Points
IPL ଫ୍ୟାନ୍ସଙ୍କ ପାଇଁ ବଡ଼ ଅପଡେଟ୍
ମ୍ୟାଚ୍ ସଂଖ୍ୟାକୁ ନେଇ BCCIର ବଡ଼ ବୟାନ
IPL ୨୦୨୭ରେ ୯୪ ନୁହେଁ ୭୪ ମ୍ୟାଚ୍
ମ୍ୟାଚ୍ ସଂଖ୍ୟାକୁ ନେଇ BCCIର ବଡ଼ ବୟାନ
IPL ୨୦୨୭ରେ ୯୪ ନୁହେଁ ୭୪ ମ୍ୟାଚ୍
ଗତ ମେ' ୩୧ ତାରିଖରେ ଆଇପିଏଲ ସିଜିନ୍-୧୯ର ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା । ଗୁଜରାଟ ଟାଇଟନ୍ସକୁ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦ୍ବିତୀୟ ଥର ପାଇଁ ଟ୍ରଫି ଜିତିଥିଲା । ଆଇପିଏଲ ୨୦୨୬ ଶେଷ ହେବାର ୧୫ ଦିନ ହୋଇଛି । କିନ୍ତୁ ଏବେ ଆଇପିଏଲ ୨୦୨୭କୁ ନେଇ ଅନେକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ୨୦୨୭ IPL ପାଇଁ କାର୍ଯ୍ୟସୂଚୀରେ ପରିବର୍ତ୍ତନ ବିଷୟରେ ଆଲୋଚନା କରାଯାଇଥିଲା । ଏହା ବ୍ୟତୀତ BCCI ସଚିବ ଦେବଜିତ ସାଇକିଆ ମଧ୍ୟ ଆଇପିଏଲରେ ମ୍ୟାଚ୍ ସଂଖ୍ୟା ବୃଦ୍ଧି ବିଷୟରେ ଆଲୋଚନା କରିଥିଲେ । ଆଗାମୀ IPL ସିଜିନ୍ରେ ୭୪ ବଦଳରେ ୯୪ ମ୍ୟାଚ୍ ହେବ ବୋଲି ବେଶ୍ ଚର୍ଚ୍ଚା ହେଉଥିଲା । ଅର୍ଥାତ ଆଉ ୨୦ ମ୍ୟାଚ୍ ବୃଦ୍ଧି ହେବ । ତେବେ ଏହି ଚର୍ଚ୍ଚା ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ବିସିସିଆଇ ସଚିବ ଦେବଜିତ ସାଇକିଆ ।
IPL ୨୦୨୭ରେ ୭୪ ବଦଳରେ ୯୪ ମ୍ୟାଚ୍ ହେବ କି ?
ନ୍ୟୁଜ୍ ଏଜେନ୍ସି PTI ସହିତ ଆଲୋଚନା କରି ଦେବଜିତ ସାଇକିଆ ସ୍ପଷ୍ଟ କରିଛନ୍ତି ଯେ ମ୍ୟାଚ୍ ସଂଖ୍ୟାରେ କୌଣସି ବୃଦ୍ଧି ହେବ ନାହିଁ । ପୂର୍ବ ପରି ସମାନ ୭୪ ମ୍ୟାଚ୍ ଖେଳାଯିବ । ମ୍ୟାଚ୍ ସଂଖ୍ୟା ବୃଦ୍ଧି ନ କରିବାର ମୁଖ୍ୟ କାରଣ ହେଉଛି ବିଦେଶୀ ଖେଳାଳିଙ୍କ କାର୍ଯ୍ୟସୂଚୀ । ସାଇକିଆ କହିଛନ୍ତି ଯେ ବିଦେଶୀ ଖେଳାଳିମାନଙ୍କୁ ଦ୍ୱିପାକ୍ଷିକ ସିରିଜ ଖେଳିବାକୁ ପଡ଼ିବ । ତେଣୁ ଆଗାମୀ ସିଜିନ୍ରେ ୯୪ ନୁହେଁ ୭୪ ମ୍ୟାଚ୍ ଖେଳାଯିବ ।
ପରବର୍ତ୍ତୀ ସିଜିନର କାର୍ଯ୍ୟସୂଚୀରେ ଏକ ବଡ଼ ପରିବର୍ତ୍ତନ ହେବ
ବିସିସିଆଇ ସଚିବ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପରବର୍ତ୍ତୀ ସିଜିନର ଟୁର୍ଣ୍ଣାମେଣ୍ଟ ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଆରମ୍ଭ ହୋଇପାରେ । ଏହି ବର୍ଷ IPL ମାର୍ଚ୍ଚ ୨୮ ରୁ ମେ' ୩୧ ମଧ୍ୟରେ ଖେଳାଯାଇଥିଲା । ଗରମ ଏବଂ ପ୍ରାକ-ମୌସୁମୀ ଋତୁ ଯୋଗୁଁ ଆଗାମୀ ସିଜିନ ଦୁଇ ସପ୍ତାହ ପୂର୍ବରୁ ଆରମ୍ଭ କରିବାକୁ ଚିନ୍ତା କରାଯାଉଛି ।
ପରବର୍ତ୍ତୀ ସିଜିନର କାର୍ଯ୍ୟସୂଚୀ ବିଷୟରେ ଦେବଜିତ ସାଇକିଆ କହିଛନ୍ତି, "ଏହି ବର୍ଷ IPL ମାର୍ଚ୍ଚ ୨୮ ରେ ଆରମ୍ଭ ହୋଇଥିଲା ଏବଂ ଫାଇନାଲ ମ୍ୟାଚ୍ ମେ' ୩୧ରେ ଖେଳାଯାଇଥିଲା । ଆମେ ଯେଉଁ ଏକମାତ୍ର ପ୍ରସଙ୍ଗ ଉପରେ ଆଲୋଚନା କରିଛୁ ତାହା ହେଉଛି ଟୁର୍ଣ୍ଣାମେଣ୍ଟର ଶେଷ ପର୍ଯ୍ୟାୟରେ ବର୍ଷା ଏବଂ ପ୍ରାକ-ମୌସୁମୀ ପାଗର ସମ୍ଭାବନା । ଏହା ସହିତ, ଅତ୍ୟଧିକ ଗରମ ହେଉଛି । ଏହା ଖେଳାଳି ଏବଂ ଦର୍ଶକଙ୍କ ପାଇଁ ଅନୁକୂଳ ହେବ ନାହିଁ ।" ତେଣୁ ଦୁଇ ସପ୍ତାହ ପୂର୍ବରୁ ଆଇପିଏଲ ଆରମ୍ଭ କରିବାକୁ ଯୋଜନା ହେଉଛି ବୋଲି ସେ କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories