IPL 2027 Trade / IPL 2027 ପୂର୍ବରୁ ବଡ଼ ଟ୍ରେଡ୍, CSK ଓ SRH ମଧ୍ୟରେ ୪ ଖେଳାଳିଙ୍କ ଅଦଳବଦଳ
·1 hour ago·3 min read

Key Points
IPL 2027 ପାଇଁ CSKର ମାଷ୍ଟରଷ୍ଟ୍ରୋକ୍
୨ ଖେଳାଳିଙ୍କୁ ଛାଡ଼ି ୨ ଷ୍ଟାରଙ୍କୁ ନେଲା
SRHକୁ ଗଲେ ଖଲିଲ୍ ଓ ଏଲିସ୍
୨ ଖେଳାଳିଙ୍କୁ ଛାଡ଼ି ୨ ଷ୍ଟାରଙ୍କୁ ନେଲା
SRHକୁ ଗଲେ ଖଲିଲ୍ ଓ ଏଲିସ୍
ଆଇପିଏଲ୍ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଖେଳାଳି ଅଦଳବଦଳର ଖେଳ । ଆସନ୍ତା ନଭେମ୍ବର ୧୭ ତାରିଖ ସୁଦ୍ଧା ସମସ୍ତ ଫ୍ରାଞ୍ଚାଇଜିଙ୍କୁ ନିଜ ନିଜର ରିଟେନ୍ ଓ ରିଲିଜ୍ ଖେଳାଳିଙ୍କ ତାଲିକା ବିସିସିଆଇ ନିକଟରେ ଦାଖଲ କରିବାକୁ ପଡ଼ିବ । ଏହା ପୂର୍ବରୁ ନିଜ ଦଳର ଦୁର୍ବଳତା ଦୂର କରିବା ପାଇଁ ଟ୍ରେଡ୍ ଉପରେ ଜୋର୍ ଦେଉଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜି ।
ଏହି କ୍ରମରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଓ ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟରେ ଦୁଇ ଖେଳାଳିଙ୍କୁ ନେଇ ବଡ଼ ଟ୍ରେଡ୍ ହୋଇଛି । ଚେନ୍ନାଇ ନିଜ ଦଳର ଦୁଇ ଜଣ ଦ୍ରୁତ ବୋଲର ଖଲିଲ୍ ଅହମ୍ମଦ ଓ ନାଥନ୍ ଏଲିସ୍ଙ୍କୁ ହାଇଦ୍ରାବାଦକୁ ଦେଇଥିବା ବେଳେ ଏହା ବଦଳରେ ଇଂଲଣ୍ଡର ଅଲରାଉଣ୍ଡର ଲିଆମ୍ ଲିଭିଙ୍ଗଷ୍ଟୋନ୍ ଓ ଅଷ୍ଟ୍ରେଲିଆର ଜ୍ୟାକ୍ ଏଡୱାର୍ଡ୍ସଙ୍କୁ ନିଜ ଦଳରେ ସାମିଲ କରିଛି ।
ଏହି ଟ୍ରେଡ୍ରେ ହାଇଦ୍ରାବାଦ ୪.୮ କୋଟି ଟଙ୍କାରେ ଭାରତୀୟ ଦ୍ରୁତ ବୋଲର ଖଲିଲ୍ ଅହମ୍ମଦଙ୍କୁ ନିଜ ଦଳରେ ସାମିଲ କରିଛି । ସେହିପରି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ନାଥନ୍ ଏଲିସ୍ଙ୍କୁ ୨ କୋଟି ଟଙ୍କାରେ ଦଳରେ ନେଇଛି । ଅନ୍ୟପଟେ ଚେନ୍ନାଇ ୬ କୋଟି ଟଙ୍କାରେ ଲିଆମ୍ ଲିଭିଙ୍ଗଷ୍ଟୋନ୍ଙ୍କୁ ନିଜ ସହ ସାମିଲ କରିଛି । ଗତ ସିଜିନରେ ଲିଭିଙ୍ଗଷ୍ଟୋନ୍ଙ୍କୁ ୧୩ କୋଟି ଟଙ୍କା ମିଳୁଥିବା ବେଳେ ଏଥର ତାଙ୍କୁ କମ୍ ମୂଲ୍ୟରେ ଚେନ୍ନାଇ ଦଳରେ ସାମିଲ କରିଛି ।
ସେହିପରି ଅଷ୍ଟ୍ରେଲିଆର ଉଦୀୟମାନ ଦ୍ରୁତ ବୋଲିଂ ଅଲରାଉଣ୍ଡର ଜ୍ୟାକ୍ ଏଡୱାର୍ଡ୍ସଙ୍କୁ ୩ କୋଟି ଟଙ୍କାରେ ଚେନ୍ନାଇ ନିଜ ଦଳରେ ସାମିଲ କରିଛି । ଏହି ଦୁଇ ଖେଳାଳିଙ୍କୁ ଗତ ଆଇପିଏଲ୍ ୨୦୨୬ରେ ହାଇଦ୍ରାବାଦ ପକ୍ଷରୁ ଅଧିକ ଖେଳିବାର ସୁଯୋଗ ମିଳିନଥିଲା ।
🚨 News 🚨 @ChennaiIPL and @SunRisers have completed a four-player trade ahead of #TATAIPL 2027. Liam Livingstone (INR 6 Crore, revised fee) and Jack Edwards (INR 3 Crore) move to #CSK, while Khaleel Ahmed (INR 4.8 Crore) and Nathan Ellis (INR 2 Crore) join #SRH. Details ▶️ https://t.co/wC0HDKvRzJ
— IndianPremierLeague (@IPL) November 5, 2026
ଲିଭିଙ୍ଗଷ୍ଟୋନ୍ଙ୍କ ଆସିବା ପରେ ଚେନ୍ନାଇ ଅଷ୍ଟ୍ରେଲିଆର ମ୍ୟାଥ୍ୟୁ ଶର୍ଟଙ୍କୁ ରିଲିଜ୍ କରିପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି ଜ୍ୟାକ୍ ଏଡୱାର୍ଡ୍ସ ଦଳରେ ସାମିଲ ହେବା ପରେ ଜ୍ୟାକ୍ ଫାଉଲ୍କସ୍ଙ୍କୁ ମଧ୍ୟ ଚେନ୍ନାଇ ଛାଡ଼ିପାରେ । ତେବେ ଏନେଇ ଫ୍ରାଞ୍ଚାଇଜି ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ବାକି ରହିଛି ।
ଖଲିଲ୍ ଅହମ୍ମଦଙ୍କ ପୂର୍ବ ପ୍ରଦର୍ଶନ ଉପରେ ନଜର ପକାଇଲେ, ସେ ଗତ ସିଜିନରେ ଚେନ୍ନାଇ ପାଇଁ ୫ଟି ମ୍ୟାଚ୍ ଖେଳି ୭୩ ହାରରେ ମାତ୍ର ୨ଟି ୱିକେଟ୍ ନେଇଥିଲେ । ତେବେ ଆଇପିଏଲ୍ ୨୦୨୫ରେ ସେ ୧୪ଟି ମ୍ୟାଚ୍ରୁ ୨୯.୮୦ ହାରରେ ୧୫ଟି ୱିକେଟ୍ ହାସଲ କରିଥିଲେ । ଗତ ସିଜିନରେ ଆହତ ସମସ୍ୟା ଯୋଗୁଁ ସେ ଅନେକ ମ୍ୟାଚ୍ ଖେଳିପାରିନଥିଲେ । ତାଙ୍କ ଅନୁପସ୍ଥିତିରେ ମୁକେଶ ଚୌଧୁରୀ ଭଲ ପ୍ରଦର୍ଶନ କରିଥିବାରୁ ଚେନ୍ନାଇ ତାଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ଅନ୍ୟପଟେ ନାଥନ୍ ଏଲିସ୍ ଚେନ୍ନାଇ ପାଇଁ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଥିଲେ । ସେହି ମ୍ୟାଚ୍ରେ ୩୮ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ । ଲିଆମ୍ ଲିଭିଙ୍ଗଷ୍ଟୋନ୍ଙ୍କ କଥା କହିଲେ, ଗତ ସିଜିନରେ ହାଇଦ୍ରାବାଦ ତାଙ୍କୁ ମାତ୍ର ୨ଟି ମ୍ୟାଚ୍ ଖେଳାଇଥିଲା । ଏହି ଦୁଇଟି ମ୍ୟାଚ୍ରେ ସେ ମାତ୍ର ୧୫ ରନ୍ କରିଥିବା ବେଳେ ବୋଲିଂ କରିବାର ସୁଯୋଗ ପାଇନଥିଲେ ।
ସେପଟେ ଜ୍ୟାକ୍ ଏଡୱାର୍ଡ୍ସ ଏପର୍ଯ୍ୟନ୍ତ ଆଇପିଏଲ୍ରେ ଡେବ୍ୟୁ କରିନାହାନ୍ତି । ତେଣୁ ଚେନ୍ନାଇ ପାଇଁ ତାଙ୍କୁ ନିଜ ଦକ୍ଷତା ପ୍ରମାଣ କରିବାକୁ ପଡ଼ିବ। ଦଳରେ ସେ ଜେମି ଓଭରଟନ୍ଙ୍କ ବ୍ୟାକଅପ୍ ଭାବେ ରହିପାରନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories