Videos
|
Sports

IPL Released Players List / IPL 2027: ସମସ୍ତ ୧୦ଟି ଦଳର ରିଲିଜ୍ ଲିଷ୍ଟ ଜାରି, ଧୋନିଙ୍କଠାରୁ ଷ୍ଟାର୍କଙ୍କ ପର୍ଯ୍ୟନ୍ତ ଅନେକ ଖେଳାଳି OUT

Santosh Kumar Sahoo
Browse all articles by Santosh Kumar Sahoo
·41 mins ago·3 min read
IPL 2027: ସମସ୍ତ ୧୦ଟି ଦଳର ରିଲିଜ୍ ଲିଷ୍ଟ ଜାରି, ଧୋନିଙ୍କଠାରୁ ଷ୍ଟାର୍କଙ୍କ ପର୍ଯ୍ୟନ୍ତ ଅନେକ ଖେଳାଳି OUT
IPL 2027

Key Points

ଆଇପିଏଲ୍ ୨୦୨୭ ପୂର୍ବରୁ ବଡ଼ ଝଟକା
୧୦ଟି ଦଳରୁ ବାଦ୍ ପଡ଼ିଲେ ଏହି ସବୁ ବଡ଼ ଖେଳାଳି
ସମସ୍ତ ଦଳର ରିଲିଜ୍ ଲିଷ୍ଟ ଆସିଲା ସାମ୍ନାକୁ
ଆଇପିଏଲ୍ ୨୦୨୭ ସିଜିନ୍ ପୂର୍ବରୁ କ୍ରିକେଟ୍ ଜଗତରେ ବଡ଼ ହଲଚଲ୍ ଦେଖିବାକୁ ମିଳିଛି । ଆଗାମୀ ସିଜିନ୍ ପାଇଁ ଖେଳାଳିଙ୍କ ଅଦଳବଦଳ ସହ ଅନେକ ବଡ଼ ନାମକୁ ଦଳରୁ ବାଦ୍ ଦିଆଯାଇଛି । ଆସନ୍ତା ମାସରେ ଆଇପିଏଲ୍ ୨୦୨୭ ପାଇଁ ମିନି ଅକ୍ସନ୍ ଅନୁଷ୍ଠିତ ହେବ। ଏହା ପୂର୍ବରୁ ନଭେମ୍ବର ୧୭ ତାରିଖରେ ସମସ୍ତ ଫ୍ରାଞ୍ଚାଇଜି ନିଜ ନିଜର ରିଟେନସନ୍ ଲିଷ୍ଟ ଜାରି କରିଛନ୍ତି ।

ଏହି ତାଲିକାରେ ଅନେକ ଷ୍ଟାର୍ ଖେଳାଳିଙ୍କ ନାମ ରହିଛି । ଚେନ୍ନାଇ ସୁପର କିଙ୍ଗ୍ସ ମହେନ୍ଦ୍ର ସିଂ ଧୋନିଙ୍କୁ ରିଲିଜ୍ କରିଥିବା ବେଳେ ଏମ୍. ପଥିରାନା, ଆଭେଶ ଖାନ୍, ଟ୍ରେଣ୍ଟ ବୋଲ୍ଟ, ମିଚେଲ ଷ୍ଟାର୍କ, ଦୀପକ ଚହର ଓ ଶିମରନ୍ ହେଟମାୟରଙ୍କ ଭଳି ଖେଳାଳି ମଧ୍ୟ ନିଜ ନିଜ ଦଳରୁ ବାଦ୍ ପଡ଼ିଛନ୍ତି । ଏମାନେ ଆଗାମୀ ଅକ୍ସନ୍‌ରେ ନଜର ଆସିବେ ।

ତେବେ ଧୋନିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଚେନ୍ନାଇ ତାଙ୍କୁ ରିଲିଜ୍ କରିଥିଲେ ମଧ୍ୟ ସେ ଅକ୍ସନ୍‌ରେ ସାମିଲ ହେବେ ନାହିଁ । ତାଙ୍କୁ ଦଳର ମେଣ୍ଟର ଦାୟିତ୍ୱ ଦିଆଯାଇଥିବା ଖବର ରହିଛି । ଅନ୍ୟପଟେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଜ୍ୟାକବ ବେଥେଲଙ୍କୁ ରିଲିଜ୍ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କୁ ଦଳରେ ରଖାଯିବ ବୋଲି ଅନେକ ଆଶା କରୁଥିଲେ ।

କେଉଁ ଦଳ କେଉଁ ଖେଳାଳିଙ୍କୁ କଲା ରିଲିଜ୍ ?


୧. ମୁମ୍ବାଇ ଇଣ୍ଡିଆନ୍ସ: ଦୀପକ ଚହର, ଟ୍ରେଣ୍ଟ ବୋଲ୍ଟ, କେଶବ ମହାରାଜ, ଏଏମ୍ ଗଜନଫର, ଥର୍ଭ ଅଙ୍କୋଲେକର, ମହମ୍ମଦ ଇଜହାର, ଦାନିଶ ମାଲେୱା, ମୟଙ୍କ ରାୱତ ଓ ମୟଙ୍କ ମାର୍କଣ୍ଡେ
୨. ଚେନ୍ନାଇ ସୁପର କିଙ୍ଗ୍ସ: ମାଥ୍ୟୁ ଶର୍ଟ, ମ୍ୟାଟ୍ ହେନରୀ, ଜ୍ୟାକ୍ ଫଲକ୍ସ, ପ୍ରଶାନ୍ତ ବୀର, ଅମନ ଖାନ୍, କୁଲଦୀପ ଯାଦବ, ଆକାଶ ମାଧୱାଲ, ଡାୟନ ଫରେଷ୍ଟର, ମ୍ୟାକନିଲ ନୋରୋନ୍ହା ଓ ଏମ୍.ଏସ୍. ଧୋନି
୩. ଦିଲ୍ଲୀ କ୍ୟାପିଟାଲ୍ସ: ନୀତୀଶ ରାଣା, ଅଭିଷେକ ପୋରେଲ, ପଥୁମ ନିସଙ୍କା, ବେନ୍ ଡକେଟ୍, କରୁଣ ନାୟାର, ସାହିଲ ପାରଖ, ଦୁଷ୍ମନ୍ତ ଚମୀରା, କାଇଲ ଜେମିସନ୍, ରେହାନ ଅହମଦ ଓ ମିଚେଲ ଷ୍ଟାର୍କ
୪. ଲକ୍ଷ୍ନୌ ସୁପର ଜାଏଣ୍ଟସ୍: ବ୍ରିଟ୍‌ଜକେ, ଏନରିକ୍ ନର୍କିଆ, ଜର୍ଜ ଲିଣ୍ଡେ, ୱାନିନ୍ଦୁ ହସରଙ୍ଗା, ନମନ ତିୱାରୀ ଓ ଅର୍ଶିନ କୁଲକର୍ଣ୍ଣୀ
୫. ପଞ୍ଜାବ କିଙ୍ଗ୍ସ: ଲକି ଫର୍ଗୁସନ୍, ମିଚ୍ ଓଭେନ୍, ନେହାଲ ୱାଧେରା, ପାୟଲା ଅବିନାଶ, ପ୍ରବୀଣ ଦୁବେ ଓ ବିଶାଳ ନିଷାଦ
୬. ସନରାଇଜର୍ସ ହାଇଦ୍ରାବାଦ: ଟ୍ରାଭିସ୍ ହେଡ୍, କାମିନ୍ଦୁ ମେଣ୍ଡିସ୍, ଜୟଦେବ ଉନ୍ଦାକତ, ଦିଲଶାନ ମଦୁଶଙ୍କା, ଓମକାର ତରମାଲେ, ଅମିତ କୁମାର, ଶିବମ ମାଭି, ଜେରାଲ୍ଡ କୋଏଟଜି ଓ ଡେଭିଡ୍ ପେନ୍
୭. ରାଜସ୍ଥାନ ରୟାଲ୍ସ: ଆଡାମ ମିଲନେ, କୁଲଦୀପ ସେନ୍, ରବି ସିଂହ, କ୍ୱେନା ମଫାକା, ତୁଷାର ଦେଶପାଣ୍ଡେ, ଯୁଦ୍ଧବୀର ସିଂହ, ଶିମରନ୍ ହେଟମାୟର ଓ ବିଗ୍ନେଶ ପୁଥୁର
୮. ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ: ଜ୍ୟାକବ ବେଥେଲ, ରିଚାର୍ଡ ଗ୍ଲିସନ୍, ମଙ୍ଗେଶ ଯାଦବ, ସାତ୍ୱିକ ଦେଶୱାଲ ଓ ବିହାନ ମଲହୋତ୍ରା
୯. ଗୁଜରାଟ ଟାଇଟନ୍ସ: ଈଶାନ୍ତ ଶର୍ମା, ମାର୍କ ଉଡ୍, କୁଲୱନ୍ତ ଖେଜରୋଲିଆ, ଶାହରୁଖ ଖାନ୍ ଓ କନର ଏଷ୍ଟରହୁଇଜେନ୍
୧୦. କୋଲକାତା ନାଇଟ୍ ରାଇଡର୍ସ: ଅଜିଙ୍କ୍ୟ ରାହାଣେ, ଆକାଶ ଦୀପ, ବ୍ଲେସିଂ ମୁଜାରାବାନି, ଦକ୍ଷ କାମରା, ଲବନିଥ ସିସୋଦିଆ, ଏମ୍. ପଥିରାନା, ମୁସ୍ତାଫିଜୁର ରହମାନ, ନବଦୀପ ସୈନି, ରଚିନ ରବୀନ୍ଦ୍ର, ରାହୁଲ ତ୍ରିପାଠୀ, ତେଜସ୍ୱୀ ସିଂହ ଓ ଉମ୍ରାନ ମଲିକ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅକ୍ସନ୍‌କୁ ନେଇ ବଢ଼ିଲା ଉତ୍ସାହ

ରିଲିଜ୍ ଲିଷ୍ଟ ସାମ୍ନାକୁ ଆସିବା ପରେ ଏବେ ସମସ୍ତଙ୍କ ନଜର ଆଗାମୀ ମିନି ଅକ୍ସନ୍ ଉପରେ ରହିଛି । କେଉଁ ଖେଳାଳିଙ୍କୁ କେଉଁ ଦଳ କିଣିବ ଏବଂ କେଉଁ ଷ୍ଟାର୍ ଖେଳାଳିଙ୍କୁ ନୂଆ ଦଳ ମିଳିବ, ତାହା ଜାଣିବାକୁ ପ୍ରଶଂସକମାନେ ଉତ୍ସାହିତ। ବିଶେଷ କରି ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ ଓ ଅନ୍ୟ ବଡ଼ ନାମଙ୍କ ଉପରେ ଫ୍ରାଞ୍ଚାଇଜିମାନଙ୍କ ନଜର ରହିବ ।