Harshal Patel Joins GT / IPL 2027 ପୂର୍ବରୁ ବଡ଼ ଟ୍ରେଡ୍, ଗୁଜରାଟ ଟାଇଟନ୍ସରେ ସାମିଲ ହେଲେ ହର୍ଷଲ ପଟେଲ
·26 mins ago·2 min read

Key Points
ରିଟେନସନ୍ ପୂର୍ବରୁ ବଡ଼ ଖବର
SRH ଛାଡ଼ି GTରେ ଯୋଗଦେଲେ ହର୍ଷଲ ପଟେଲ
୮ କୋଟିରୁ ଏବେ ମାତ୍ର ୪ କୋଟିରେ GTକୁ ଗଲେ
SRH ଛାଡ଼ି GTରେ ଯୋଗଦେଲେ ହର୍ଷଲ ପଟେଲ
୮ କୋଟିରୁ ଏବେ ମାତ୍ର ୪ କୋଟିରେ GTକୁ ଗଲେ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) 2027 ରିଟେନସନ୍ ପୂର୍ବରୁ ଏକ ବଡ଼ ଟ୍ରେଡ୍ ଦେଖିବାକୁ ମିଳିଛି । ନଭେମ୍ବର ୧୭ ତାରିଖରେ ସମସ୍ତ ଦଳ ନିଜ ନିଜ ରିଟେନସନ୍ ତାଲିକା ପ୍ରକାଶ କରିବାକୁ ଥିବାବେଳେ, ଏହା ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦର ଷ୍ଟାର୍ ଦ୍ରୁତ ବୋଲର ହର୍ଷଲ ପଟେଲ ଏବେ ଗୁଜରାଟ ଟାଇଟନ୍ସର ଅଂଶ ହୋଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସେ ନିଜ ପୂର୍ବ IPL ଦରମାର ଅଧା ମୂଲ୍ୟରେ ଗୁଜରାଟ ଟାଇଟନ୍ସ ସହ ସାମିଲ ହୋଇଛନ୍ତି ।
ହର୍ଷଲ ପଟେଲ ଜଣେ ଅଭିଜ୍ଞ ଦ୍ରୁତ ବୋଲର । ତାଙ୍କର ଧୀମା ଗତିର ବଲ୍ ଏବଂ ବିଭିନ୍ନ ପ୍ରକାରର ବୋଲିଂ ଶୈଳୀ ପାଇଁ ସେ ବେଶ୍ ପରିଚିତ । ସେ ଆସିବା ପରେ ଶୁବମନ ଗିଲଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସର ବୋଲିଂ ବିଭାଗ ଆହୁରି ଶକ୍ତିଶାଳୀ ହେବ ।
ଅଧା ଦରମାରେ ଗୁଜରାଟ ଟାଇଟନ୍ସରେ ସାମିଲ ହେଲେ ହର୍ଷଲ
ହର୍ଷଲ ପଟେଲ IPL ୨୦୨୫ରେ ସନରାଇଜର୍ସ ହାଇଦ୍ରାବାଦରେ ସାମିଲ ହୋଇଥିଲେ । ତାଙ୍କୁ SRH ୮ କୋଟି ଟଙ୍କାରେ କିଣିଥିଲା । ଲଗାତାର ଦୁଇଟି ସିଜିନ୍ ସେ ଏହି ଦରମାରେ ଖେଳିଥିଲେ । କିନ୍ତୁ ଏବେ ଅଲ୍ କ୍ୟାଶ୍ ଡିଲ୍ ଜରିଆରେ ଗୁଜରାଟ ଟାଇଟନ୍ସ ତାଙ୍କୁ ମାତ୍ର ୪ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି ।
ଗତ ସିଜିନ୍ରେ ହର୍ଷଲଙ୍କ ପ୍ରଦର୍ଶନ ବିଶେଷ ଭଲ ରହିନଥିଲା । ଏହା ତାଙ୍କ ଟ୍ରେଡ୍ ମୂଲ୍ୟ କମିବାର ଏକ କାରଣ ହୋଇଥାଇପାରେ । ତେବେ ତାଙ୍କର ଅଭିଜ୍ଞତା ଗୁଜରାଟ ଟାଇଟନ୍ସ ପାଇଁ ନିଶ୍ଚିତ ଭାବେ ଉପଯୋଗୀ ହେବ ।
ହର୍ଷଲଙ୍କ IPL କ୍ୟାରିୟର ରହିଛି ଦମଦାର
ହର୍ଷଲ ପଟେଲ ୨୦୧୨ ମସିହାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପକ୍ଷରୁ IPL ଡେବ୍ୟୁ କରିଥିଲେ । ଏହାପରେ ସେ ଦିଲ୍ଲୀ କ୍ୟାପିଟାଲ୍ସ, RCB, ପଞ୍ଜାବ କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିଛନ୍ତି ।
ଏପର୍ଯ୍ୟନ୍ତ ସେ IPLରେ ୧୨୪ଟି ମ୍ୟାଚ୍ ଖେଳି ୧୫୧ଟି ୱିକେଟ୍ ହାସଲ କରିଛନ୍ତି । ତାଙ୍କର ବୋଲିଂ ଇକୋନୋମି ୮.୯୨ ରହିଥିବାବେଳେ ବୋଲିଂ ହାର ୨୪.୬୮ ରହିଛି ।
ଦୁଇଥର ଜିତିଛନ୍ତି ପର୍ପଲ କ୍ୟାପ୍
ହର୍ଷଲ ପଟେଲଙ୍କ IPL କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ରହିଛି । ସେ ଦୁଇଥର ପର୍ପଲ କ୍ୟାପ୍ ଜିତିଛନ୍ତି । ୨୦୨୧ ମସିହାରେ RCB ପକ୍ଷରୁ ଖେଳି ସେ ପ୍ରଥମଥର ପାଇଁ ପର୍ପଲ କ୍ୟାପ୍ ହାସଲ କରିଥିଲେ । ଏହାପରେ ୨୦୨୪ରେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳି ଦ୍ୱିତୀୟଥର ପାଇଁ ଏହି ସଫଳତା ପାଇଥିଲେ ।
ଅନ୍ୟପକ୍ଷରେ, ସନରାଇଜର୍ସ ହାଇଦ୍ରାବାଦ ପାଇଁ ଗତ ସିଜିନ୍ରେ ହର୍ଷଲ ୫ଟି ମ୍ୟାଚ୍ ଖେଳିଥିଲେ ମଧ୍ୟ ଗୋଟିଏ ବି ୱିକେଟ୍ ନେଇପାରିନଥିଲେ । ଏବେ ଗୁଜରାଟ ଟାଇଟନ୍ସ ପାଇଁ ନୂଆ ଆରମ୍ଭ କରିବାକୁ ଯାଉଥିବା ହର୍ଷଲ ନିଜ ଅଭିଜ୍ଞତା ଓ ବୋଲିଂ ଦକ୍ଷତା ଜରିଆରେ ଦଳକୁ ସଫଳତା ଦେବାକୁ ଚେଷ୍ଟା କରିବେ ।

Ghar ni vaat j alag chhe! Welcome home, Harshal Titan Patel 🏡💙 https://t.co/QdqvCGeFOA
— Gujarat Titans (@gujarat_titans) November 17, 2026
ହର୍ଷଲଙ୍କ IPL କ୍ୟାରିୟର ରହିଛି ଦମଦାର
ହର୍ଷଲ ପଟେଲ ୨୦୧୨ ମସିହାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପକ୍ଷରୁ IPL ଡେବ୍ୟୁ କରିଥିଲେ । ଏହାପରେ ସେ ଦିଲ୍ଲୀ କ୍ୟାପିଟାଲ୍ସ, RCB, ପଞ୍ଜାବ କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିଛନ୍ତି ।
ଏପର୍ଯ୍ୟନ୍ତ ସେ IPLରେ ୧୨୪ଟି ମ୍ୟାଚ୍ ଖେଳି ୧୫୧ଟି ୱିକେଟ୍ ହାସଲ କରିଛନ୍ତି । ତାଙ୍କର ବୋଲିଂ ଇକୋନୋମି ୮.୯୨ ରହିଥିବାବେଳେ ବୋଲିଂ ହାର ୨୪.୬୮ ରହିଛି ।
ଦୁଇଥର ଜିତିଛନ୍ତି ପର୍ପଲ କ୍ୟାପ୍
ହର୍ଷଲ ପଟେଲଙ୍କ IPL କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ରହିଛି । ସେ ଦୁଇଥର ପର୍ପଲ କ୍ୟାପ୍ ଜିତିଛନ୍ତି । ୨୦୨୧ ମସିହାରେ RCB ପକ୍ଷରୁ ଖେଳି ସେ ପ୍ରଥମଥର ପାଇଁ ପର୍ପଲ କ୍ୟାପ୍ ହାସଲ କରିଥିଲେ । ଏହାପରେ ୨୦୨୪ରେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳି ଦ୍ୱିତୀୟଥର ପାଇଁ ଏହି ସଫଳତା ପାଇଥିଲେ ।
ଅନ୍ୟପକ୍ଷରେ, ସନରାଇଜର୍ସ ହାଇଦ୍ରାବାଦ ପାଇଁ ଗତ ସିଜିନ୍ରେ ହର୍ଷଲ ୫ଟି ମ୍ୟାଚ୍ ଖେଳିଥିଲେ ମଧ୍ୟ ଗୋଟିଏ ବି ୱିକେଟ୍ ନେଇପାରିନଥିଲେ । ଏବେ ଗୁଜରାଟ ଟାଇଟନ୍ସ ପାଇଁ ନୂଆ ଆରମ୍ଭ କରିବାକୁ ଯାଉଥିବା ହର୍ଷଲ ନିଜ ଅଭିଜ୍ଞତା ଓ ବୋଲିଂ ଦକ୍ଷତା ଜରିଆରେ ଦଳକୁ ସଫଳତା ଦେବାକୁ ଚେଷ୍ଟା କରିବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories