IPL 2027 Player Auction / ଗୋଆରେ ହେବ IPL 2027 ମିନି ଅକ୍ସନ୍ ! ଏହି ଦିନ ହେବ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା
·57 mins ago·2 min read

Key Points
IPL 2027 ନିଲାମକୁ ନେଇ ବଡ଼ ଖବର
ମିନି ଅକ୍ସନ୍ର ତାରିଖ ସାମ୍ନାକୁ ଆସିଲା
ଜାଣନ୍ତୁ କେଉଁଠି ଓ କେବେ ହେବ ନିଲାମ
ମିନି ଅକ୍ସନ୍ର ତାରିଖ ସାମ୍ନାକୁ ଆସିଲା
ଜାଣନ୍ତୁ କେଉଁଠି ଓ କେବେ ହେବ ନିଲାମ
IPL ୨୦୨୭ର ଖେଳାଳି ନିଲାମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆସନ୍ତା ଡିସେମ୍ବର ୧୬ ତାରିଖରେ ଗୋଆର ଏକ ଫାଇଭ୍ ଷ୍ଟାର୍ ହୋଟେଲ୍ରେ IPL ୨୦୨୭ର ଖେଳାଳି ନିଲାମ ଅନୁଷ୍ଠିତ ହୋଇପାରେ । BCCIର ଲଜିଷ୍ଟିକ୍ସ ଟିମ୍ ପକ୍ଷରୁ ପଠାଯାଇଥିବା ଏକ WhatsApp ମେସେଜ୍ରୁ ଏହି ତାରିଖ ସମ୍ପର୍କରେ ସୂଚନା ମିଳିଛି ।
ତେବେ ନିଲାମର ତାରିଖ ଓ ସ୍ଥାନକୁ ନେଇ ଏପର୍ଯ୍ୟନ୍ତ IPL ଫ୍ରାଞ୍ଚାଇଜ୍ ମାଲିକ କିମ୍ବା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO)ଙ୍କୁ କୌଣସି ଔପଚାରିକ ଇମେଲ୍ ପଠାଯାଇନାହିଁ ।
ଡିସେମ୍ବର ୧୫ରେ ବ୍ରିଫିଂ, ୧୬ରେ ନିଲାମ !
ରିପୋର୍ଟ ଅନୁଯାୟୀ, BCCI ପକ୍ଷରୁ ପଠାଯାଇଥିବା WhatsApp ମେସେଜ୍ରେ କୁହାଯାଇଛି ଯେ IPL ୨୦୨୭ର ଖେଳାଳି ନିଲାମ ୧୬ ଡିସେମ୍ବର ୨୦୨୬ରେ ଗୋଆର ITC ଗ୍ରାଣ୍ଡ ଗୋଆ ହୋଟେଲ୍ରେ ଆୟୋଜିତ ହେବ। ଏହାର ଗୋଟିଏ ଦିନ ପୂର୍ବରୁ, ଅର୍ଥାତ୍ ଡିସେମ୍ବର ୧୫ରେ ନିଲାମ ସମ୍ପର୍କିତ ବ୍ରିଫିଂ ଅନୁଷ୍ଠିତ ହେବ । ତେବେ ଏହି ମେସେଜ୍ ପଠାଇବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଫ୍ରାଞ୍ଚାଇଜ୍ଗୁଡ଼ିକ ଯେପରି ଆଗୁଆ ଗୋଆ ଯିବା ପାଇଁ ଯାତ୍ରା ଓ ରହଣି ବ୍ୟବସ୍ଥା କରିପାରିବେ । ଖୁବ୍ଶୀଘ୍ର IPL ଫ୍ରାଞ୍ଚାଇଜ୍ର ମାଲିକ ଏବଂ CEOଙ୍କୁ ଏନେଇ ଔପଚାରିକ ସୂଚନା ଦିଆଯାଇପାରେ ବୋଲି ଆଶା କରାଯାଉଛି ।
ଡିସେମ୍ବର ୧୬ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏକ ଦିନିକିଆ ମ୍ୟାଚ୍ ମଧ୍ୟ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଦୁଇଟି କ୍ରିକେଟ୍ କାର୍ଯ୍ୟକ୍ରମର ତାରିଖ ଗୋଟିଏ ଦିନରେ ପଡ଼ୁଥିବାରୁ IPL ନିଲାମର କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ । ତେବେ BCCI ପକ୍ଷରୁ ଏନେଇ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିଲାମ ପୂର୍ବରୁ ଫ୍ରାଞ୍ଚାଇଜ୍ଗୁଡ଼ିକରେ କୋଚିଂ ଷ୍ଟାଫ୍ ପରିବର୍ତ୍ତନ
IPL ୨୦୨୭ର ନିଲାମ ପୂର୍ବରୁ ବିଭିନ୍ନ ଫ୍ରାଞ୍ଚାଇଜ୍ ନିଜ ନିଜ ଦଳର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହା ସହିତ କିଛି ଦଳର କୋଚିଂ ଷ୍ଟାଫ୍ରେ ମଧ୍ୟ ପରିବର୍ତ୍ତନ ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସ (MI)ର ହେଡ୍ କୋଚ୍ ମହେଲା ଜୟବର୍ଦ୍ଧନେ ଏହି ପଦରୁ ହଟିଯାଇଥିବା ଖବର ସାମ୍ନାକୁ ଆସିଛି । ଫଳରେ ଫ୍ରାଞ୍ଚାଇଜ୍କୁ ଏବେ ନୂଆ ହେଡ୍ କୋଚ୍ ଖୋଜିବାକୁ ପଡ଼ିବ ।
ଅନ୍ୟପକ୍ଷରେ, ଦିଲ୍ଲୀ କ୍ୟାପିଟାଲ୍ସ ନିଜ ଦଳ ପାଇଁ ନୂଆ ହେଡ୍ କୋଚ୍ ନିଯୁକ୍ତ କରିଛି। ସୌରଭ ଗାଙ୍ଗୁଲି ଦଳର ହେଡ୍ କୋଚ୍ ଦାୟିତ୍ୱ ନେଇଛନ୍ତି । ଏହାପରେ ଯୁବରାଜ ସିଂହଙ୍କୁ ଆସିଷ୍ଟାଣ୍ଟ କୋଚ୍ ଭାବେ ନିଯୁକ୍ତ କରାଯାଇଥିବା ଖବର ମଧ୍ୟ ଆସିଛି । ଏବେ IPL ୨୦୨୭ର ନିଲାମକୁ ନେଇ ଫ୍ରାଞ୍ଚାଇଜ୍ଗୁଡ଼ିକର ପ୍ରସ୍ତୁତି ଜୋର୍ ଧରିଥିବା ବେଳେ BCCIର ଔପଚାରିକ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି ।

Related Topics
Explore more stories