Rinku Singh KKR Captain / KKRର ନୂଆ ଅଧିନାୟକ ହେବେ ରିଙ୍କୁ ସିଂହ ! ଇରଫାନ ପଠାନ କଲେ ବଡ଼ ଭବିଷ୍ୟବାଣୀ
·Updated on: 29 Nov 2026, 15:48:28 IST·2 min read

Key Points
IPL ୨୦୨୭ ପୂର୍ବରୁ ବଡ଼ ହଲଚଲ
କୋଲକାତାର ଅଧିନାୟକ ହେବ ରିଙ୍କୁ !
ବଡ଼ ଭବିଷ୍ୟବାଣୀ କଲେ ଇରଫାନ୍
କୋଲକାତାର ଅଧିନାୟକ ହେବ ରିଙ୍କୁ !
ବଡ଼ ଭବିଷ୍ୟବାଣୀ କଲେ ଇରଫାନ୍
କୋଲକାତା: ଆଇପିଏଲ୍ ୨୦୨୭ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ (KKR) ଶିବିରରେ ଅଧିନାୟକ ପଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଗାମୀ ସିଜିନ୍ ପାଇଁ ଦଳକୁ ଜଣେ ନୂଆ ଅଧିନାୟକଙ୍କ ସନ୍ଧାନ ରହିଛି । ଏହାରି ମଧ୍ୟରେ ଭାରତର ପୂର୍ବତନ କ୍ରିକେଟର ଇରଫାନ ପଠାନ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ତାଙ୍କ ମତରେ, ଭାରତୀୟ ଷ୍ଟାର ବ୍ୟାଟର ରିଙ୍କୁ ସିଂହ KKRର ନୂଆ ଅଧିନାୟକ ହୋଇପାରନ୍ତି ।
ଗତ ସିଜିନ୍ରେ ଅଜିଙ୍କ୍ୟ ରାହାଣେ କୋଲକାତା ଦଳର ନେତୃତ୍ୱ ନେଉଥିଲେ। କିନ୍ତୁ ରାହାଣେଙ୍କ ଅବସର ପରେ ଦଳର ଅଧିନାୟକ ପଦକୁ ନେଇ ଅନିଶ୍ଚିତତା ବଢ଼ିଛି । ଏଭଳି ସ୍ଥିତିରେ ରିଙ୍କୁ ସିଂହଙ୍କ ନାଁ ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି ।
ଜିଓଷ୍ଟାର ସହ ଆଲୋଚନା ବେଳେ ଇରଫାନ ପଠାନ କହିଛନ୍ତି ଯେ, ରିଙ୍କୁ ସିଂହଙ୍କୁ KKRର ଅଧିନାୟକ କରିବା ନେଇ ଆଲୋଚନା ଚାଲିଛି । ବର୍ତ୍ତମାନ ଦଳ ପାଖରେ ଅଧିନାୟକ ପଦ ପାଇଁ ଅଧିକ ବିକଳ୍ପ ନାହାନ୍ତି। ତେଣୁ ରିଙ୍କୁ ସିଂହ ଏହି ପଦ ପାଇଁ ସବୁଠାରୁ ଭଲ ବିକଳ୍ପ ବୋଲି ମନେ ହେଉଛି ।
ଏଥି ସହ ପଢନ୍ତୁ: IPL 2027ରେ ରୋହିତ ଶର୍ମା ପୁଣି ହେବେ MIର ଅଧିନାୟକ? ରହସ୍ୟମୟ ପୋଷ୍ଟରୁ ବଢ଼ିଲା ଚର୍ଚ୍ଚା
ଶାଇ ହୋପ୍ଙ୍କ ନାଁ ମଧ୍ୟ ନେଲେ ପଠାନ
ତେବେ କେବଳ ରିଙ୍କୁ ନୁହେଁ, ଅନ୍ୟ ଜଣେ ଖେଳାଳିଙ୍କ ନାଁ ମଧ୍ୟ ନେଇଛନ୍ତି ଇରଫାନ ପଠାନ। ତାଙ୍କ କହିବା ଅନୁଯାୟୀ, KKR ଚାହିଁଲେ ଆଇପିଏଲ୍ ଅକ୍ସନରୁ ମଧ୍ୟ ଜଣେ ଅଧିନାୟକଙ୍କୁ କିଣିପାରିବ । ଏଭଳି ସ୍ଥିତିରେ ୱେଷ୍ଟଇଣ୍ଡିଜ୍ର ଷ୍ଟାର ଖେଳାଳି ଶାଇ ହୋପ୍ ଏକ ଭଲ ବିକଳ୍ପ ହୋଇପାରନ୍ତି ।
ନିକଟରେ ଭାରତ ବିପକ୍ଷ ସିରିଜ୍ରେ ଶାଇ ହୋପ୍ ଭଲ ପ୍ରଦର୍ଶନ କରିଥିଲେ । ତେଣୁ ତାଙ୍କୁ ମଧ୍ୟ ଦଳ ବିଚାରକୁ ନେଇପାରେ। ତଥାପି KKR ମ୍ୟାନେଜମେଣ୍ଟର କାର୍ଯ୍ୟଶୈଳୀକୁ ଦେଖିଲେ ରିଙ୍କୁ ସିଂହ ହିଁ ଦଳର ପରବର୍ତ୍ତୀ ଅଧିନାୟକ ହେବେ ବୋଲି ପଠାନ ଆଶା ପ୍ରକାଶ କରିଛନ୍ତି ।
ବଡ଼ ଖେଳାଳିଙ୍କୁ ରିଲିଜ୍ କରିନାହିଁ KKR
ଅନ୍ୟପଟେ KKR ଦଳର ଖେଳାଳି ରିଲିଜ୍କୁ ନେଇ ମଧ୍ୟ ନିଜ ମତ ରଖିଛନ୍ତି ଇରଫାନ ପଠାନ। ତାଙ୍କ କହିବା ଅନୁଯାୟୀ, ଦଳ ଯେଉଁ ଖେଳାଳିମାନଙ୍କୁ ରିଲିଜ୍ କରିଛି, ସେଥିରେ ବିଶେଷ ଆଶ୍ଚର୍ଯ୍ୟ ହେବା ଭଳି କିଛି ନାହିଁ । ଅଜିଙ୍କ୍ୟ ରାହାଣେ ଦଳରେ ନଥିବାରୁ ଯୁବ ବ୍ୟାଟର ଅଙ୍ଗକ୍ରିଶ ରଘୁବଂଶୀଙ୍କୁ ଓପନିଂ କରିବାର ସୁଯୋଗ ମିଳିପାରେ । ଯଦି ଦଳ ତାଙ୍କୁ ଏହି ଦାୟିତ୍ୱ ଦେବାକୁ ଚାହେଁ, ତେବେ ବ୍ୟାଟିଂ କ୍ରମରେ ଭଲ ସନ୍ତୁଳନ ରହିପାରିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ଗତ ସିଜିନ୍ରେ ଆହତ କାରଣରୁ ଖେଳିପାରିନଥିବା ଦ୍ରୁତ ବୋଲର ହର୍ଷିତ ରାଣା ଏବେ ସମ୍ପୂର୍ଣ୍ଣ ଫିଟ୍ ହୋଇଛନ୍ତି। ତାଙ୍କ ଫେରିବା ଦ୍ୱାରା KKRର ବୋଲିଂ ବିଭାଗ ଆହୁରି ମଜବୁତ ହେବ ।
ଇରଫାନ ପଠାନଙ୍କ ମତରେ, ଯଦି KKR ଏକ ଭଲ ଅଧିନାୟକ ପାଇଯାଏ, ତେବେ ଆଗାମୀ ସିଜିନ୍ ଗତ ସିଜିନ୍ ତୁଳନାରେ ଦଳ ପାଇଁ ଅଧିକ ଭଲ ହୋଇପାରେ। ଏବେ ସମସ୍ତଙ୍କ ନଜର KKR ମ୍ୟାନେଜମେଣ୍ଟର ନିଷ୍ପତ୍ତି ଉପରେ ରହିଛି। ରିଙ୍କୁ ସିଂହଙ୍କୁ ଦଳର ନୂଆ ଅଧିନାୟକ କରାଯିବ କି ନାହିଁ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।
ଇରଫାନ ପଠାନଙ୍କ ମତରେ, ଯଦି KKR ଏକ ଭଲ ଅଧିନାୟକ ପାଇଯାଏ, ତେବେ ଆଗାମୀ ସିଜିନ୍ ଗତ ସିଜିନ୍ ତୁଳନାରେ ଦଳ ପାଇଁ ଅଧିକ ଭଲ ହୋଇପାରେ। ଏବେ ସମସ୍ତଙ୍କ ନଜର KKR ମ୍ୟାନେଜମେଣ୍ଟର ନିଷ୍ପତ୍ତି ଉପରେ ରହିଛି। ରିଙ୍କୁ ସିଂହଙ୍କୁ ଦଳର ନୂଆ ଅଧିନାୟକ କରାଯିବ କି ନାହିଁ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।
Related Topics
Explore more stories