Rohit Sharma Captaincy Return / IPL 2027 ପୂର୍ବରୁ MIରେ ବଡ଼ ପରିବର୍ତ୍ତନ ! ରୋହିତ ପୁଣି ହୋଇପାରନ୍ତି ଅଧିନାୟକ...
·15 mins ago·2 min read

Key Points
ହାର୍ଦ୍ଦିକଙ୍କ ହାତରୁ ଯିବ ମୁମ୍ବାଇର କ୍ୟାପଟେନ୍ସି !
ପୁଣି ଦାୟିତ୍ୱ ସମ୍ଭାଳିବେ ରୋହିତ ?
IPL 2027 ପୂର୍ବରୁ MIରେ ବଡ଼ ହଲଚଲ
ପୁଣି ଦାୟିତ୍ୱ ସମ୍ଭାଳିବେ ରୋହିତ ?
IPL 2027 ପୂର୍ବରୁ MIରେ ବଡ଼ ହଲଚଲ
ଆଇପିଏଲ୍ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ (MI) ଦଳରେ ହୋଇଛି କିଛି ବଡ଼ ପରିବର୍ତ୍ତନ । କିରଣ ପୋଲାର୍ଡଙ୍କୁ ଦଳର ନୂଆ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି । ଏହା ସହିତ କୋଚିଂ ଷ୍ଟାଫ୍ରେ ମଧ୍ୟ ନୂଆ ଚେହେରାଙ୍କୁ ସାମିଲ କରାଯାଇଛି। ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ଛାଡ଼ିବା ନେଇ ଲଗାତାର ଚର୍ଚ୍ଚା ହେଉଥିବାରୁ ଦଳର ପରବର୍ତ୍ତୀ ଅଧିନାୟକ କିଏ ହେବେ, ତାହାକୁ ନେଇ ଉତ୍ସୁକତା ବଢ଼ିଛି । ଏହାରି ମଧ୍ୟରେ ପୁଣି ଥରେ ରୋହିତ ଶର୍ମାଙ୍କୁ ମୁମ୍ବାଇର ଅଧିନାୟକ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି ।
ରିପୋର୍ଟ ଅନୁସାରେ, ଆଇପିଏଲ୍ ୨୦୨୬ ଶେଷ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ନୂଆ ଅଧିନାୟକ ନିଯୁକ୍ତ କରିବାକୁ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟ ବିଚାର କରୁଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ରୋହିତ ଶର୍ମା ପୁଣି ଥରେ ଦଳର ଅଧିନାୟକ ହୋଇପାରନ୍ତି । ରିପୋର୍ଟରେ ଏକ ସୂତ୍ରକୁ ଉଦ୍ଧୃତ କରି କୁହାଯାଇଛି ଯେ, ରୋହିତ ଶର୍ମା ଅଧିନାୟକ ଭାବେ ତିଲକ ବର୍ମାଙ୍କ ନାମ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଫ୍ରାଞ୍ଚାଇଜି ତାଙ୍କୁ ପୁଣି ଥରେ ଅଧିନାୟକ ଦାୟିତ୍ୱ ନେବାକୁ ଅନୁରୋଧ କରିଛି ।
ରିପୋର୍ଟ ଅନୁଯାୟୀ, ରୋହିତ ନ୍ୟୁଜିଲାଣ୍ଡ ଗସ୍ତରେ ଯିବା ପୂର୍ବରୁ ମୁମ୍ବାଇ ମ୍ୟାନେଜମେଣ୍ଟ ସହ ଅନେକ ବିଷୟରେ ଆଲୋଚନା କରିଥିଲେ । ନୂଆ ମୁଖ୍ୟ କୋଚ୍ ନିଯୁକ୍ତି ସମୟରେ ମଧ୍ୟ ରୋହିତଙ୍କ ପରାମର୍ଶକୁ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି ।
ତେବେ ରୋହିତଙ୍କୁ ଅଧିନାୟକ କରିବା ନେଇ ଏପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କୌଣସି ଆଧିକାରିକ ଘୋଷଣା ହୋଇନାହିଁ । ପ୍ରଥମେ କୋଚ୍ ନିଯୁକ୍ତି ସମ୍ପର୍କିତ ନିଷ୍ପତ୍ତି ପରେ ଦଳର ରିଟେନସନ୍ ନେଇ ଆଲୋଚନା ହେବ ବୋଲି ରିପୋର୍ଟରେ କୁହାଯାଇଛି। ନଭେମ୍ବର ମଧ୍ୟଭାଗ ସୁଦ୍ଧା ଦଳଗୁଡ଼ିକୁ ନିଜ ରିଲିଜ୍ ଓ ରିଟେନସନ୍ ତାଲିକା ଦେବାକୁ ପଡ଼ିବ । ତେଣୁ ଖୁବ୍ଶୀଘ୍ର ମୁମ୍ବାଇ ନିଜର ଭବିଷ୍ୟତ ଯୋଜନା ସ୍ପଷ୍ଟ କରିପାରେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହାର୍ଦ୍ଦିକଙ୍କ ଟ୍ରେଡ୍କୁ ନେଇ ଚର୍ଚ୍ଚା
ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଟ୍ରେଡ୍ ମାଧ୍ୟମରେ ଅନ୍ୟ ଦଳକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଯଦି ତାଙ୍କ ଟ୍ରେଡ୍ ସଫଳ ନହୁଏ, ତାହେଲେ ସେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳିବାକୁ ରାଜି ହୋଇଥିବା ରିପୋର୍ଟରେ ଦାବି କରାଯାଇଛି । ନଭେମ୍ବରର ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସର ଭବିଷ୍ୟତକୁ ନେଇ ବଡ଼ ଖବ ସାମ୍ନାକୁ ଆସିପାରେ ।
ପୋଲାର୍ଡଙ୍କ ହାତରେ ମୁମ୍ବାଇର କୋଚିଂ ଦାୟିତ୍ୱ
ମୁମ୍ବାଇ ଇଣ୍ଡିଆନ୍ସ ମହେଲା ଜୟବର୍ଦ୍ଧନେଙ୍କ ସ୍ଥାନରେ କିରଣ ପୋଲାର୍ଡଙ୍କୁ ନୂଆ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି । ଏହା ସହିତ ଦଳର କୋଚିଂ ଷ୍ଟାଫ୍ରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି ।
ରବିନ୍ ଉଥାପ୍ପା – ବ୍ୟାଟିଂ କୋଚ୍
ମିଚେଲ୍ ମ୍ୟାକ୍ଲେନାଘନ୍ – ବୋଲିଂ କୋଚ୍
ଟି ଦିଲୀପ – ଫିଲ୍ଡିଂ କୋଚ୍
ଧୱଲ କୁଲକର୍ଣ୍ଣି – ଡେଭଲପମେଣ୍ଟାଲ୍ ବୋଲିଂ କୋଚ୍
ଏବେ ସମସ୍ତଙ୍କ ନଜର ମୁମ୍ବାଇ ଇଣ୍ଡିଆନ୍ସର ଅଧିକାରିକ ଘୋଷଣା ଉପରେ ରହିଛି। ରୋହିତ ଶର୍ମା ପୁଣି ଥରେ ଅଧିନାୟକ ହେବେ ନା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତ ନେଇ ଅନ୍ୟ କୌଣସି ନିଷ୍ପତ୍ତି ନିଆଯିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

Related Topics
Explore more stories