|
logo
Live
Argus News App
GET APP

Argus News - IPL ମ୍ୟାଚ୍‌ରେ ହାଇଭୋଲଟେଜ୍ ଡ୍ରାମା ! ଷ୍ଟାଡିୟମ୍‌ରେ ମାରପିଟ୍‌ ହେଲେ ପ୍ରଶଂସକ

Sports

IPL Fans Fight / IPL ମ୍ୟାଚ୍‌ରେ ହାଇଭୋଲଟେଜ୍ ଡ୍ରାମା ! ଷ୍ଟାଡିୟମ୍‌ରେ ମାରପିଟ୍‌ ହେଲେ ପ୍ରଶଂସକ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
IPL ମ୍ୟାଚ୍‌ରେ ହାଇଭୋଲଟେଜ୍ ଡ୍ରାମା ! ଷ୍ଟାଡିୟମ୍‌ରେ ମାରପିଟ୍‌ ହେଲେ ପ୍ରଶଂସକ
IPL fans fight

Key Points

ମ୍ୟାଚ୍‌ ଚାଲିଥିବା ବେଳେ ଷ୍ଟାଣ୍ଡରେ ମାରପିଟ୍
୬ ଓ୍ବିକେଟ୍‌ରେ ଜିତିଲା ଦିଲ୍ଲୀ
ମ୍ୟାଚ୍‌ ପରେ ଷ୍ଟାଡିୟମ୍‌ରେ ଫାଇଟ୍
ଆରମ୍ଭ ହୋଇସାରିଛି ଫଟାଫଟ୍‌ କ୍ରିକେଟ୍‌ର ମହାକୁମ୍ଭ ଆଇପିଏଲ । ବୁଧବାର ଲକ୍ଷ୍ନୌର ଏକାନା କ୍ରିକେଟ୍‌ ଷ୍ଟାଡିୟମରେ ଆଇପିଏଲ ସିଜିନ୍‌-୧୯ର ପଞ୍ଚମ ଲିଗ୍‌ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସ । ଦିଲ୍ଲୀ ଏହି ଲୋ ସ୍କୋରିଂ ମ୍ୟାଚ୍‌କୁ ୬ ଓ୍ବିକେଟ୍‌ରେ ନିଜ ନାମରେ କରିଥିଲା । ତେବେ ଏହି ମ୍ୟାଚ୍‌ ପରେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍‌ ଭାଇରାଲ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା କି ଷ୍ଟାଡିୟମର ଷ୍ଟାଣ୍ଡରେ କିଛି ପ୍ରଶଂସକ ମଧ୍ୟରେ ମାରପିଟ୍‌ ହେଉଛନ୍ତି ।

ଭିଡିଓରେ କିଛି ପ୍ରଶଂସକ ପରସ୍ପରକୁ ମୁଥା ଓ ଗୋଇଠା ମାରୁଥିବାର ଦେଖିବାକୁ ମିଳୁଛି । ତେବେ ଷ୍ଟାଡିୟମରେ ଝଗଡ଼ା ପରେ ସେଠାରେ ଉପସ୍ଥିତ ପୋଲିସ୍‌ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲଢ଼ୁଥିବା ଦର୍ଶକଙ୍କୁ ଅଲଗା କରିଥିଲେ । କିନ୍ତୁ ଏହି ଲଢ଼େଇର କାରଣ ବିଷୟରେ ଏପର୍ଯ୍ୟନ୍ତ କୌଣସି ଠୋସ୍ ସୂଚନା ମିଳିପାରନି ।


ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ଓ୍ବିକେଟ୍‌ରେ ନିଜ ନାମରେ କରିଥିଲା । ପ୍ରଥମ ଇନିଂସ ପରେ ଲାଗୁଥିଲା ଯେ ଦିଲ୍ଲୀ ସହଜରେ ଜିତିବ, କିନ୍ତୁ ଦ୍ୱିତୀୟ ଇନିଂସରେ ଲକ୍ଷ୍ନୌର ବୋଲରମାନେ ଆରମ୍ଭରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଦିଲ୍ଲୀକୁ ବିଜୟର ଏକ ବଡ଼ ଦୂରତା ମଧ୍ୟରେ ରଖିଥିଲେ । ତା’ପରେ ଦିଲ୍ଲୀର ପଞ୍ଚମ ନମ୍ବର ଯୋଡ଼ି ଏକ ଚମତ୍କାର ପାର୍ଟନରସିପ୍‌ କରି ଦଳକୁ ବିଜୟ ଭେଟି ଦେଇଥିଲେ ।

ଦିଲ୍ଲୀ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୧୮.୪ ଓଭରରେ ୧୪୧ ରନରେ ଅଲଆଉଟ୍ ହୋଇଥିଲା । ଦଳ ପକ୍ଷରୁ ଅବଦୁଲ ସମଦ ସର୍ବାଧିକ ୨୫ ବଲରୁ ୩ ଚୌକା ଏବଂ ୧ ଛକା ସହାୟତାରେ ୩୬ ରନ କରିଥିଲେ । ମିଚେଲ ମାର୍ଶ ମଧ୍ୟ ୩୫ ରନ କରିଥିଲେ । ଦଳ ପକ୍ଷରୁ ବ୍ୟାଟିଂ କରିବାକୁ ଆସିଥିବା ୧୧ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ୬ ଜଣ ଦୁଇ ଅଙ୍କ ଛୁଇଁ ପାରି ନଥିଲେ ।

ରନ ପିଛା କରି ଅକ୍ଷର ପଟେଲଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୨୬ ରନରେ ୪ ୱିକେଟ ହରାଇଥିଲା । ଏହା ପରେ ସମୀର ରିଜଭି ଏବଂ ଟ୍ରିଷ୍ଟାନ ଷ୍ଟବସ୍‌ଙ୍କ ଯୋଡ଼ି ପଞ୍ଚମ ୱିକେଟ ପାଇଁ ୧୧୯ ରନର ପାର୍ଟନରସିପ୍‌ କରି ବିଜୟ ଭେଟି ଦେଇଥିଲେ । ସମୀର ୪୭ ବଲ୍‌ରୁ ୫ ଚୌକା ଏବଂ ୪ ଛକା ସହାୟତାରେ ଅପରାଜିତ ୭୦ ରନ୍‌ କରିଥିଲେ । ସେହିପରି ଷ୍ଟବସ୍ ୩୨ ବଲରୁ ୩ ଚୌକା ଏବଂ ୧ ଛକା ସହାୟତାରେ ଅପରାଜିତ ୩୯ ରନ୍‌ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IPL Fans Fight: IPL ମ୍ୟାଚ୍‌ରେ ହାଇଭୋଲଟେଜ୍ ଡ୍ରାମା ! ଷ୍ଟାଡିୟମ୍‌ରେ ମାରପିଟ୍‌ ହେଲେ ପ୍ରଶଂସକ | Argus News