Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

RCB for Sale / ୧୭ ହଜାର କୋଟିରେ ବିକ୍ରି ହେବ RCB ! ଏହି ଫ୍ରାଞ୍ଚାଇଜ୍‌କୁ କିଣିପାରେ ଆଦାନୀ ଗ୍ରୁପ୍

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
୧୭ ହଜାର କୋଟିରେ ବିକ୍ରି ହେବ RCB ! ଏହି ଫ୍ରାଞ୍ଚାଇଜ୍‌କୁ କିଣିପାରେ ଆଦାନୀ ଗ୍ରୁପ୍

Key Points

IPL ୨୦୨୬ ପୂର୍ବରୁ ବଡ଼ ଅପଡେଟ୍ 

ବିକ୍ରି ହେବ ଆରସିବି !

କିଣିବା ରେସ୍‌ରେ ଏକାଧିକ ବିଡର୍

୧୮ ବର୍ଷ ପରେ ୨୦୨୫ରେ ଆଇପିଏଲ ଚାମ୍ପିଆନ୍ସ ହୋଇଥିଲା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଫାଇନାଲରେ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସକୁ ହରାଇ ପିନ୍ଧିଥିଲା ବିଜୟ ମୁକଟ । ଆଇପିଏଲ ଇତିହାସରେ ପ୍ରଥମ ଟାଇଟଲ ଜିତିବା ପରେ ଏବେ ବିକ୍ରି ହେବାକୁ ଯାଉଛି ଆରସିବି । IPL ୨୦୨୫ ଚାମ୍ପିଅନ୍ RCBକୁ ବିକ୍ରି କରିବା ପାଇଁ ପ୍ରସ୍ତୁତି ଚାଲିଛି । ଫ୍ରାଞ୍ଚାଇଜ୍ ମାଲିକ କମ୍ପାନୀ ଡିଆଜିଓ, IPL ଦଳକୁ ବିକ୍ରି କରିବା ପାଇଁ ପଦକ୍ଷେପ ନେଇଛି । ଏହା ୨ ବିଲିୟନ ଡଲାର ଅର୍ଥାତ ପ୍ରାୟ ୧୭ ହଜାର କୋଟି ଟଙ୍କା ପାଇବାର ଆଶା ରଖିଛି । ଏମିତିକି ଏହି ବିଷୟରେ ପରାମର୍ଶ ପାଇଁ କମ୍ପାନୀ ଦୁଇଟି ପ୍ରମୁଖ ବ୍ୟାଙ୍କ ସହିତ ଯୋଗାଯୋଗ କରିଛି । ଆଉ ଏବେ ଅନେକ ବ୍ୟବସାୟିକ ସଂସ୍ଥା ଆରସିବିକୁ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।


କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ସେରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଆଦର ପୁନାୱାଲା ପୂର୍ବରୁ RCBକୁ କିଣିବାକୁ ତାଙ୍କର ଇଚ୍ଛା ପ୍ରକାଶ କରିଛନ୍ତି । ସେ ସମ୍ପ୍ରତି ସୋସିଆଲ ମିଡିଆରେ ଏହା ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ଯଦି ସଠିକ୍ ମୂଲ୍ୟ ଉପଲବ୍ଧ ହୁଏ ତେବେ RCBକୁ ଅଧିଗ୍ରହଣ କରାଯାଇପାରିବ ।

ଅଧିକ ପଢ଼ନ୍ତୁ: ଏସିଆ କପ୍‌ ଟ୍ରଫିକୁ କେଉଁଠି ଲୁଚାଇ ରଖିଛନ୍ତି ପାକିସ୍ତାନୀ ମନ୍ତ୍ରୀ ? ଜାଣନ୍ତୁ ଏହା ଭାରତକୁ କେବେ ମିଳିବ...

ଆଉ ଏବେ ପୁନାୱାଲାଙ୍କ ବ୍ୟତୀତ, JSW ଗ୍ରୁପ୍ ଏବଂ ଆଦାନୀ ଗ୍ରୁପ୍ ମଧ୍ୟ IPL ର ବେଙ୍ଗାଲୁରୁ ଫ୍ରାଞ୍ଚାଇଜକୁ କିଣିବାକୁ ଆଗ୍ରହୀ ରହିଛି । ଦିଲ୍ଲୀର ଜଣେ କୋଟିପତି ବ୍ୟବସାୟୀ ଏବଂ ଦୁଇଟି ଆମେରିକୀୟ ଘରୋଇ ଇକ୍ୱିଟି ଫାର୍ମ ମଧ୍ୟ ଏହି ଚୁକ୍ତି ବିଷୟରେ ବିଚାର କରୁଛନ୍ତି ।


ପୁନାୱାଲା ପରିବାର ପୂର୍ବରୁ ଏକ IPL ଦଳ କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ୨୦୧୦ ମସିହାରେ ଦୁଇଟି ନୂତନ ଦଳ ଯୋଡା ହେବା ସମୟରେ ପୁନାୱାଲା ଟେଣ୍ଡର ଡକ୍ୟୁମେଣ୍ଟ ନେଇଥିଲେ । ସେହିପରି JSW ଗ୍ରୁପର ପାର୍ଥ ଜିନ୍ଦଲଙ୍କ ପାଖରେ ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସରେ ୫୦% ଅଂଶଧନ ରହିଛି । ଯଦି ସେ RCBକୁ କିଣନ୍ତି ତେବେ ତେବେ ତାଙ୍କୁ ଦିଲ୍ଲୀ ଛାଡିବାକୁ ପଡିବ । ପାର୍ଥ ଜିନ୍ଦଲ ଦିଲ୍ଲୀରେ ଯୋଗ ଦେବା ପରଠାରୁ ଦଳର ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ହୋଇଛି। JSW ଗ୍ରୁପ ଇଣ୍ଡିଆନ୍ ସୁପର ଲିଗରେ ବେଙ୍ଗାଲୁରୁ FC ର ମଧ୍ୟ ମାଲିକ ରହିଛି ।
ସେହିପରି, ଆଦାନୀ ଗ୍ରୁପ ବହୁତ ଦିନ ଧରି ଏକ IPL ଦଳ କିଣିବାକୁ କରିବାକୁ ଚେଷ୍ଟା କରୁଛି । ଆଦାନୀ ଗ୍ରୁପ୍ ୨୦୨୨ରେ ଅହମ୍ମଦାବାଦ ଫ୍ରାଞ୍ଚାଇଜ୍ ପାଇଁ ବିଡ୍ କରିଥିଲା, କିନ୍ତୁ ଏହାକୁ ହାସଲ କରିବାରେ ବିଫଳ ହୋଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଡିଆଜିଓ ଗ୍ରୁପ ମୁଖ୍ୟତଃ ମଦ ବ୍ୟବସାୟରେ କାର୍ଯ୍ୟ କରେ ଏବଂ ଏହା ଉପରେ ଧ୍ୟାନ ଦେବାକୁ ଚାହୁଁଛି । ତେଣୁ IPL ଦଳକୁ ବିକ୍ରୟ କରିବାକୁ ପ୍ରୟାସ କରାଯାଉଛି । କିନ୍ତୁ ଡିଆଜିଓର ଭାରତୀୟ ଶାଖା ଏହାର ସପକ୍ଷରେ ନାହିଁ । RCBକୁ ନିଜ ପାଖରେ ରଖିବାକୁ ଡିଆଜିଓର ଭାରତୀୟ ଶାଖା ପକ୍ଷରୁ କୁହାଯାଉଛି ।

RCB ପଞ୍ଜାବକୁ ପରାସ୍ତ କରି ହୋଇଥିଲା ଚାମ୍ପିଆନ୍ସ

ଆରସିବି ୧୮ ବର୍ଷ ପରେ ୨୦୨୫ରେ ଫାଇନାଲରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ପ୍ରଥମ ଟାଇଟଲ ଜିତିଥିଲା । ଏହି ଟିମ୍‌ରେ ଏବେ ବିରାଟ କୋହଲିଙ୍କ ପରି ସୁପରଷ୍ଟାର ଖେଳାଳି ରହିଛନ୍ତି । ସେହିପରି ପୂର୍ବରୁ ଏହି ଫ୍ରାଞ୍ଚାଇଜରେ କ୍ରିସ୍ ଗେଲ୍ ଏବଂ ଏବି ଡିଭିଲିୟର୍ସଙ୍କ ଭଳି ଷ୍ଟାର ଖେଳାଳି ଖେଳିସାରିଛନ୍ତି ।

Related Topics

Explore more stories

Sponsored
RCB to Be Sold for ₹17,000 Cr? Adani Group Among Top Bidders | Argus News