Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL News / ଆଇପିଏଲ ପାଇଁ ବିସିସିଆର କଡ଼ା ନିୟମ; ମ୍ୟାଚ୍ ଦିନ ପ୍ରାକ୍ଟିସକୁ ନା

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·2 min read
ଆଇପିଏଲ ପାଇଁ ବିସିସିଆର କଡ଼ା ନିୟମ; ମ୍ୟାଚ୍ ଦିନ ପ୍ରାକ୍ଟିସକୁ ନା
IPL New Rules

Key Points

ମାର୍ଚ୍ଚ ୨୮ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୬
ଟୁର୍ଣ୍ଣାମେଣ୍ଟ ପୂର୍ବରୁ ବିସିସିଆଇ ଆଣିଲା ୭ କଡ଼ା ନିୟମ
ମ୍ୟାଚ୍ ଦିନ ଅଭ୍ୟାସ କରିପାରିବେ ନାହିଁ ଖେଳାଳି
ଭାରତର ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ମାର୍ଚ୍ଚ ୨୮ ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ବିସିସିଆଇ ଜାରି କଲା ୭ଟି ନୂଆ ନିୟମ । ଆଇପିଏଲର ୧୯ତମ ସିଜିନ ଚାଲିଥିବା ସମୟରେ ସମସ୍ତ ୧୦ ଟିମକୁ ଏହି ନିୟମ କଡ଼ାକଡ଼ି ଭାବେ ମାନିବାକୁ ପଡ଼ିବ । ତେବେ ଏହି ନିୟମଗୁଡ଼ିକ ମ୍ୟାଚ୍ ସମୟଠାରୁ ମ୍ୟାଚ୍ ପୂର୍ବରୁ ଓ ପରେ ଲାଗୁ ହେବାକୁ ଯାଉଛି । ଆସନ୍ତୁ ସେହି ସମସ୍ତ ୭ଟି ନିୟମ ଉପରେ ନଜର ପକାଇବା।

ବିସିସିଆଇ ପ୍ରଥମ ନିୟମ ଟିମର ଅଭ୍ୟାସ ଓ ଟ୍ରେନିଂ ସହିତ ଜଡ଼ିତ । ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ସମସ୍ତ ୧୦ଟି ଟିମ ମ୍ୟାଚ୍ ଦିନ ପ୍ରାକ୍ଟିସ କିମ୍ବା ଟ୍ରେନିଂ କରିପାରିବେ ନାହିଁ । ସେହିପରି ଦ୍ଵିତୀୟ ନିୟମଟି ଟିମର ପ୍ରାକ୍ଟିସ ମ୍ୟାଚ ସହିତ ଜଡ଼ିତ । କୌଣସି ବି ଟିମକୁ ୨ରୁ ଅଧିକ ପ୍ରାକ୍ଟିସ ମ୍ୟାଚ୍ ଖେଳିବାକୁ ଅନୁମତି ଦିଆଯିବ ନାହିଁ । ପ୍ରାକ୍ଟିସ୍ ମ୍ୟାଚ ଖେଳିବା ପୂର୍ବରୁ ଟିମକୁ ବିସିସିଆଇଠାରୁ ଅନୁମତି ନେବାକୁ ପଡ଼ିବ । ଏହାସହିତ ପ୍ରାକ୍ଟିସ ମ୍ୟାଚ୍ ସମୟ ସାଢେ ତିନି ଘଣ୍ଟାରୁ ଅଧିକ ହେବନାହିଁ ।

ବିସିସିଆଇର ତୃତୀୟ ନିୟମ ହେଉଛି କୌଣସି ବି ଟିମ ପ୍ରାକ୍ଟିସ ନେଟ୍ ସେୟାର କରିପାରିବେ ନାହିଁ । ପ୍ରତିଟି ଟିମକୁ ପ୍ରାକ୍ଟିସ ଲାଗି ନୂଆ ନେଟ୍ସ ମିଳିବ । ଗୋଟିଏ ଟିମକୁ ଅନ୍ୟ ଏକ ଟିମର ନେଟ୍ସ ବ୍ୟବହାର କରିବାକୁ ଅନୁମତି ମିଳିବ ନାହିଁ । ସେହିପରି କୌଣସି ବି ପିଚରେ ଯଦି ହୋମ୍ ଟିମ ନିଜର ପ୍ରଥମ ମ୍ୟାଚ ଖେଳୁଛି, ତେବେ ସେଠାରେ ମ୍ୟାଚର ୪ଦିନ ପୂର୍ବରୁ ଟ୍ରେନିଂ କିମ୍ବା ପ୍ରାକ୍ଟିସ ନେଇ ଅନୁମତି ମିଳିବ ନାହିଁ । ଅର୍ଥାତ ମ୍ୟାଚ ଆଉ ୪ ଦିନ ଥିବ, ସେତେବେଳେ ଯାଇ ହୋମ୍ ଟିମ୍ ସେଠାରେ ପ୍ରାକ୍ଟିସ ଓ ଟ୍ରେନିଂ ନେଇପାରିବେ ।

ଏଥିସହ ପଢ଼ନ୍ତୁ: IPL ପୂର୍ବରୁ ଅଭିଷେକଙ୍କ ବିସ୍ଫୋରଣ, ୪୨ ବଲ୍‌ରେ କଲେ ୯୪ ରନ୍‌

ସେହିପରି ଟିମର ରେଞ୍ଜ ହିଟିଂ, ଥ୍ରୋ-ଡାଉନ୍‌ ରନ୍-ଅପ୍ ଓ ଡ୍ରିଲ୍ସ ଲାଗି ଅଲଗା ୱିକେଟ୍ ଦିଆଯିବ । ହୋମ ଟିମକୁ ପ୍ରଥମେ ପ୍ରାକ୍ଟିସ ପାଇଁ ଅନୁମତି ମିଳିବ ନାହିଁ । ଯଦି ଟିମ ପରସ୍ପର ପରେ ତୁରନ୍ତ ପ୍ରାକ୍ଟିସ କରିବାକୁ ଯାଆନ୍ତି, ତେବେ ସେମାନଙ୍କୁ ପ୍ରତି ଥର ନୂଆ ପିଚ୍ ଯୋଗାଇ ଦିଆଯିବ ବୋଲି ବିସିସିଆଇ ନିଶ୍ଚିତ କରିଛି । ଆଇପିଏଲ ୨୦୨୬ ଲାଗି ବିସିସିଆଇ ଏହି ନୂଆ ନିୟମ ଖେଳାଳିଙ୍କ ପରିବାର ଓ ବନ୍ଧୁ ପରିଜନଙ୍କ ପାଇଁ ମଧ୍ୟ ଅଛି ।

ପରିବାର ଓ ବନ୍ଧୁମାନଙ୍କୁ ଖେଳାଳିଙ୍କ ସହିତ ଭ୍ରମଣ ଲାଗି ଅନୁମତି ଦିଆଯିବ ନାହିଁ । ଟିମ ସମସ୍ୟ ଯେତେବେଳେ କୌଣସି ପ୍ରାକ୍ଟିସ ବା ମ୍ୟାଚ ପାଇଁ ଯିବେ, ତେବେ ସେମାନେ କେବଳ ଟିମ ବସରେ ହିଁ ଯିବେ । ଖାଲି ସେତିକି ନୁହେଁ, ବିସିସିଆଇ ଆଇପିଏଲ ୨୦୨୬ ସମୟରେ ଖେଳାଳି ଓ ଷ୍ଟାଫଙ୍କୁ ଗ୍ରାଉଣ୍ଡ ନିକଟ leb ବୋର୍ଡ ନିକଟରେ ବସିବାକୁ ମଧ୍ୟ ବାରଣ କରିଛି ।

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IPL 2026 BCCI introduces new rules for Team | Argus News