Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - LSGରୁ ଅଲଗା ହେଲେ ପନ୍ତ, ୧୨ କୋଟି କ୍ଷତି ସହ ପୁଣି ଫେରିଲେ ଦିଲ୍ଲୀକୁ

Sports

Rishabh Pant IPL Trade / LSGରୁ ଅଲଗା ହେଲେ ପନ୍ତ, ୧୨ କୋଟି କ୍ଷତି ସହ ପୁଣି ଫେରିଲେ ଦିଲ୍ଲୀକୁ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
LSGରୁ ଅଲଗା ହେଲେ ପନ୍ତ, ୧୨ କୋଟି କ୍ଷତି ସହ ପୁଣି ଫେରିଲେ ଦିଲ୍ଲୀକୁ
Rishabh Pant

Key Points

ପୁଣି DC କୁ ଫେରିଲେ ଋଷଭ ପନ୍ତ
୨୭ କୋଟିରୁ ୧୫ କୋଟି
ଋଷଭ ପନ୍ତଙ୍କୁ ବଡ଼ କ୍ଷତି
ଆଇପିଏଲରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ସହିତ ଲଗାତାର ଦୁଇଟି ଖରାପ ସିଜିନ୍‌ ପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଋଷଭ ପନ୍ତ । ପୁଣି ଥରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଛନ୍ତି ଷ୍ଟାର ଓ୍ବିକେଟ୍‌ କିପର ବ୍ୟାଟ୍ସମ୍ୟାନ୍ ପନ୍ତ । ଟ୍ରେଡ୍‌ ଡିଲ୍‌ ଜରିଆରେ ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଏକ ବଡ଼ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ଲକ୍ଷ୍ନୌ ପଠାଇବାକୁ ନିଷ୍ପତ୍ତି ନେଇଛି । ଆଇପିଏଲ ୨୦୨୫ ନିଲାମରେ ଋଷଭ ପନ୍ତ ଟୁର୍ଣ୍ଣାମେଣ୍ଟର ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ହୋଇଥିଲେ । ପନ୍ତଙ୍କୁ LSG ୨୭ କୋଟିରେ ନିଜ ଦଳରେ ସାମିଲ କରିଥିଲା । କିନ୍ତୁ ଏବେ ଟ୍ରେଡ୍‌ ସମୟରେ ପନ୍ତଙ୍କ ମୂଲ୍ୟ ବହୁତ ହ୍ରାସ ପାଇଛି ।

ଋଷଭ ପନ୍ତଙ୍କ ଏକ ବଡ଼ କ୍ଷତି ହୋଇଛି

ଦୁଇ ସିଜନ ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ଅଧିନାୟକତ୍ୱ କରିଥିବା ଋଷଭ ପନ୍ତଙ୍କୁ ଏହି ବାଣିଜ୍ୟ ଚୁକ୍ତି ଯୋଗୁଁ ଏକ ବଡ଼ କ୍ଷତି ସହିବାକୁ ପଡ଼ିଛି । ଲକ୍ଷ୍ନୌ ସହିତ ବାଣିଜ୍ୟ ଚୁକ୍ତିରେ ପନ୍ତ କୋଟି କୋଟି ଟଙ୍କା ହରାଇଛନ୍ତି । ସେ ୧୫ କୋଟି ମୂଲ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଛନ୍ତି । ଯାହାଫଳରେ ସେ ୧୨ କୋଟି କ୍ଷତି ସହିଛନ୍ତି ।



ଲକ୍ଷ୍ନୌ ସୁପର ଜିଏଣ୍ଟସରେ ଦୁଇଟି ସିଜିନ୍‌ରେ ଋଷଭ ପନ୍ତଙ୍କ ପ୍ରଦର୍ଶନ ଏତେଟା ଭଲ ନଥିଲା । ୨୦୨୫ ସିଜିନରେ ପନ୍ତ ୨୬୯ ରନ୍‌ କରିଥିବା ବେଳେ ଏହି ସିଜିନ୍‌ରେ ମାତ୍ର ୩୧୨ ରନ୍ କରିଥିଲେ । ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସରେ ପନ୍ତ ୨୦୧୬ରୁ ୨୦୨୪ ପର୍ଯ୍ୟନ୍ତ ରହିଥିଲେ । DC ପାଇଁ ସେ ୧୧୧ଟି ମ୍ୟାଚ୍ ଖେଳିଥିଲେ । ୨୦୨୧ ରୁ ୨୦୨୪ ପର୍ଯ୍ୟନ୍ତ ୪୩ଟି ମ୍ୟାଚରେ ପନ୍ତ ଦଳର ଅଧିନାୟକତ୍ୱ ଦାୟିତ୍ବ ମଧ୍ୟ ତୁଲାଇଥିଲେ ।

କୁଲଦୀପ ଯାଦବ ଏଲଏସଜିରେ ଯୋଗ ଦେଲେ

ସେପଟେ ଗତ ପାଞ୍ଚଟି ସିଜିନ୍‌ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିବା କୁଲଦୀପ ଯାଦବ ଏବେ ଲକ୍ଷ୍ନୌ ସୁପର ଜାଏଣ୍ଟସର ଏକ ଅଂଶ । ସେ ପନ୍ତଙ୍କ ସହିତ ଏକ ଟ୍ରେଡ୍‌ ଡିଲ୍‌ର ଅଂଶ ଭାବରେ ଲକ୍ଷ୍ନୌ ସୁପର ଜାଏଣ୍ଟସରେ ଯୋଗ ଦେଇଛନ୍ତି । LSG କୁଲଦୀପଙ୍କୁ ୧୩.୫ କୋଟିରେ ସାଇନ୍‌ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored