Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଭାରତଠୁ ସିରିଜ୍ ଜିତିଲା ଆୟରଲାଣ୍ଡ; ଇସ୍ତଫା ଦେଲେ ଦଳର ମୁଖ୍ୟ କୋଚ୍

Sports

Cricket / ଭାରତଠୁ ସିରିଜ୍ ଜିତିଲା ଆୟରଲାଣ୍ଡ; ଇସ୍ତଫା ଦେଲେ ଦଳର ମୁଖ୍ୟ କୋଚ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଭାରତଠୁ ସିରିଜ୍ ଜିତିଲା ଆୟରଲାଣ୍ଡ; ଇସ୍ତଫା ଦେଲେ ଦଳର ମୁଖ୍ୟ କୋଚ୍
Henrik Malan Resigns After Series Victory

Key Points

ଆୟରଲାଣ୍ଡ ଟିମ୍‌ର ଖୁସି ଭିତରେ ଲାଗିଛି ବଡ଼ ଝଟ୍‌କା । କାରଣ ଦଳର ମୁଖ୍ୟ କୋଚ୍ ସିରିଜ୍ ବିଜୟକୁ ୨୪ ଘଣ୍ଟା ନ ପୂରୁଣୁ ଦେଇଛନ୍ତି ଇସ୍ତଫା ।
ନୂଆଦିଲ୍ଲୀ: ବିଶ୍ଵ ଚାମ୍ପିଅନ୍ ଭାରତକୁ ହରାଇଲା ଆୟରଲାଣ୍ଡ । ୨-୦ରେ ଆୟରଲାଣ୍ଡ ଟି-ଟ୍ଵେଣ୍ଟି ସିରିଜ୍ ଜିତିବା ପରେ ଖେଳାଳି ଓ ଦେଶବାସୀ ଉତ୍ସବ ମନାଉଛନ୍ତି । ଆୟରଲାଣ୍ଡ ଟିମ୍‌ର ଖୁସି ଭିତରେ ଲାଗିଛି ବଡ଼ ଝଟ୍‌କା । କାରଣ ଦଳର ମୁଖ୍ୟ କୋଚ୍ ସିରିଜ୍ ବିଜୟକୁ ୨୪ ଘଣ୍ଟା ନ ପୂରୁଣୁ ଇସ୍ତଫା ଦେଇଛନ୍ତି ।

ତାଜା ତଥ୍ୟ ଅନୁସାରେ, ଆୟରଲାଣ୍ଡ ଦଳର ମୁଖ୍ୟ କୋଚ୍ ହେନରିକ ମଲାନ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଏ କଥାକୁ କ୍ରିକେଟ୍ ଆୟରଲାଣ୍ଡ ମଧ୍ୟ ଅଧିକାରୀକ ଭାବେ ସ୍ଵୀକାର କରିଛି । ଉଭୟ ପକ୍ଷଙ୍କ ସହମତିରେ ଏବଂ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛି କ୍ରିକେଟ୍ ଆୟରଲାଣ୍ଡ ।

ଏଥିସହ ପଢ଼ନ୍ତୁ: ସିରିଜ୍ ହାରିଲା ବିଶ୍ଵ ଚାମ୍ପିଅନ୍ ଭାରତ; ସଞ୍ଜୁ ସାମସନ ଓ ଅଭିଷେକ ଖୋଲି ପାରିଲେନି ଖାତା 

ଦକ୍ଷିଣ ଆଫ୍ରିକାର ପ୍ରଥମ ଶ୍ରେଣୀ କ୍ରିକେଟର ୪୫ ବର୍ଷୀୟ ହେନରିକ ମଲାନ ୨୦୨୨ରେ ଆୟରଲାଣ୍ଡ ଟିମ୍‌ର ମୁଖ୍ୟ କୋଚ୍ ନିଯୁକ୍ତ ହୋଇଥିଲେ । ଆଉ ତାଙ୍କ କାର୍ଯ୍ୟକାଳର ଅନ୍ତିମ ମ୍ୟାଚ୍ ମଧ୍ୟ ମନେ ରହିବାଭଳି । ରବିବାର ଜୁନ ୨୮ରେ ବେଲଫାଷ୍ଟରେ ଖେଳା ଯାଇଥିବା ମୁକାବିଲାରେ ଭାରତକୁ ହରାଇ ଆୟରଲାଣ୍ଡ ୨-୦ରେ ଟି-ଟ୍ଵେଣ୍ଟି ସିରିଜ୍ ପୋଛି ନେଇଛି ।

୬ ମାସ ପୂର୍ବରୁ କାହିଁକି ଛାଡ଼ିଲେ ପଦ ?

ଆୟରଲାଣ୍ଡର ଐତିହାସିକ ବିଜୟ ପରେ ହେନରିକ ମଲାନ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ୨୦୨୭ ଆରମ୍ଭ ପର୍ଯ୍ୟନ୍ତ ସେ ଆୟରଲାଣ୍ଡର ମୁଖ୍ୟ କୋଚ୍ ରହିବା ନେଇ ଚୁକ୍ତି କରିଥିଲେ । ହେଲେ ସମୟ ପୂର୍ବରୁ ସେ ଦାୟିତ୍ଵରୁ ମୁକ୍ତ ହୋଇଛନ୍ତି ।

ହେନରିକ ମଲାନଙ୍କ ଇସ୍ତଫା ପରେ ତାଙ୍କ ସ୍ଥାନରେ ଆୟରଲାଣ୍ଡ ଦଳର ପୂର୍ବତନ ୱିକେଟ୍ ରକ୍ଷକ ଗାରି ୱିଲସନଙ୍କୁ ନିଯୁକ୍ତ କରାଯାଇଛି । ଅଗଷ୍ଟରେ ଆଫଗାନିସ୍ତାନ ବିପକ୍ଷରେ ଆୟରଲାଣ୍ଡ ଦିନିକିଆ ସିରିଜ୍ ଖେଳିବ । ସେବେଠୁ ୱିଲସନ୍ ଦଳର ମୁଖ୍ୟ କୋଚ୍ ଭାବେ ପାଳି ଆରମ୍ଭ କରିବେ ।

ଇସ୍ତଫା ପରେ ହେନରିକ ମଲାନ କହିଛନ୍ତି, "ଆୟରଲାଣ୍ଡ କ୍ରିକେଟ୍ ସହ ଅତିବାହିତ କରିଥିବା ସମୟ ମୋ ଜୀବନରେ ବହୁତ ଖାସ୍ ଅଧ୍ୟାୟ ହୋଇ ରହିବ । ଖେଳାଳି, ସହଯୋଗୀ ଷ୍ଟାଫ୍‌ଙ୍କ ସହ କାମ କରିବା ମୋ ପାଇଁ ସମ୍ମାନର କଥା । ସମସ୍ତେ ମୋ ଲକ୍ଷ୍ୟ ଉପରେ ଯେଭଳି ଭରସା କଲେ, ସେଥିପାଇଁ କୃତଜ୍ଞ । ସବୁବେଳେ ମନେ ରହିବ ।"

ଏଥିସହ ପଢ଼ନ୍ତୁ: 'ଗୌତମ ଗମ୍ଭୀର, ଆମେ ତୁମକୁ କେବେ କୋଚ କରିବୁ ନାହିଁ...' ଆୟରଲ୍ୟାଣ୍ଡଠାରୁ ହାରିବା ପରେ ହେଉଛନ୍ତି ଟ୍ରୋଲ 

ହେନରିକଙ୍କ କାର୍ଯ୍ୟକାଳରେ ଆୟରଲାଣ୍ଡ ଟିମ୍ ଏକାଧିକ ଐତିହାସିକ ଉପଲବ୍ଧି ହାସଲ କରିଛି । ୨୦୨୨ ଟି-ଟ୍ଵେଣ୍ଟି ବିଶ୍ଵକପ୍‌ରେ ଇଂଲଣ୍ଡ ଭଳି ମଜଭୁତ୍ ଦଳକୁ ହରାଇବା । ତାପରେ ୨୦୨୪ରେ ଆଫଗାନିସ୍ତାନ ବିପକ୍ଷରେ ପ୍ରଥମ ଟେଷ୍ଟ ଜିତିବା ।

୨୦୨୬ରେ ବେଲଫାଷ୍ଟରେ ଜିମ୍ବାୱେକୁ ହରାଇ ଘରୋଇ ପଡ଼ିଆରେ ଟେଷ୍ଟ ମ୍ୟାଚ୍ ଜିତିଥିଲା ଆୟରଲାଣ୍ଡ । ଆଉ ଏବେ ଭାରତ ବିପକ୍ଷରେ ଟି-ଟ୍ଵେଣ୍ଟି ସିରିଜ୍ ଆୟରଲାଣ୍ଡ ଜିତିବା ସହ ହେନରିକ ଇସ୍ତଫା ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored