Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ସିରିଜ୍ ହାରିଲା ବିଶ୍ଵ ଚାମ୍ପିଅନ୍ ଭାରତ; ସଞ୍ଜୁ ସାମସନ ଓ ଅଭିଷେକ ଖୋଲି ପାରିଲେନି ଖାତା

Sports

Ireland Beat India / ସିରିଜ୍ ହାରିଲା ବିଶ୍ଵ ଚାମ୍ପିଅନ୍ ଭାରତ; ସଞ୍ଜୁ ସାମସନ ଓ ଅଭିଷେକ ଖୋଲି ପାରିଲେନି ଖାତା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ସିରିଜ୍ ହାରିଲା ବିଶ୍ଵ ଚାମ୍ପିଅନ୍ ଭାରତ; ସଞ୍ଜୁ ସାମସନ ଓ ଅଭିଷେକ ଖୋଲି ପାରିଲେନି ଖାତା
India Suffer 1-Run Defeat Against Ireland

Key Points

୨-୦ରେ ଆୟରଲାଣ୍ଡ ପୋଛି ନେଲା ଟି-ଟ୍ଵେଣ୍ଟି ସିରିଜ୍ । ବେଲଫାଷ୍ଟରେ ଆୟରଲାଣ୍ଡ-ଭାରତ ମଧ୍ୟରେ ଦ୍ଵିତୀୟ ଟି-ଟ୍ଵେଣ୍ଟି ଖେଳାଯାଇଛି । ଯେଉଁ ମ୍ୟାଚ୍‌କୁ ଘରୋଇ ଦଳ ଆୟରଲାଣ୍ଡ ନାଟକୀୟ ଭାବେ ମାତ୍ର ୧ ରନ୍‌ରେ ଜିତି ନେଇଛି ।
ମୁମ୍ବାଇ: ଭାରତକୁ ୧ ରନ୍‌ରେ ହରାଇଲା ଆୟରଲାଣ୍ଡ । ୨-୦ରେ ପୋଛି ନେଲା ଟି-ଟ୍ଵେଣ୍ଟି ସିରିଜ୍ । ବେଲଫାଷ୍ଟରେ ଆୟରଲାଣ୍ଡ-ଭାରତ ମଧ୍ୟରେ ଦ୍ଵିତୀୟ ଟି-ଟ୍ଵେଣ୍ଟି ଖେଳାଯାଇଛି । ଯେଉଁ ମ୍ୟାଚ୍‌କୁ ଘରୋଇ ଦଳ ଆୟରଲାଣ୍ଡ ନାଟକୀୟ ଭାବେ ମାତ୍ର ୧ ରନ୍‌ରେ ଜିତି ନେଇଛି ।

ପ୍ରଥମେ ବ୍ୟାଟିଂ କରି ଆୟରଲାଣ୍ଡ ୮ ୱିକେଟ୍ ହରାଇ ୧୫୪ ରନ୍ କରିଥିଲା । ଭାରତ ଆଗରେ ଥିଲା ୧୫୫ ରନ୍‌ର ବିଜୟ ଲକ୍ଷ୍ୟ । କିନ୍ତୁ ଆରମ୍ଭରୁ ଆଉଟ୍ ହୋଇଥିଲେ ୨ ଓପନର୍ । ଓପନର ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ କୌଣସି ରନ୍ ନ କରି ଆଉଟ୍ ହୋଇଥିଲେ । ଏଭଳି ଭାବେ ଭାରତର ଦଳୀୟ ସ୍କୋର୍ ମାତ୍ର ୧ ରନ୍ ହୋଇଥିବା ବେଳେ ଖସିଥିଲା ୨ଟି ୱିକେଟ୍ ।

ଏଥିସହ ପଢ଼ନ୍ତୁ: ବେଲଫାଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଫେଲ୍; ୩୪ ରନ୍‌ରେ ଜିତିଲା ଆୟରଲାଣ୍ଡ 

ଫେଲ୍ ମାରିଲା ଟପ୍ ଅର୍ଡର

ଓପନର୍ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଗୋଟିଏ ଲେଖାଏଁ ବଲ୍ ଖେଳି ପାଭିଲିୟନ୍ ଫେରିଥିବା ବେଳେ ୧୧ ବଲ୍‌ରେ ୧୨ ରନ୍ କରି ରନ୍ ଆଉଟ୍ ହୋଇଛନ୍ତି ଇଶାନ କିଷନ । ଅଧିନାୟକ ଶ୍ରେୟସ ଆୟର ୭ ବଲ୍‌ରେ ୨ଟି ଚଉକା ସହାୟତାରେ ୧୦ ରନ୍ କରି ଆଉଟ୍ ହୋଇଛନ୍ତି ।


ତିଲକ ବର୍ମା ଭାରତ ପାଇଁ ସଂଘର୍ଷ କରି ୪୬ ବଲ୍‌ରେ ସର୍ବାଧିକ ୫୫ ରନ୍ ସ୍କୋର୍ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ ୧୪ ରନ୍, ଶିବମ ଦୁବେ ୨୦ ରନ୍, ସୂର୍ଯ୍ୟାଂଶ ଶେଡଗେ ୧ ରନ୍, ହର୍ଷିତ ରାଣା ୨୧ ରନ୍ କରିଛନ୍ତି । ଭାରତ ୨୦ ଓଭର‌ରେ ୯ ୱିକେଟ୍ ହରାଇ ୧୫୩ ରନ୍ କରି ମାତ୍ର ୧ ରନ୍‌ରେ ମ୍ୟାଚ୍ ହାରିବା ସହ ସିରିଜ୍‌ ହାରିଛି ।

ବୈଭବଙ୍କୁ ନେଇ ବିବାଦ

ବେଲଫାଷ୍ଟରେ ଆୟରଲାଣ୍ଡ ଠାରୁ ଭାରତ ପ୍ରଥମ ମ୍ୟାଚ୍ ୩୪ ରନ୍‌ରେ ହାରିଥିଲା । ଆଉ ଦ୍ଵିତୀୟ ଟି-ଟ୍ଵେଣ୍ଟିକୁ ମାତ୍ର ୧ ରନ୍‌ରେ ହାରିଛି । ଉଭୟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର୍ ବିଫଳ ହୋଇଛନ୍ତି । ଅନ୍ୟପଟେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୁଇଟି ଯାକ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ ।

ଏଥିସହ ପଢ଼ନ୍ତୁ: ଡେବ୍ୟୁ ଅପେକ୍ଷାରେ ବୈଭବ; ଆୟରଲାଣ୍ଡରେ ବିପକ୍ଷରେ ଖେଳିଲେ ସୂର୍ଯ୍ୟାଂଶ, ପ୍ରିନ୍ସ 

୨୦୨୬ ଆଇପିଏଲ୍‌ରେ ବୈଭବ ସୂର୍ଯ୍ୟବଂଶୀ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ଅରେଞ୍ଜ କ୍ୟାପ୍ ପାଇବା ସହ MVP ଆୱାର୍ଡ ପାଇଛନ୍ତି । ଚଳିତ ଆଇପିଏଲ୍ ସଂସ୍କରଣରେ ବୈଭବ ୨୩୭.୩୦ ଷ୍ଟ୍ରାଇକ୍‌ ରେଟ୍‌ରେ ୭୭୬ ରନ୍ ସଂଗ୍ରହ କରିଛନ୍ତି ।

ତଥାପି ଦଳରେ ଅଭିଜ୍ଞ ଓ ଅନୁଭବୀ ଖେଳାଳି ଥିବା କହି ଅଧିନାୟକ ଶ୍ରେୟସ ଆୟର ବୈଭବଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରି ନଥିଲେ । ଏବେ ବିଶ୍ଵ ଚାମ୍ପିଅନ୍ ଭାରତ, ଆୟରଲାଣ୍ଡ ଠାରୁ ସିରିଜ୍ ଲଜ୍ଜାଜନକ ଭାବେ ହାରିବା ବୈଭବଙ୍କୁ ଡେବ୍ୟୁ ସୁଯୋଗ ନ ଦେବା ଉପରେ ପ୍ରଶ୍ନ ଛିଡ଼ା କରଛି । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored