Videos
|
Sports

Irfan Sangakkara Controversy / 'ବାପାମାଆ ଏଇୟା ଶିଖେଇଛନ୍ତି'; କୁମାର ସାଙ୍ଗାକାରାଙ୍କୁ ନେଇ ଇରଫାନ ପଠାନଙ୍କ ବଡ଼ ଖୁଲାସା

Debashree Debasmita Sahoo
Browse all articles by Debashree Debasmita Sahoo
·56 mins ago·3 min read
'ବାପାମାଆ ଏଇୟା ଶିଖେଇଛନ୍ତି'; କୁମାର ସାଙ୍ଗାକାରାଙ୍କୁ ନେଇ ଇରଫାନ ପଠାନଙ୍କ ବଡ଼ ଖୁଲାସା
Irfan Sangakkara Controversy

Key Points

ପୁଣି ଚର୍ଚ୍ଚାରେ ଇରଫାନ-ସାଙ୍ଗାକାରା ବିବାଦ
୨୦୦୫ ଦିଲ୍ଲୀ ଟେଷ୍ଟ ମ୍ଯାଚ୍ ବେଳେ ହୋଇଥିଲେ ମୁହାଁମୁହିଁ
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୨୦୦୫ ମସିହାରେ ଦିଲ୍ଲୀର ଫିରୋଜଶାହ କୋଟଲା (ଅରୁଣ ଜେଟଲୀ ଷ୍ଟାଡିୟମ)ରେ ଖେଳାଯାଇଥିଲା ଟେଷ୍ଟ ମ୍ୟାଚ୍ । ଯେଉଁଠି ମୁହାଁମୁହିଁ ହୋଇଥିଲେ ଶ୍ରୀଲଙ୍କାର କ୍ରିକେଟର କୁମାର ସାଙ୍ଗାକାରା ଓ ଭାରତୀୟ କ୍ରିକେଟର ଇରଫାନ ପଠାନ୍ । ଉଭୟଙ୍କ ପୁରୁଣା ବିବାଦ ପୁଣିଥରେ ଚର୍ଚ୍ଚାକୁ ଆସିଛି । ପୂର୍ବ ଭାରତୀୟ ଅଲରାଉଣ୍ଡର ଇରଫାନ ସେଦିନ ସାଙ୍ଗାକାରାଙ୍କ ସହ କଣ ଯୁକ୍ତିତର୍କ ହୋଇଥିଲା ସେ ସମ୍ପର୍କରେ ଏକ ବଡ଼ ଖୁଲାସା କରିଛନ୍ତି ।

ଇରଫାନ କହିଛନ୍ତି ଯେ ସେଦିନ ଟେଷ୍ଟ ମ୍ୟାଚ୍‌ର ଦ୍ଵିତୀୟ ପାଳିରେ ବିରେନ୍ଦ୍ର ସେହୱାଗ ଆହତ ହୋଇଥିଲେ, ଏଥିଲାଗି ତାଙ୍କୁ ଓପନିଂ ଲାଗି ପଠାଯାଇଥିଲା । ସେଦିନ ସେ ଦମଦାର ବ୍ୟାଟିଂ କରି ୯୩ ରନ୍ କରିଥିଲେ । ମାତ୍ର ଲଗାତାର ସାଙ୍ଗାକାରା ତାଙ୍କୁ ପଛରୁ କମେଣ୍ଟ ମାରୁଥିଲେ । ଇରଫାନ ଜିଓ ହଟଷ୍ଟାରର ସ୍ଵତନ୍ତ୍ର କାର୍ଯ୍ୟକ୍ରମ 'ଚିକି ସିଙ୍ଗଲ୍ସ'ରେ ଏ ସମ୍ପର୍କରେ କହିଛନ୍ତି ।

  • କଣ ହୋଇଥିଲା ସେଦିନ ?
ଇରଫାନ କହିଛନ୍ତି, "ମୁଁ ଓପନିଂ ପାଇଁ ବାହାରିଥିଲି ଓ ୯୩ ରନ୍ କରିଥିଲି । ପ୍ରଥମ ପାଳି ପରେ ଯେତେବେଳେ ଆମେ ବ୍ୟାଟିଂ ପାଇଁ ବାହାରିଥିଲୁ ସେତେବେଳେ ବଲ୍‌ର ବାକ୍ସକୁ ବଦଳାଯାଇଥିଲା । ଶ୍ରୀଲଙ୍କା ଖେଳାଳି ଏହାକୁ ନେଇ ନାରାଜ ଥିଲେ । ଏମାନଙ୍କ ମଧ୍ୟରୁ ସବୁଠୁ ଅଧିକ ଅସନ୍ତୋଷ କୁମାର ସାଙ୍ଗାକାରାଙ୍କର ଥିଲା । କିନ୍ତୁ ଯେତେବେଳେ ମୁଁ ବ୍ୟାଟିଂ କରିବାକୁ ଯାଇଥିଲି ଏ ସମ୍ପର୍କରେ ମୁଁ କିଛି ବି ଜାଣିନଥିଲି । ମୋତେ କେବଳ ଓପନିଂ କରିବା ଲାଗି କୁହାଯାଇଥିଲା । ମୁଁ ମୁଥୈୟା ମୁରଲିଧରନଙ୍କ ବଲ୍‌ରେ ଛକା ମାରିଥିଲି ।"

ଏହାପରେ ଇରଫାନ କହିଥିଲେ ଯେ ଯଦି କୌଣସି ଖେଳାଳି ମୁରଲିଧରନଙ୍କ ବଲ୍‌ରେ ଛକା ମାରେ, ତେବେ ଏହାର ଅର୍ଥ ହେଉଛି ସେହି ଟିମ ବିପକ୍ଷ ଦଳର ପୂରା ଗେମ୍ ବିଗାଡ଼ିଦେଇଛି । ଯେତେବେଳେ ଇରଫାନ ଛକା ମାରିଥିଲେ ସେତେବେଳେ ସାଙ୍ଗାକାରା ଲଗାତାର ପଛରୁ ଉତ୍ତେଜନାମୂଳକ କମେଣ୍ଟ କରୁଥିଲେ । ଏନେଇ ଇରଫାନ କହିଥିଲେ, "ତୁମେମାନେ ଚିଟିଂ କରୁଛ । ତୁମ ବାପାମାଆ ବି ତୁମକୁ ଏଇୟା ଶିଖେଇଛନ୍ତି । ଏପରି ସେ ଅନେକ କଥା କହିଥିଲେ । ଖେଳରୁ ସିଧା ସେ ବ୍ୟକ୍ତିଗତ ଜୀବନକୁ ଚାଲିଯାଇଥିଲେ ।" ଏହାପରେ ଇରଫାନ ବି ତାଙ୍କୁ ଜବାବ ଦେଇଥିବା କହିଥିଲେ । ମାତ୍ର ଆରମ୍ଭ ସେ କରିଥିଲେ ବୋଲି ଇରଫାନ କହିଥିଲେ ।

  • ଏହାପରେ ବି ଏକାଠି ଗୋଟିଏ ଦଳରେ ଖେଳିଥିଲେ
ପରବର୍ତ୍ତୀ ସମୟରେ ଏହି ବିବାଦ ସମୟ ସହିତ ଶେଷ ହୋଇଯାଇଥିଲା । ଏହି ଦୁଇ ଖେଳାଳି IPLରେ କିଙ୍ଗସ୍ ଏକାଦଶ ପଞ୍ଜାବ (ଏବେ ପଞ୍ଜାବ କିଙ୍ଗସ) ପାଇଁ ଗୋଟିଏ ଦଳ ପାଇଁ ଖେଳିଥିଲେ । ଇରଫାନ କହିଥିଲେ ଯେ ପ୍ରଥମରୁ ସେମାନେ ପରସ୍ପରଠାରୁ ଦୂରେଇ ରହୁଥିଲେ । ଦିନେ ସାଙ୍ଗାକାରା ନିଜ ଆଡୁ କଥା ହୋଇଥିଲେ ଓ ତାଙ୍କ ପତ୍ନୀଙ୍କ ସହିତ ଇରଫାନଙ୍କୁ ପରିଚିତ କରାଇଥିଲେ । ଇରଫାନ ମଧ୍ୟ ତାଙ୍କୁ କ୍ଷମା ମାଗିଥିଲେ ଓ ଏହାପରେ ଦୁହେଁ ପରସ୍ପର ସହିତ ପୂର୍ବ ପରି ମିଶିଥିଲେ ।

ପଢନ୍ତୁ ଏହି ଖବର: ରୋହିତ-ବିରାଟଙ୍କୁ ନେଇ ରାହାଣେଙ୍କ ବଡ଼ ବୟାନ, କହିଲେ- ‘ସେମାନଙ୍କ କ୍ଷମତା ଉପରେ ସନ୍ଦେହ ମୂର୍ଖାମି’

  • ସେହି ଟେଷ୍ଟ ମ୍ୟାଚରେ କିଏ ଜିତିଥିଲା ?
ଯେଉଁ ଟେଷ୍ଟ ମ୍ୟାଚ୍‌ରେ ଇରଫାନ ପଠାନ ଓ ସାଙ୍ଗାକାରଙ୍କ ବିବାଦ ଚର୍ଚ୍ଚାକୁ ଆସିଥିଲା, ସେହି ମ୍ୟାଚ୍‌ରେ ଇରଫାନ ଚମତ୍କାର ବ୍ୟାଟିଂ କରି ୯୩ ରନ୍ କରିଥିଲେ ଓ ଭାରତ ଶ୍ରୀଲଙ୍କାକୁ ୧୮୮ ରନରେ ହରାଇ ସିରିଜ ଜିତିଥିଲା । ପରେ ଭାରତ ୩ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଜିତିନେଇଥିଲା । ଇରଫାନ ଏହାପରେ କହିଥିଲେ ଯେ ସ୍ଲେଜିଂ କ୍ରିକେଟର ଏକ ଅଂଶ, କିନ୍ତୁ ଏହାର ଗୋଟିଏ ସୀମା ରହିବା ଉଚିତ । ସେ କହିଥିଲେ ଯେ ଯେତେବେଳେ ଏହି ବିବାଦ ପରିବାର ପର୍ଯ୍ୟନ୍ତ ପହଞ୍ଚେ, ସେତେବେଳେ ସ୍ଥିତି ବିଗିଡ଼ିଯାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: