Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Ishan Kishan Century / SMAT ଫାଇନାଲରେ ଶତକ ହାସଲ କଲେ ଇଶାନ କିଶାନ, ଏବେ ଫେରିବେ କି ଟିମ୍‌ ଇଣ୍ଡିଆକୁ ?

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
SMAT ଫାଇନାଲରେ ଶତକ ହାସଲ କଲେ ଇଶାନ କିଶାନ, ଏବେ ଫେରିବେ କି ଟିମ୍‌ ଇଣ୍ଡିଆକୁ ?
Ishan Kisan

Key Points

ଟି-୨୦ ବିଶ୍ୱକପ୍ ପୂର୍ବରୁ ଇଶାନ କିଶାନଙ୍କ ବଡ଼ ସନ୍ଦେଶ
SMAT ଫାଇନାଲରେ ଶତକ ହାସଲ କଲେ ଇଶାନ କିଶାନ
ଏବେ ଫେରିବେ କି ଟିମ୍‌ ଇଣ୍ଡିଆକୁ?
ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଆସନ୍ତା ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଜୋରସୋରରେ ଜାରି ରଖିଛି । ଏବେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ୍‌ ଜାରି ରହିଛି । ଏହା ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳିବ । ସେପଟେ ଟି-୨୦ ବିଶ୍ବକପ୍‌ ପାଇଁ ଟିମ୍ ଇଣ୍ଡିଆ ଖୁବ୍ ଶୀଘ୍ର ଘୋଷଣା ହେବ ବୋଲି ଚର୍ଚ୍ଚା ହେଉଛି । ଆଉ ଏହାରି ମଧ୍ୟରେ ଭାରତୀୟ ଦଳରୁ ବାହାରେ ଥିବା ଇଶାନ କିଶାନ ସୟଦ ମୁସ୍ତାକ ଅଲି ଟ୍ରଫିର ଫାଇନାଲରେ ଏକ ଦମଦାର ଶତକ ହାସଲ କରିଛନ୍ତି ।

ଝାଡ଼ଖଣ୍ଡ ଏବଂ ହରିୟାଣା ଦଳ ମୁହାଁମୁହିଁ

ଗୁରୁବାର ସୟଦ ମୁସ୍ତାକ ଅଲି ଟ୍ରଫିର ଫାଇନାଲ ମ୍ୟାଚ୍ ଖେଳାଯାଉଛି । ଝାଡ଼ଖଣ୍ଡ ଏବଂ ହରିୟାଣା ଭିତରେ ଏହି ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚର ପ୍ରଥମ ଇନିଂସରେ ଝାଡ଼ଖଣ୍ଡ ଅଧିନାୟକ ଇଶାନ କିଷାନ ଆକ୍ରମଣାତ୍ମକ ଢଙ୍ଗରେ ଶତକ ହାସଲ କରିଛନ୍ତି । ମାତ୍ର ୪୫ ବଲ୍‌ରେ ଶତକ ହାସଲ କରିଛନ୍ତି କିଶାନ । ଆଉ ଶତକ ହାସଲ କରିବା ପରେ ପୁଷ୍ପା ଫିଲ୍ମ ଷ୍ଟାଇଲରେ ସେଲିବ୍ରେସନ୍‌ କରିଛନ୍ତି ଝାଡ଼ଖଣ୍ଡ ଦଳର ଅଧିନାୟକ ଇଶାନ କିଶାନ ।



ଇଶାନ କିଶାନ ମାତ୍ର ୪୫ ବଲରେ ଶତକ

ଇଶାନ କିଶାନ ଇନିଂସ ଓପନ କରିବାକୁ ଆସିଥିଲେ। ଯଦିଓ ତାଙ୍କ ସାଥୀ ବିରାଟ ସିଂହ ଶୀଘ୍ର ଆଉଟ ହୋଇଯାଇଥିଲେ । କିନ୍ତୁ ଇଶାନ ତାଙ୍କର ସାଧାରଣ ଶୈଳୀରେ ବ୍ୟାଟିଂ ଜାରି ରଖିଥିଲେ। ତାଙ୍କୁ ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା କୁମାର କୁଶାଗ୍ର ସମର୍ଥନ ମିଳିଥିଲା । ଇଶାନ କିଶାନ ମାତ୍ର ୪୫ ବଲରେ ତାଙ୍କର ଶତକ ହାସଲ କରିବାରେ ସଫଳ ହୋଇଥିଲେ। ସେ ତାଙ୍କ ଶତକୀୟ ଇନିଂସରେ ୬ ଚୌକା ଓ ୧୦ ଛକା ମାରିଥିଲେ । ଇଶାନ ୪୯ ବଲ୍‌ରେ ୧୦୧ ରନ୍‌ କରି ଆଉଟ୍‌ ହୋଇଥିଲେ ।

ଇଶାନ ୨୦୨୩ରେ ଭାରତ ପାଇଁ T-୨୦ ମ୍ୟାଚ୍ ଖେଳିଥିଲେ

ଇଶାନ କିଶାନ ବହୁତ ଦିନ ଧରି ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି। ସେ ନଭେମ୍ବର ୨୦୨୩ ରେ ତାଙ୍କର ଶେଷ ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେବେଠାରୁ ଇଶାନ ଅନେକ ରନ କରିଛନ୍ତି । କିନ୍ତୁ ସେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆକୁ ଫେରି ନାହାଁନ୍ତି । ତଥାପି ଭାରତ ପାଇଁ ଇଶାନଙ୍କ ପରିସଂଖ୍ୟାନ ବହୁତ ଭଲ । ସେ ୩୨ ମ୍ୟାଚରେ ୯୩୩ ରନ କରିଛନ୍ତି । ଯେଉଁଥିରେ ଛଅଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ।

ଝାଡ଼ଖଣ୍ଡ ପ୍ରଥମ ଥର ପାଇଁ ଟାଇଟଲ୍ ଜିତିବାର ସୁଯୋଗ ପାଇଛି

ଇଶାନ କିଷାନ ସୟଦ ମୁସ୍ତାକ ଅଲି ଟୁର୍ଣ୍ଣାମେଣ୍ଟରେ ବହୁତ ଭଲ ବ୍ୟାଟିଂ କରିଛନ୍ତି। ଫାଇନାଲ ପୂର୍ବରୁ ମଧ୍ୟ ସେ ମଧ୍ୟପ୍ରଦେଶ ବିପକ୍ଷରେ ୬୩ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଉଲ୍ଲେଖନୀୟ ଯେ, ଇଶାନ କିଷାନ ଏହି ସୟଦ ମୁସ୍ତାକ ଅଲି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଛକା ମାରିଛନ୍ତି। ଝାଡ଼ଖଣ୍ଡ ଏପର୍ଯ୍ୟନ୍ତ ସୟଦ ମୁସ୍ତାକ ଅଲି ଟୁର୍ଣ୍ଣାମେଣ୍ଟ ଜିତିପାରିନାହିଁ। ବର୍ତ୍ତମାନ, ଇଶାନ କିଷାନଙ୍କ ଅଧିନାୟକତ୍ୱରେ ଦଳ ଇତିହାସ ରଚିବାର ସୁଯୋଗ ପାଇଛି। ତଥାପି ମ୍ୟାଚ୍ ଏପର୍ଯ୍ୟନ୍ତ ଜାରି ରହିଛି। ଯଦି ଦଳ ଇଶାନଙ୍କ ଅଧିନାୟକତ୍ୱରେ ଜିତିବାରେ ସଫଳ ହୁଏ, ତେବେ ଟିମ୍ ଇଣ୍ଡିଆକୁ ଫେରିବା ପାଇଁ ଇଶାନଙ୍କ ଦାବି ଆହୁରି ଦୃଢ଼ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ishan Kishan Smashes Century in SMAT Final, India Comeback on Cards? | Argus News