|
logo
Live
Argus News App
GET APP

Argus News - ଇଶାନ କିଶାନଙ୍କ ସଫଳତା ପଛରେ ରହିଛି ୨ ଓଡ଼ିଆଙ୍କ ହାତ, ଜାଣନ୍ତୁ ପୂରା କାହାଣୀ

Sports

Ishan Kishan Comeback Story / ଇଶାନ କିଶାନଙ୍କ ସଫଳତା ପଛରେ ରହିଛି ୨ ଓଡ଼ିଆଙ୍କ ହାତ, ଜାଣନ୍ତୁ ପୂରା କାହାଣୀ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·3 min read
ଇଶାନ କିଶାନଙ୍କ ସଫଳତା ପଛରେ ରହିଛି ୨ ଓଡ଼ିଆଙ୍କ ହାତ, ଜାଣନ୍ତୁ ପୂରା କାହାଣୀ
Ishan Kishan

Key Points

୨ ଓଡ଼ିଆଙ୍କ ନିଷ୍ପତ୍ତି
ଟିମ୍ ଇଣ୍ଡିଆରେ ଇଶାନ
ଇଶାନ କିଶାନଙ୍କ ଏଣ୍ଟ୍ରି ପଛରେ ଓଡ଼ିଶା କନେକ୍ସନ୍
ଶନିବାର କେରଳର ଥିରୁଅନନ୍ତପୁରମରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା ଅନ୍ତିମ ତଥା ପଞ୍ଚମ ଟି-୨୦ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ବଡ଼ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ । ଏହି ବିଜୟ ସହ ଭାରତ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌କୁ ୪-୧ରେ ନିଜ ନାମର କରିଛି ।

ଏହି ସିରିଜ୍‌ରେ ଇଶାନ କିଶାନ ଦମଦାର ପ୍ରଦର୍ଶନ କରିଥିଲେ । ଶେଷ ମ୍ୟାଚ୍‌ରେ ବିସ୍ଫୋରକ ଶତକ ହାସଲ କରିଥିଲେ ଇଶାନ କିଶାନ । ସେ ମାତ୍ର ୪୨ ବଲ୍‌ରେ ଶତକ ହାସଲ କରିଥିଲେ । ଏହି ଶତକ ସହ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ରେ ସବୁଠୁ ଦ୍ରୁତତମ ଶତକ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି । ଟି-୨୦ ବିଶ୍ବକପ୍‌ ପୂର୍ବରୁ ଇଶାନ କିଶାନଙ୍କ ଏହି ଫର୍ମ ଆଗାମୀ ବିଶ୍ବକପ୍‌ରେ ଭାରତକୁ ବଳ ଯୋଗାଇବ । ତେବେ ଆପଣ ଜାଣିଛନ୍ତି କି ଇଶାନ କିଶାନଙ୍କୁ ଭାରତୀୟ ବିଶ୍ବକପ୍‌ ଦଳରେ ସୁଯୋଗ ଦେବା ପଛରେ ରହିଛି ଦୁଇ ଓଡ଼ିଆ ପୁଅଙ୍କ ହାତ ।

ଟି-୨୦ ବିଶ୍ବକପ୍‌ ପାଇଁ ଘୋଷଣା ହୋଇଥିବା ଦଳକୁ ଚୟନ କରିବାରେ ମୁଖ୍ୟ ଭୂମିକା ତୁଲାଇଥିଲେ ଦୁଇ ଓଡ଼ିଆ ପୁଅ । ଜଣେ ହେଉଛନ୍ତି ପ୍ରଜ୍ଞାନ ଓଝା ଓ ଆଉ ଜଣେ ହେଉଛନ୍ତି ଶିବ ସୁନ୍ଦର ଦାସ । ଉଭୟ ଏବେ ଚୟନ କମିଟିର ସଦସ୍ୟ ରହିଛନ୍ତି । ଆଉ ବିଶ୍ବକପ୍‌ ଦଳକୁ ଚୟନ କରିବାରେ ଏହି ଦୁଇ ଓଡ଼ିଆ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

୭ ଜାନୁଆରୀ ୨୦୨୩ରୁ ଚୟନ କମିଟିର ସଦସ୍ୟ ଅଛନ୍ତି ଶିବ ସୁନ୍ଦର । ଆଉ ସେ ଚୟନ କମିଟି ସଦସ୍ୟ ଭାବେ ୨୦୨୩ ଦିନିକିଆ ବିଶ୍ବକପ୍‌ ପାଇଁ ଟିମ୍ ଇଣ୍ଡିଆ ଦଳ ଚୟନ କରିଥିଲେ । ଏହା ସହ ୨୦୨୪ ଟି-୨୦ ବିଶ୍ବକପ୍‌ ଓ ୨୦୨୫ ଚାମ୍ପିଆନ୍ସ ଟ୍ରଫି ପାଇଁ ହୋଇଥିବା ଦଳ ଚୟନରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଆଉ ସବୁଠୁ ବଡ଼ କଥା ହେଉଛି ଶିବ ସୁନ୍ଦରଙ୍କ ଦ୍ବାରା ଚୟନ ହୋଇଥିବା ଦଳ ୨୦୨୪ ଟି-୨୦ ବିଶ୍ବକପ୍‌ ଓ ୨୦୨୫ ଚାମ୍ପିଆନ୍ସ ଟ୍ରଫି ଟାଇଟଲ୍ ଜିତିଥିଲା । ଏହା ସହ ୨୦୨୩ ଦିନିକିଆ ବିଶ୍ବକପରେ ରନର୍ସ ଅପ୍‌ ହୋଇଥିଲା । ଆଉ ଏବେ ଆଉ ଏକ ଟି-୨୦ ବିଶ୍ବକପ୍ ପାଇଁ ଦଳ ଚୟନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ଶିବ ସୁନ୍ଦର ।

ସେହିପରି ୨୮ ସେପ୍ଟେମ୍ବର ୨୦୨୫ରୁ ଚୟନ କମିଟିର ସଦସ୍ୟ ଅଛନ୍ତି ଆଉ ଜଣେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା । ସେ ସାଉଥ୍‌ ଜୋନ୍‌ରୁ ଶ୍ରୀଧରନ୍‌ ଶରଥଙ୍କ ସ୍ଥାନରେ ଚୟନ କମିଟିରେ ସ୍ଥାନ ପାଇଛନ୍ତି । ଆଉ ସେ ଯେବେଠୁ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି ସେବେଠୁ ସେ ଭାରତୀୟ ଦଳକୁ ଦୃଢ଼ କରିବା ପାଇଁ ଏବେ ବେଞ୍ଚ ଷ୍ଟ୍ରେନ୍ଥକୁ ସୁଦୃଢ଼ ରଖିବାକୁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ନିକଟରେ ଶେଷ ହୋଇଥିବା ଘରୋଇ ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ ଅଲି ଟ୍ରଫିର ମ୍ୟାଚ୍‌କୁ ଯାଇ ବିଭିନ୍ନ ଖେଳାଳିଙ୍କ ପ୍ରଦର୍ଶନ ଉପରେ ତୀଖ୍ଣ ନଜର ରଖିଥିଲେ । ଯାହାର ପ୍ରଭାବ ଘୋଷଣା ହୋଇଥିବା ଟି-୨୦ ବିଶ୍ବକପ୍‌ ପାଇଁ ଘୋଷଣା ହୋଇଥିବା ଟିମ୍‌ରେ ଦେଖିବାକୁ ମିଳିଥିଲା । ସେ ସୟଦ ମୁସ୍ତାକ ଅଲି ଟ୍ରଫିର ଫାଇନାଲରେ ମଧ୍ୟ ଉପସ୍ଥିତ ଥିଲେ । ଯେଉଁଠାରେ ଇଶାନ କିଶାନ ଶତକ ହାସଲ କରି ପ୍ରଥମ ଥର ପାଇଁ ଝାଡ଼ଖଣ୍ଡକୁ SMAT ଟ୍ରଫି ଦେଇଥିଲେ । ଏହା ସହ ଇଶାନ କିଶାନ ସେହି ଟୁର୍ଣ୍ଣାମେଣ୍ଟ ୫୦୦ରୁ ଅଧିକ ରନ୍‌ କରିଥିଲେ । ଆଉ ଏସବୁ ପଡ଼ିଆ ବାହାରେ ରହି ଟିକ୍‌ନିକ୍‌ ଦେଖୁଥିଲେ ପ୍ରଜ୍ଞାନ । ଯାହାଫଳରେ ବିଶ୍ବକପ୍‌ ପାଇଁ ଘୋଷଣା ହୋଇଥିବା ଟିମ୍‌ରେ ଶୁବମନଙ୍କ ସ୍ଥାନରେ ଇଶାନ କିଶାନଙ୍କୁ ସ୍ଥାନ ମିଳିଥିଲା ।

ପ୍ରାୟ ଦୁଇ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଛନ୍ତି ଇଶାନ କିଶାନ । ସେ ପୁଣି ସିଧାସଳଖ ନ୍ୟୁଜିଲାଣ୍ଡ ସିରିଜ୍‌ ଓ ଟି-୨୦ ବିଶ୍ବକପ୍‌ରେ । ଆଉ ଇଶାନଙ୍କୁ ମିଳିଥିବା ଏହି ସୁଯୋଗକୁ ସେ ମଧ୍ୟ ହାତଛଡ଼ା କରିନାହାନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ୪ଟି ମ୍ୟାଚ୍‌ ଖେଳି ୨୧୫ ରନ୍‌ କରିଥିଲେ । ଯେଉଁଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ishan Kishan Comeback Story: ଇଶାନ କିଶାନଙ୍କ ସଫଳତା ପଛରେ ରହିଛି ୨ ଓଡ଼ିଆଙ୍କ ହାତ, ଜାଣନ୍ତୁ ପୂରା କାହାଣୀ | Argus News