Vaibhav Sooryavanshi Bowling / ‘ଈଶାନ ଭାଇ ଜାଣିନଥିଲେ… ମୁଁ ୱିକେଟ୍ ଟେକର’, ଡେବ୍ୟୁରେ ୨ ଓ୍ବିକେଟ୍ ପରେ ବୈଭବଙ୍କ ବଡ଼ ଖୁଲାସା
·15 mins ago·3 min read

Key Points
ବ୍ୟାଟ୍ରେ ଫେଲ୍, ବୋଲିଂରେ ହିଟ୍
ଦୁଲୀପ ଟ୍ରଫିରେ ବୈଭବଙ୍କ କମାଲ
ମାତ୍ର ୩ ଓଭରରେ ଖେଳ ବଦଳାଇଦେଲେ ୧୫ ବର୍ଷୀୟ ବୈଭବ
ଦୁଲୀପ ଟ୍ରଫିରେ ବୈଭବଙ୍କ କମାଲ
ମାତ୍ର ୩ ଓଭରରେ ଖେଳ ବଦଳାଇଦେଲେ ୧୫ ବର୍ଷୀୟ ବୈଭବ
୧୫ ବର୍ଷ ବୟସରେ ବଡ଼ ମଞ୍ଚରେ ଡେବ୍ୟୁ, ବ୍ୟାଟ୍ରେ ନୁହେଁ ବୋଲିଂରେ ଦେଖାଇଲେ ଦମ ! ଦୁଲୀପ ଟ୍ରଫିରେ ଈଶାନ କିଶନଙ୍କ ନେତୃତ୍ୱାଧୀନ ଇଷ୍ଟ ଜୋନ୍ର ବିଶାଳ ବିଜୟରେ ଏବେ ଚର୍ଚ୍ଚାରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ । ଡେବ୍ୟୁ ମ୍ୟାଚ୍ରେ ବ୍ୟାଟ୍ରେ ବିଶେଷ କିଛି କରିପାରିନଥିଲେ ମଧ୍ୟ, ମାତ୍ର ୩ ଓଭରରେ ୨ଟି ୱିକେଟ୍ ନେଇ ସେ ଦଳର ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ।
ପ୍ରଥମ କ୍ୱାର୍ଟର ଫାଇନାଲରେ ଈଶାନ କିଶନଙ୍କ ନେତୃତ୍ୱାଧୀନ ଇଷ୍ଟ ଜୋନ୍, ନର୍ଥ ଇଷ୍ଟ ଜୋନ୍କୁ ଗୋଟିଏ ଇନିଂସ ଓ ୨୧୦ ରନ୍ର ବିଶାଳ ବ୍ୟବଧାନରେ ପରାସ୍ତ କରି ସେମିଫାଇନାଲ ଟିକେଟ୍ ହାସଲ କରିଛି । ଏହି ମ୍ୟାଚ୍ରେ ବୈଭବଙ୍କ ବୋଲିଂ ମଧ୍ୟ ଚର୍ଚ୍ଚାରେ ରହିଛି ।
‘ଈଶାନ ଭାଇ ଜାଣିନଥିଲେ, ମୁଁ ୱିକେଟ୍ ଟେକର’
ମ୍ୟାଚ୍ ପରେ ବୈଭବ ନିଜର ବୋଲିଂକୁ ନେଇ ଏକ ମଜାଦାର ଖୁଲାସା କରିଛନ୍ତି । ବିସିସିଆଇ ଡୋମେଷ୍ଟିକ୍ ପକ୍ଷରୁ ସୋସିଆଲ୍ ମିଡିଆ ‘ଏକ୍ସ’ରେ ସେୟାର କରାଯାଇଥିବା ଭିଡିଓରେ ସେ କହିଛନ୍ତି ଯେ, ଯେତେବେଳେ ନର୍ଥ ଇଷ୍ଟ ଜୋନ୍ର ୱିକେଟ୍ ପଡ଼ୁନଥିଲା, ସେତେବେଳେ ତାଙ୍କୁ ୨-୩ ଓଭର ବୋଲିଂ କରିବାକୁ କୁହାଯାଇଥିଲା ।
𝐁𝐨𝐰𝐥 𝐢𝐭 𝐥𝐢𝐤𝐞 𝐕𝐚𝐢𝐛𝐡𝐚𝐯 𝐒𝐨𝐨𝐫𝐲𝐚𝐯𝐚𝐧𝐬𝐡𝐢 🎯
— BCCI Domestic (@BCCIdomestic) August 29, 2026
Meet the secret wicket-taker who enjoys bowling and answered his captain’s 'risky' call 🤙 - By @jigsactin#DuleepTrophy pic.twitter.com/ZhZ0QkeyZm
ବୈଭବ କହିଛନ୍ତି, “ଯେତେବେଳେ ୱିକେଟ୍ ପଡ଼ୁନଥିଲା, ସେତେବେଳେ ମୋତେ ୨-୩ ଓଭର ବୋଲିଂ କରିବାକୁ କୁହାଗଲା । ଈଶାନ ଭାଇଙ୍କୁ ଲାଗିଥିଲା ଯେ ସେ ରିସ୍କ ନେଇ ମୋତେ ବୋଲିଂ ଦେଉଛନ୍ତି । କିନ୍ତୁ ତାଙ୍କୁ ଜଣାନଥିଲା ଯେ ମୁଁ ୱିକେଟ୍ ଟେକର।”
‘୫ ୱିକେଟ୍ ନେଲେ ବି ୩ ଓଭର ମିଳିବ’
ବୈଭବ ଆହୁରି କହିଛନ୍ତି ଯେ ତାଙ୍କୁ ମାତ୍ର ୩ ଓଭର ବୋଲିଂ କରିବାର ସୁଯୋଗ ମିଳିବ ବୋଲି ସେ ଜାଣିଥିଲେ । ତେଣୁ ସେହି ୩ ଓଭରକୁ ସମ୍ପୂର୍ଣ୍ଣ ଭାବେ ଉପଯୋଗ କରିବା ତାଙ୍କର ଲକ୍ଷ୍ୟ ଥିଲା । ସେ କହିଛନ୍ତି, “ମୋ ମୁଣ୍ଡରେ ସେତେବେଳେ ଏହି କଥା ଚାଲିଥିଲା ଯେ, ମୁଁ ୫ଟି ୱିକେଟ୍ ନେଲେ ବି ମୋତେ ୩ ଓଭର ହିଁ ବୋଲିଂ ମିଳିବ । ତେଣୁ ସେହି ୩ ଓଭରରେ ଯେତେ ଭଲ ବୋଲିଂ କରିପାରିବି, କରିବି । ସଠିକ୍ ଲାଇନ୍ ଓ ଲେନ୍ଥରେ ବୋଲିଂ କରିବା ମୋର ଲକ୍ଷ୍ୟ ଥିଲା ।”
ବ୍ୟାଟିଂରେ ଫେଲ୍, ବୋଲିଂରେ ଖୁସି
ଡେବ୍ୟୁ ମ୍ୟାଚ୍ର ପ୍ରଥମ ଇନିଂସରେ ବୈଭବ ମାତ୍ର ୬ଟି ବଲ୍ ଖେଳି ୮ ରନ୍ କରି ଆଉଟ୍ ହୋଇଥିଲେ । ତେଣୁ ବ୍ୟାଟ୍ରେ ଭଲ ପ୍ରଦର୍ଶନ କରିନପାରିବାର ଅଭାବକୁ ସେ ବୋଲିଂ ମାଧ୍ୟମରେ କିଛି ମାତ୍ରାରେ ପୂରଣ କରିପାରିଥିବାରୁ ଖୁସି ଅଛନ୍ତି ।
ବୈଭବ କହିଛନ୍ତି, “ବହୁତ ମଜା ଆସିଲା । ବ୍ୟାଟିଂରେ ମୋ ପ୍ରଦର୍ଶନ ସେତେ ଭଲ ରହିନଥିଲା। ତେଣୁ ବୋଲିଂରେ ଦଳ ପାଇଁ ଅବଦାନ ଦେଇପାରିଥିବାରୁ ବହୁତ ଭଲ ଲାଗିଲା । ବିଶେଷ କରି ଜଣେ ବ୍ୟାଟ୍ସମ୍ୟାନ୍ ଯଦି ୱିକେଟ୍ ନିଏ, ତା’ର ଖୁସି ଅଲଗା ହୋଇଥାଏ ।”
ଏବେ ନଜର ସେମିଫାଇନାଲ ଉପରେ
ନର୍ଥ ଇଷ୍ଟ ଜୋନ୍କୁ ହରାଇ ଇଷ୍ଟ ଜୋନ୍ ସେମିଫାଇନାଲରେ ପହଞ୍ଚିସାରିଛି । ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଥିବା ପ୍ରଥମ ସେମିଫାଇନାଲରେ ଇଷ୍ଟ ଜୋନ୍ର ମୁକାବିଲା ସେଣ୍ଟ୍ରାଲ୍ ଜୋନ୍ ସହ ହେବ । ଅନ୍ୟ ସେମିଫାଇନାଲରେ ସାଉଥ୍ ଜୋନ୍ ଓ ନର୍ଥ ଜୋନ୍ ମଧ୍ୟରେ ଲଢ଼େଇ ହେବ ।
ଉଭୟ ସେମିଫାଇନାଲ ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ଖେଳାଯିବ। ଏବେ ସମସ୍ତଙ୍କ ନଜର ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ । ଡେବ୍ୟୁରେ ବୋଲିଂରେ ଚମକ ଦେଖାଇଥିବା ବୈଭବ ସେମିଫାଇନାଲରେ ବ୍ୟାଟ୍ରେ ମଧ୍ୟ ବଡ଼ ଇନିଂସ ଖେଳି ଇଷ୍ଟ ଜୋନ୍କୁ ଫାଇନାଲରେ ପହଞ୍ଚାଇପାରିବେ କି ନାହିଁ, ତାହା ଉପରେ ରହିବ ସମସ୍ତଙ୍କ ନଜର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories