Ishan Kishan Injury / ଈଶାନ କିଶନଙ୍କ ଆଘାତରେ ବଢ଼ିଲା ଟିମ୍ ଇଣ୍ଡିଆର ଟେନସନ୍, ଅଧାରୁ ଛାଡ଼ିଲେ ପ୍ରାକ୍ଟିସ୍
·1 hour ago·2 min read

Key Points
ଆଫଗାନିସ୍ତାନ ସିରିଜ୍ ପୂର୍ବରୁ ଈଶାନଙ୍କୁ ଝଟକା
ନବଦୀପ ସୈନିଙ୍କ ବାଉନ୍ସରରେ ଅସହଜ ଈଶାନ
ବଢ଼ିଲା ଟିମ୍ ଇଣ୍ଡିଆର ଚିନ୍ତା
ନବଦୀପ ସୈନିଙ୍କ ବାଉନ୍ସରରେ ଅସହଜ ଈଶାନ
ବଢ଼ିଲା ଟିମ୍ ଇଣ୍ଡିଆର ଚିନ୍ତା
ଆଫଗାନିସ୍ତାନ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଲା ଝଟକା । ଦିଲ୍ଲୀରେ ପ୍ରାକ୍ଟିସ୍ ବେଳେ ହଠାତ୍ ଅସହଜ ହୋଇପଡ଼ିଲେ ଈଶାନ କିଶନ । ନବଦୀପ ସୈନିଙ୍କ ଏକ ବାଉନ୍ସର ଆଉ ବଦଳିଗଲା ପୂରା ମାହୋଲ । ପିଠିରେ ଯନ୍ତ୍ରଣା ଅନୁଭବ କରିବା ପରେ ଅଧାରୁ ପ୍ରାକ୍ଟିସ୍ ଛାଡ଼ିଦେଲେ ଈଶାନ । ଏବେ ସବୁଠୁ ବଡ଼ ପ୍ରଶ୍ନ—ପ୍ରଥମ ଟି-୨୦ରେ ଖେଳିପାରିବେ ତ ଈଶାନ? ଫିଟନେସ୍ ନେଇ ଟିମ୍ ଇଣ୍ଡିଆର ଚିନ୍ତା ବଢ଼ିଥିବା ବେଳେ ଆଗାମୀ ୨୪ରୁ ୪୮ ଘଣ୍ଟା ଉପରେ ରହିଛି ସମସ୍ତଙ୍କ ନଜର ।
ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଦିଲ୍ଲୀରୁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର । ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ପ୍ରାକ୍ଟିସ୍ ସମୟରେ ହଠାତ୍ ଅସହଜ ହୋଇପଡ଼ିଥିଲେ ଈଶାନ କିଶନ । ଏପରିକି ନିଜର ବ୍ୟାଟିଂ ଅଭ୍ୟାସକୁ ଅଧାରୁ ବନ୍ଦ କରିଦେଇଥିଲେ ।
ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସେପ୍ଟେମ୍ବର ୧୩, ୧୫ ଓ ୧୭ ତାରିଖରେ ତିନୋଟି ଟି-୨୦ ମ୍ୟାଚ୍ର ସିରିଜ୍ ଖେଳାଯିବ । ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଶୁକ୍ରବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ କରିଥିଲା । ପ୍ରାୟ ସମସ୍ତ ଖେଳାଳି ପ୍ରାକ୍ଟିସ୍ କରୁଥିବା ବେଳେ ଈଶାନ କିଶନଙ୍କ ଉପରେ ମଧ୍ୟ ବିଶେଷ ନଜର ରହିଥିଲା ।
ନିକଟରେ ଦୁଲୀପ ଟ୍ରଫିରେ ଈଶାନ କିଶନ ଇଷ୍ଟ ଜୋନ୍ର ଅଧିନାୟକ ଥିଲେ । ଫାଇନାଲରେ ସେ ୨୭୦ ରନ୍ର ଦମଦାର ଇନିଂସ୍ ଖେଳି ଚମତ୍କାର ଫର୍ମର ସଙ୍କେତ ଦେଇଥିଲେ । ରେଡ୍ ବଲ୍ କ୍ରିକେଟ୍ରେ ଜବରଦସ୍ତ ପ୍ରଦର୍ଶନ ପରେ ଏବେ ହ୍ୱାଇଟ୍ ବଲ୍ କ୍ରିକେଟ୍ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ ଈଶାନ ।
ନେଟ୍ସରେ ଆରମ୍ଭରୁ ହିଁ ଈଶାନ ବେଶ୍ ଆକ୍ରମଣାତ୍ମକ ନଜର ଆସିଥିଲେ । ପ୍ରାୟ ପ୍ରତ୍ୟେକ ବୋଲରଙ୍କ ବିପକ୍ଷରେ ସେ ବଡ଼ ଶଟ୍ ଖେଳିବାକୁ ଚେଷ୍ଟା କରୁଥିଲେ । ରେଞ୍ଜ୍ ହିଟିଂ କରୁଥିବାରୁ ଲାଗୁଥିଲା ଯେ ଆଫଗାନିସ୍ତାନ ସିରିଜ୍ ପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିନ୍ତୁ ପ୍ରାକ୍ଟିସ୍ ସେସନ୍ରେ ହଠାତ୍ ଏମିତି କିଛି ଘଟିଥିଲା, ଯାହା ଟିମ୍ ଇଣ୍ଡିଆର ଚିନ୍ତା ବଢ଼ାଇଦେଇଛି । ନେଟ୍ସରେ ବୋଲିଂ କରୁଥିବା ନବଦୀପ ସୈନି ଏକ ଶର୍ଟ ପିଚ୍ ବଲ୍ ପକାଇଥିଲେ । ବାଉନ୍ସରକୁ ଡକ୍ କରିବା ସମୟରେ ଈଶାନଙ୍କ ପିଠିରେ ହଠାତ୍ କ୍ରାମ୍ପ ସମସ୍ୟା ଦେଖା ଦେଇଥିଲା ।
ଈଶାନ ଅସହଜ ଅନୁଭବ କରୁଥିବା ଦେଖି ତୁରନ୍ତ ଟିମ୍ ଇଣ୍ଡିଆର ଫିଜିଓ ତାଙ୍କ ପାଖକୁ ଯାଇଥିଲେ । ତାଙ୍କ ସମସ୍ୟା ଯାଞ୍ଚ କରାଯିବା ପରେ ଈଶାନ ଆଉ ବ୍ୟାଟିଂ କରିପାରିନଥିଲେ ଏବଂ ନିଜର ନେଟ୍ ସେସନ୍ ଅଧାରୁ ବନ୍ଦ କରିଦେଇଥିଲେ । ବ୍ୟାଟ୍ ଓ ପ୍ୟାଡ୍ ସହ ସେ ନେଟ୍ସରୁ ବାହାରି ଆସିଥିଲେ ଏବଂ ଶେଷରେ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଥିଲେ ।
ତେବେ ଈଶାନ କିଶନଙ୍କ ସମସ୍ୟା କେତେ ଗମ୍ଭୀର, ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସରକାରୀ ଅପଡେଟ୍ ସାମ୍ନାକୁ ଆସିନାହିଁ । ତେଣୁ ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ରେ ସେ ଖେଳିପାରିବେ କି ନାହିଁ, ଏବେଠାରୁ କହିବା ତରବରିଆ ହେବ ।
ଏବେ ଟିମ୍ ଇଣ୍ଡିଆର ନଜର ଈଶାନ କିଶନଙ୍କ ଫିଟନେସ୍ ଉପରେ ରହିବ । ଆଗାମୀ ୨୪ରୁ ୪୮ ଘଣ୍ଟା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ପରବର୍ତ୍ତୀ ପ୍ରାକ୍ଟିସ୍ ସେସନ୍ରେ ଈଶାନ ସ୍ୱାଭାବିକ ଭାବେ ବ୍ୟାଟିଂ କରୁଛନ୍ତି ନା ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ବିଶ୍ରାମ ଦେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିବ ।

Related Topics
Explore more stories