Ishan Kishan RBI Job / କ୍ରିକେଟରରୁ ସିଧା ‘ସରକାରୀ ବାବୁ’! RBIରେ ଈଶାନ କିଶନଙ୍କୁ କେମିତି ମିଳିଲା ନିଯୁକ୍ତି ?
·1 month ago·2 min read

Key Points
ଈଶାନ କିଶନଙ୍କ ନୂଆ ଯାତ୍ରା
ଟିମ୍ ଇଣ୍ଡିଆ କ୍ରିକେଟର ଏବେ RBI ଅଫିସର
ଈଶାନ କିଶନଙ୍କ ଦରମା ଜାଣିଲେ ଆଶ୍ଚର୍ଯ୍ୟହେବେ
ଟିମ୍ ଇଣ୍ଡିଆ କ୍ରିକେଟର ଏବେ RBI ଅଫିସର
ଈଶାନ କିଶନଙ୍କ ଦରମା ଜାଣିଲେ ଆଶ୍ଚର୍ଯ୍ୟହେବେ
ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ଈଶାନ କିଶାନଙ୍କ ରହିଛି ଆଉ ଏକ ପରିଚୟ । ଅନେକ କ୍ରିକେଟ ଫ୍ୟାନ୍ସ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଭାରତୀୟ ଦଳର ଏହି ୱିକେଟକିପର-ବ୍ୟାଟ୍ସମ୍ୟାନ୍ ଖାଲି କ୍ରିକେଟ୍ ଖେଳନ୍ତିନି, ସେ ଏକ ସରକାରୀ ଚାକିରି ମଧ୍ୟ କରନ୍ତି । ତେବେ RBIରେ କେଉଁ ପଦବୀରେ ଅଛନ୍ତି ଈଶାନ ? ଜାଣନ୍ତୁ କେମିତି ମିଳିଲା ଏହି ଚାକିରି ଏବଂ କେତେ ମିଳେ ଦରମା ?
ଭାରତୀୟ କ୍ରିକେଟ୍ ଦଳର ୱିକେଟକିପର-ବ୍ୟାଟ୍ସମ୍ୟାନ୍ ଈଶାନ କିଶନ ବର୍ତ୍ତମାନ କ୍ରିକେଟ୍ରୁ କିଛି ସମୟ ପାଇଁ ବିରତି ନେଇଛନ୍ତି । ଟିମ୍ ଇଣ୍ଡିଆ ଏବେ ଦିନିକିଆ ଓ ଟି-୨୦ ଫର୍ମାଟ୍ରେ ମ୍ୟାଚ୍ ଖେଳୁନାହିଁ । ଆସନ୍ତା ସେପ୍ଟେମ୍ବର ମାସରୁ ପୁଣି ହ୍ବାଇଟ୍ ବଲ୍ କ୍ରିକେଟ ଖେଳିବ ଟିମ୍ ଇଣ୍ଡିଆ ।
ତେବେ ଏହି ଖାଲି ସମୟରେ ଈଶାନ କେବଳ ଅଭ୍ୟାସ କରୁନାହାନ୍ତି, ବରଂ ନିଜର ସରକାରୀ ଚାକିରିର ଦାୟିତ୍ୱ ମଧ୍ୟ ପୂରଣ କରୁଛନ୍ତି । ନିକଟରେ ଈଶାନ କିଶାନଙ୍କର RBI କାର୍ଯ୍ୟାଳୟର କିଛି ଫଟୋ ସାମ୍ନାକୁ ଆସିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି ।
RBIରେ କେଉଁ ପଦବୀରେ କାମ କରନ୍ତି ଈଶାନ କିଶାନ ?
ଈଶାନ କିଶାନ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ପାଟନା ରିଜିଅନାଲ୍ ଅଫିସ୍ରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ କାମ କରନ୍ତି । ସେ RBIର ଗ୍ରେଡ୍-ଏ ଅଫିସର ଅଟନ୍ତି । ବ୍ୟାଙ୍କର କାର୍ଯ୍ୟ ସହିତ ସେ RBI କ୍ରିକେଟ୍ ଟିମ୍ର ନେତୃତ୍ୱ ମଧ୍ୟ ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ନେଇଥାନ୍ତି । କ୍ରିକେଟ୍ରୁ ବିରତି ସମୟରେ ଈଶାନ ନିୟମିତ ଭାବେ ଅଫିସ୍କୁ ଯାଇ ନିଜ ଦାୟିତ୍ୱ ପାଳନ କରୁଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେମିତି ମିଳିଲା RBIରେ ଚାକିରି ?
ଈଶାନ କିଶାନଙ୍କୁ RBIରେ ଚାକିରି ସ୍ପୋର୍ଟ୍ସ କୋଟା ମାଧ୍ୟମରେ ମିଳିଥିଲା । ସେଣ୍ଟ୍ରାଲ୍ ବ୍ୟାଙ୍କର ସ୍ପୋର୍ଟ୍ସ କୋଟା ନୀତି ଅନୁସାରେ ତାଙ୍କୁ RBIରେ ସାମିଲ କରାଯାଇଥିଲା ।
ଭାରତ ପାଇଁ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ତାଙ୍କର ସଫଳତା ଆଧାରରେ ତାଙ୍କୁ ଏହି ସୁଯୋଗ ମିଳିଥିଲା । କ୍ୟାରିୟରର ପ୍ରାରମ୍ଭିକ ସମୟରେ ହିଁ ଈଶାନ ଏହି ଚାକିରି ପାଇଥିଲେ । ତେବେ ପାଟନା RBI ବ୍ରାଞ୍ଚରେ ଆଇଡି କାର୍ଡ ପିନ୍ଧିଥିବା ତାଙ୍କ ଫଟୋ ଭାଇରାଲ୍ ହେବା ପରେ ଏହି କଥା ସାମ୍ନାକୁ ଆସିଥିଲା ।
କେତେ ଦରମା ପାଆନ୍ତି ଈଶାନ କିଶାନ ?
RBIର ଗ୍ରେଡ୍-ଏ ଅଫିସରଙ୍କ ମୂଳ ଦରମା ପ୍ରାୟ ୬୨,୫୦୦ ଟଙ୍କାରୁ ଆରମ୍ଭ ହୁଏ । ବିଭିନ୍ନ ଭତ୍ତା ଯୋଡ଼ିଲେ ମାସିକ ଦରମା ପ୍ରାୟ ୧ ଲକ୍ଷରୁ ୧.୪ ଲକ୍ଷ ଟଙ୍କା ମଧ୍ୟରେ ହୋଇପାରେ । ଈଶାନ କିଶନଙ୍କୁ ମଧ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ଦରମା ମିଳୁଥିବା କୁହାଯାଉଛି ।
ତେବେ ଈଶାନଙ୍କର ମୁଖ୍ୟ ଆୟର ଉତ୍ସ ହେଉଛି କ୍ରିକେଟ୍ । ଭାରତୀୟ ଦଳ ଓ ଲିଗ୍ କ୍ରିକେଟ୍ ମାଧ୍ୟମରେ ସେ ବାର୍ଷିକ ପ୍ରାୟ ୧୮ରୁ ୨୦ କୋଟି ଟଙ୍କା ଆୟ କରୁଥିବା ଅନୁମାନ କରାଯାଉଛି ।

Related Topics
Explore more stories