Why Ishan Kishan Selected / ୨ ବର୍ଷ ପରେ ବିଶ୍ବକପ୍ ଦଳରେ କେମିତି ହେଲା ଇଶାନ କିଶାନଙ୍କ ଏଣ୍ଟ୍ରି, ଅଗରକର-ସୂର୍ଯ୍ୟ କହିଲେ କାରଣ...
·6 months ago·2 min read

Key Points
ହଠାତ୍ ବିଶ୍ୱକପ୍ ଏଣ୍ଟ୍ରି !
ଇଶାନ କିଶାନ କାହିଁକି ହେଲେ ଚୟନ
ଅଗରକର–ସୂର୍ଯ୍ୟ କହିଲେ କାରଣ
ଇଶାନ କିଶାନ କାହିଁକି ହେଲେ ଚୟନ
ଅଗରକର–ସୂର୍ଯ୍ୟ କହିଲେ କାରଣ
ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍ । ଏଥିପାଇଁ ଶନିବାର ବିସିସିଆଇ ୧୫ ଜଣିଆ ଦଳ ଘୋଷଣା କରିଛି । ଆଉ ଏହି ଚୟନରେ ଦୁଇଟି ନାଁ ସମସ୍ତଙ୍କ ଆଶ୍ଚର୍ଯ୍ୟଚକିତ କରିଛି । ପ୍ରଥମଟି ଶୁବମନ ଗିଲ୍ ଆଉ ଦ୍ବିତୀୟ ଜଣକ ହେଉଛନ୍ତି ଇଶାନ କିଶାନ ।
ଶୁବମନ ଗିଲ୍ ଭାରତୀୟ ଟି-୨୦ ଦଳର ଉପ-ଅଧିନାୟକ ଥିଲେ । କିନ୍ତୁ ବିଗତ କିଛି ଦିନ ଧରି ସେ ଟି-୨୦ ମ୍ୟାଚ୍ରେ ରନ୍ କରିବାକୁ ସଂଘର୍ଷ କରୁଥିଲେ । ଯେଉଁଥିପାଇଁ ତାଙ୍କୁ ଟି-୨୦ ବିଶ୍ବକପ୍ ଦଳରେ ଚୟନ କରାଯାଇନାହିଁ ବୋଲି କୁହାଯାଉଛି । ଅନ୍ୟପଟେ ଦୀର୍ଘ ଦୁଇ ବର୍ଷ ଧରି ଦଳରୁ ବାହାରେ ଥିବା ଇଶାନ କିଶାନଙ୍କୁ ହଠାତ୍ ବିଶ୍ବକପ୍ ଦଳରେ ସାମିଲ କରାଯାଇଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ତେବେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେମିତି ଇଶାନ କିଶାନଙ୍କୁ ବିଶ୍ବକପ୍ ଦଳରେ ଚୟନ କରାଗଲା । ଚୟନକର୍ତ୍ତାମାନେ କେବଳ ସୟଦ ମୁସ୍ତାକ ଅଲି ଟ୍ରଫି ଫାଇନାଲରେ ଶତକ ପାଇଁ କିଶାନଙ୍କୁ ବାଛିଥିଲେ କି ? ଟିମ୍ ଇଣ୍ଡିଆର ମୁଖ୍ୟଚୟନ କର୍ତ୍ତା ଅଜିତ୍ ଅଗରକର ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଇଶାନ କିଶାନଙ୍କ ଚୟନ ପଛର କାରଣ ବିଷୟରେ କହିଛନ୍ତି । ଇଶାନ ନଭେମ୍ବର ୨୦୨୩ରେ ତାଙ୍କର ଶେଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ସେ ଲଗାତାର ଦଳରୁ ବାହାରେ ଥିଲେ ଏବଂ ଏହି ସମୟ ମଧ୍ୟରେ ତାଙ୍କୁ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିନାମାରୁ ମଧ୍ୟ ବାଦ ଦେଇଥିଲା । କିନ୍ତୁ ପରେ ଘରୋଇ କ୍ରିକେଟ୍ରେ ଭଲ ପ୍ରଦର୍ଶନ ଫଳରେ ସେ ବିସିସିଆଇ ଚୁକ୍ତିନାମା ହାସଲ କରିଥିଲେ । ଆଉ ଏବେ ସେ ସିଧାସଳଖ ବିଶ୍ବକପ୍ ଦଳରେ ସାମିଲ ହୋଇ ଜାତୀୟ ଦଳକୁ ଫେରିଛନ୍ତି ।
ଅଗରକର ଏବଂ ସୂର୍ଯ୍ୟ କ’ଣ କହିଲେ ?
ଦଳର ଉପ-ଅଧିନାୟକ ଥିବା ଶୁବମନ ଗିଲଙ୍କୁ ବାଦ୍ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯଦିଓ ସେ ଆହତ ଥିଲେ । କିନ୍ତୁ ବିଶ୍ୱକପ୍ ଦଳରୁ ତାଙ୍କର ବାଦ ପଡ଼ିବା ଆଘାତ ଯୋଗୁଁ ନୁହେଁ ବରଂ ତାଙ୍କର ଫର୍ମ ଯୋଗୁଁ ଥିଲା । ଅଗରକର କହିଛନ୍ତି ଯେ କିଛି ଦିନ ଧରି ଗିଲ୍ ଟି-୨୦ରେ ରନ୍ ସ୍କୋର କରିବାରେ ବିଫଳ ହେଉଥିଲେ । ଯେଉଁଥିପାଇଁ ତାଙ୍କୁ ବିଶ୍ବକପ୍ ଦଳରେ ସାମିଲ କରାଯାଇନାହିଁ । ଅଗରକର ଆହୁରି ମଧ୍ୟ କହିଛନ୍ତି ଯେ ଫର୍ମରେ ଥିବା ଖେଳାଳିମାନଙ୍କୁ ବିଶ୍ବକପ୍ ଦଳରେ ସାମିଲ କରାଯାଇଛି । ସେ ଇଶାନଙ୍କ ଆଡ଼କୁ ଇଙ୍ଗିତ କରି କହିଥିଲେ, ଯିଏ ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୫ରେ ସର୍ବାଧିକ ରନ୍ ସ୍କୋରର ଥିଲେ। ସେ ୫୦୦ରୁ ଅଧିକ ରନ୍ କରିଥିବା ଏକମାତ୍ର ଖେଳାଳି ଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories