Ishan Vaibhav Banter / ‘ବୈଭବ ସୂର୍ଯ୍ୟବଂଶୀ କ୍ରେଡିଟ୍ ଚୋରି କରିନେଲା…’, ୧୫ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନଙ୍କ ମଜା ନେଲେ ଈଶାନ କିଶନ
·32 mins ago·2 min read

Key Points
ସବୁ କ୍ରେଡିଟ୍ ନେଇଗଲେ ବୈଭବ
୧୫ ବର୍ଷୀୟଙ୍କୁ ନେଇ ଈଶାନଙ୍କ ବଡ଼ ବୟାନ
‘ଇଣ୍ଟରନେଟ୍ରେ ଖାଲି ବୈଭବ-ବୈଭବ’
୧୫ ବର୍ଷୀୟଙ୍କୁ ନେଇ ଈଶାନଙ୍କ ବଡ଼ ବୟାନ
‘ଇଣ୍ଟରନେଟ୍ରେ ଖାଲି ବୈଭବ-ବୈଭବ’
ଦୁଲୀପ ଟ୍ରଫି ୨୦୨୬ର ଚାମ୍ପିୟନ୍ ହୋଇଛି ଇଷ୍ଟ ଜୋନ୍ । ଈଶାନ କିଶାନଙ୍କ ନେତୃତ୍ବରେ ଇଷ୍ଟ ଜୋନ୍ ୧୩ ବର୍ଷ ପରେ ଦୁଲୀପ ଟ୍ରଫି ନିଜ ନାମରେ କରିଛି । ତେବେ ଏହି ଦଳରେ ୧୫ ବର୍ଷୀୟ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ସାମିଲ ଥିଲେ । ନିଜ ଧୁଆଁଧାର ବ୍ୟାଟିଂ ପାଇଁ ନାଁ କରିସାରିଥିବା ବୈଭବ ଏଥର କିନ୍ତୁ ତାଙ୍କ DRS ନିଷ୍ପତ୍ତି ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି ।
ଫାଇନାଲ୍ ମ୍ୟାଚ୍ରେ ମଧ୍ୟ ବୈଭବ ଅଧିନାୟକ ଈଶାନ କିଶନଙ୍କୁ DRS ନେବାକୁ ପରାମର୍ଶ ଦେଇଥିଲେ । ତାଙ୍କ ପରାମର୍ଶରେ ଈଶାନ ରିଭ୍ୟୁ ନେଇଥିଲେ ଏବଂ ଇଷ୍ଟ ଜୋନ୍କୁ ଓ୍ବିକେଟ୍ ମିଳିଥିଲା । ଏହାପରେ ବୈଭବଙ୍କ କ୍ରିକେଟ୍ ବୁଦ୍ଧିର ଖୁବ୍ ପ୍ରଶଂସା ହୋଇଥିଲା ।
ଟ୍ରଫି ଜିତିବା ପରେ BCCI ପକ୍ଷରୁ ସେୟାର କରାଯାଇଥିବା ଏକ ଭିଡିଓରେ ଈଶାନ କିଶନ ଓ ବୈଭବଙ୍କ ମଧ୍ୟରେ ମଜାଦାର କଥାବାର୍ତ୍ତା ଦେଖିବାକୁ ମିଳିଛି । ବୈଭବଙ୍କୁ ମଜା କରି ଈଶାନ କହିଥିଲେ, “ଏ ସବୁ ରିଭ୍ୟୁର କ୍ରେଡିଟ୍ ନେଇସାରିଛି । ଯଦିଓ ମୁଁ ମଧ୍ୟ ରିଭ୍ୟୁ ନେବାକୁ ଯାଉଥିଲି, କିନ୍ତୁ ସେ ଏଠାକୁ ଆସି କହିଦେଉଥିଲା । ତା’ପରେ ଇଣ୍ଟରନେଟ୍ରେ କେବଳ ବୈଭବ-ବୈଭବ ହିଁ ହେବ ।” ଈଶାନଙ୍କ ଏହି ମଜାକ୍ରେ ବୈଭବ ମଧ୍ୟ ହସିଥିଲେ। କିନ୍ତୁ ଏହାପରେ ସେ ଏମିତି ଏକ ଜବାବ ଦେଇଥିଲେ, ଯାହା ଶୁଣି ଈଶାନ ମଧ୍ୟ ତାଙ୍କ କଥା ମାନିବାକୁ ବାଧ୍ୟ ହୋଇଥିଲେ ।
ବୈଭବ କହିଥିଲେ, “ଯେତେବେଳେ ଆପଣ ଫିଲ୍ଡ ବାହାରେ ଥିଲେ, ସେତେବେଳେ କିଏ ରିଭ୍ୟୁ ନେଉଥିଲା ?” ବୈଭବଙ୍କ ଏହି କଥା ଶୁଣି ଈଶାନ ମଧ୍ୟ ହସି କହିଥିଲେ, “ହଁ, ସେତେବେଳେ ତ ବୈଭବ ନିଜେ ରିଭ୍ୟୁ ନେଉଥିଲା ।”

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା ! ସପୋର୍ଟ ଷ୍ଟାଫ୍ରୁ ଆଉ ଜଣେ ଦେଲେ ଇସ୍ତଫା
ବୈଭବ କହିଥିଲେ, “ଯେତେବେଳେ ଆପଣ ଫିଲ୍ଡ ବାହାରେ ଥିଲେ, ସେତେବେଳେ କିଏ ରିଭ୍ୟୁ ନେଉଥିଲା ?” ବୈଭବଙ୍କ ଏହି କଥା ଶୁଣି ଈଶାନ ମଧ୍ୟ ହସି କହିଥିଲେ, “ହଁ, ସେତେବେଳେ ତ ବୈଭବ ନିଜେ ରିଭ୍ୟୁ ନେଉଥିଲା ।”
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ଦୁଲୀପ ଟ୍ରଫିର କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ସମୟରେ ଈଶାନ କିଶନ ଆହତ ହୋଇ ଡ୍ରେସିଂ ରୁମ୍ ଯାଇଥିଲେ । ସେତେବେଳେ ଇଷ୍ଟ ଜୋନ୍ର ଉପଅଧିନାୟକ ବୈଭବ ସୂର୍ଯ୍ୟବଂଶୀ ଦଳର ନେତୃତ୍ୱ ନେଇଥିଲେ। ଅଧିନାୟକ ଭାବେ ସେ ନେଇଥିବା DRS ମଧ୍ୟ ସଫଳ ହୋଇଥିଲା ଏବଂ ଦଳକୁ ୱିକେଟ୍ ମିଳିଥିଲା ।
ଏପଟେ ଦୁଲୀପ ଟ୍ରଫି ଜିତିବା ପରେ ବୈଭବ ସୂର୍ଯ୍ୟବଂଶୀ ଓ ଈଶାନ କିଶନ ଦିଲ୍ଲୀରେ ପହଞ୍ଚିଛନ୍ତି । ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ର T20 ସିରିଜ୍କୁ ନେଇ ଏବେ ନଜର ରହିଛି ।

Related Topics
Explore more stories