Ravindra Jadeja / ଶିବମ୍ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍-ସଟ୍’ କରିଥିଲେ ଜାଡେଜା? ଜାଣନ୍ତୁ କାରଣ...
·5 months ago·2 min read

Key Points
ଶିବମ୍ ଦୁବେଙ୍କୁ ଆଉଟ କଲେ
‘ଗନ୍-ସଟ୍’ ସେଲିବ୍ରେଶନ କରିଥିଲେ ଜାଡେଜା?
ପ୍ରଶଂସକଙ୍କ ମହଲରେ ଚର୍ଚ୍ଚା
‘ଗନ୍-ସଟ୍’ ସେଲିବ୍ରେଶନ କରିଥିଲେ ଜାଡେଜା?
ପ୍ରଶଂସକଙ୍କ ମହଲରେ ଚର୍ଚ୍ଚା
ପୁଣି ଚର୍ଚ୍ଚାରେ ଜାଡେଜା। ନିଜର ଗନ୍ ସଟ୍କୁ ନେଇ ସବୁଠି ଚର୍ଚ୍ଚା। ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସିଏସ୍କେ ବିପକ୍ଷରେ ଦମଦାର ବୋଲିଂ କରିବା ସହ ଜାଡେଜାଙ୍କର ଏକ ସ୍ବତନ୍ତ୍ର ସେଲିବ୍ରେସନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ସୂଚନା ଥାଉ କି, ଜାଡେଜା ସିଏସ୍କେର ଜଣେ କିମ୍ବଦନ୍ତୀ ଖେଳାଳି ଥିଲେ ମଧ୍ୟ ଏବେ ସେ ଆର୍ଆର୍ ପାଇଁ ନିଜର ଜଲୱା ଦେଖାଉଛନ୍ତି।
ତେବେ ୨୦୦୮ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ଆଇପିଏଲ ଯାତ୍ରା ଆରମ୍ଭ କରିଥିବା ଜାଡେଜା ପୁଣି ଥରେ ନିଜର ପୁରୁଣା ଦଳକୁ ଫେରିଛନ୍ତି। ସେ କହିଛନ୍ତି ଯେ, “ମୋତେ ଲାଗୁଛି ଗୋଲାପି ରଙ୍ଗ (RR ଜର୍ସି) ମୋ ଉପରେ ବେଶ ଭଲ ଦେଖାଯାଉଛି।” ଶିବମ ଦୁବେଙ୍କୁ ଆଉଟ କରିବା ପରେ ଜାଡେଜା ଯେଉଁ ଅନ୍ଦାଜରେ ଉତ୍ସବ ପାଳନ କରିଥିଲେ, ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା। ସେ ନିଜର ପ୍ରସିଦ୍ଧ “ଗନ-ସଟ” (Gun-shot) ସେଲିବ୍ରେସନ ଦେଖାଇଥିଲେ। ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ପ୍ରଶଂସକଙ୍କୁ ଆଘାତ ଦେଇଥିଲା।
ପରେ ସେ ଏହା ସମ୍ପର୍କରେ କହିଛନ୍ତି, “ମୁଁ ଶିବମ ଦୁବେଙ୍କୁ ଦୀର୍ଘ ଦିନରୁ ଜାଣିଛି। ନେଟ୍ସରେ ତାଙ୍କୁ ବହୁତ ବୋଲିଂ କରିଛି, ତେଣୁ ସେ ସ୍ପିନରଙ୍କୁ କିଭଳି ଖେଳନ୍ତି ତାହା ମୋତେ ଜଣାଥିଲା। ପିଚ୍ ଟିକେ ଷ୍ଟିକି ଥିଲା ଏବଂ ବଲ ଟର୍ଣ୍ଣ ହେଉଥିଲା, ଯାହା ମୋ ପାଇଁ ଲାଭଦାୟକ ହେଲା।” ଏହି ମ୍ୟାଚରେ ଜାଡେଜା ନିଜର ପୁରୁଣା ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ। ସେ ଗୋଟିଏ ଓଭରରେ ଦୁଇଟି ବଡ଼ ଉଇକେଟ ନେଇ ସିଏସ୍କେର ବ୍ୟାଟିଂ କ୍ରମକୁ ଦୋହଲାଇ ଦେଇଥିଲେ। ଜାଡେଜା ପ୍ରଥମେ ସରଫରାଜ ଖାନ ଏବଂ ପରେ ବିପଜ୍ଜନକ ବ୍ୟାଟର ଶିବମ ଦୁବେଙ୍କୁ ଆଉଟ କରିଥିଲେ। ମୋଟ ୩ ଓଭର ବୋଲିଂ କରି ସେ ମାତ୍ର ୧୮ ରନ ଦେଇ ୨ଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ହାସଲ କରିଥିଲେ।
ଏଥିସହ ପଢ଼ନ୍ତୁ: ପୁରୁଣା ପ୍ରେମ ଭୁଲି ପାରିଲେ ନାହିଁ… “କହିଲେ ମାହି ଭାଇଙ୍କୁ ବହୁତ ମିସ କରୁଥିଲି”

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ସୋମବାର ଦିନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ ସିଜିନର ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ୍ସର ଗୋଲାପୀ ରଙ୍ଗ ପିନ୍ଧି ରବିନ୍ଦ୍ର ଜାଡେଜା ଚେନ୍ନାଇ ସୁପର କିଙ୍ଗ୍ସର ଖେଳାଳିମାନଙ୍କ ସହିତ ଏକ ଭାବପ୍ରବଣ ପୁନର୍ମିଳନ କରିଥିଲେ। କିନ୍ତୁ ପ୍ରଶଂସକମାନେ ଗୌହାଟୀରେ ଏମଏସ୍ ଧୋନି-ରବୀନ୍ଦ୍ର ଜାଡେଜାଙ୍କ ପ୍ରେମକାହାଣୀ ଦେଖିପାରି ନଥିବାରୁ ଏହି ପୁନର୍ମିଳନ ଅସମ୍ପୂର୍ଣ୍ଣ ଲାଗିଥିଲା। କାରଣ ଧୋନୀ ଆହତ ଯୋଗୁ ଗ୍ରାଉଣ୍ଡରେ ନ ଥିଲେ। ଅଲରାଉଣ୍ଡରଙ୍କୁ ପଚରାଯାଇଥିଲା ଯେ ସେ ଆରଆର ବନାମ ସିଏସକେ ମ୍ୟାଚ୍ ପୂର୍ବରୁ ଧୋନିଙ୍କ ସହ କଥା ହୋଇଥିଲେ କି; ସେ 'ନା' ବୋଲି ଉତ୍ତର ଦେଇଥିଲେ। ଜାଡେଜା କହିଥିଲ ଯେ ପ୍ରଥମଥର ମୁଁ ରାଜସ୍ଥାନ ପାଇଁ ଖେଳୁଛି ଆଉ ଧୋନୀଙ୍କ ବିନା ଖେଳିବା ମୋ ପାଇଁ କଷ୍ଟ ମୁଁ ମାହି ଭାଇଙ୍କୁ ମିସ କରୁଛି।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories