Jadeja on ODI World Cup / ODI ଟିମ୍ରୁ ବାଦ୍ ପଡ଼ିବା ପରେ ମୁହଁ ଖୋଲିଲେ ଜାଡେଜା; କହିଲେ, ମୁଁ ୨୦୨୭ ବିଶ୍ବକପ୍ ଖେଳିବାକୁ ଚାହେଁ

Key Points
ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜ୍ ଦଳରେ ନାହାନ୍ତି ଜାଡେଜା । ଏହାକୁ ନେଇ ମୁହଁ ଖୋଲିଲେ ଜାଡେଜା । କହିଲେ, ମୁଁ ୨୦୨୭ ବିଶ୍ବକପ୍ ଖେଳିବାକୁ ଚାହେଁ।
ଅକ୍ଟୋବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ । ଏଥିପାଇଁ ବିସିସିଆଇ ପକ୍ଷରୁ ଦଳ ମଧ୍ୟ ଘୋଷଣା ହୋଇସାରିଛି । କିନ୍ତୁ ଦିନିକିଆ ସିରିଜ୍ ପାଇଁ ଘୋଷଣା ହୋଇଥିବା ଦଳରେ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜେ ସ୍ଥାନ ପାଇନାହାନ୍ତି । ଯାହାକୁ ନେଇ ସେ ଶନିବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । କେବଳ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ନୁହେଁ ବରଂ ୨୦୨୭ ଦିନିକିଆ ବିଶ୍ବକପକୁ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ଜାଡେଜା ।
ବିଶ୍ୱର ନମ୍ବର ୱାନ୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସ୍ପଷ୍ଟ କରିଛନ୍ତି ଯେ ସେ ୨୦୨୭ ODI ବିଶ୍ୱକପ୍ ଖେଳିବାକୁ ଚାହାଁନ୍ତି। ତଥାପି, ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ଚୟନ କରାଯିବା ଏବଂ ତାଙ୍କର ଖେଳିବା ନିଷ୍ପତ୍ତି ଚୟନକର୍ତ୍ତାଙ୍କ ଉପରେ ନିର୍ଭର କରେ। ଯେତେବେଳେ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ଗସ୍ତ ପାଇଁ ODI ଏବଂ T20 ଦଳ ଘୋଷଣା କଲା, ରବୀନ୍ଦ୍ର ଜାଡେଜାଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା ଯେ ସେ ଦଳରେ ରହିବେ ନାହିଁ ।
"ମୁଁ ୨୦୨୭ ବିଶ୍ୱକପ୍ ଖେଳିବାକୁ ଚାହେଁ"
📱 Get Argus News App
✨
ଦିଲ୍ଲୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ତିନୋଟି ୱିକେଟ ନେଇ ଭ୍ରମଣକାରୀ ଦଳର ଶୀର୍ଷ କ୍ରମକୁ ଅଡ଼ୁଆରେ ପକାଇଥିବା ଜାଡେଜା ଦିନର ଖେଳ ପରେ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥିତ ହୋଇଥିଲେ ଏବଂ ତାଙ୍କୁ ବିଶ୍ୱକପ୍ ବିଷୟରେ ପଚରାଯାଇଥିଲା । ଜାଡେଜା କହିଥିଲେ, "ମୁଁ ୨୦୨୭ ବିଶ୍ୱକପ୍ ଖେଳିବାକୁ ଚାହେଁ, ଏହା ସ୍ପଷ୍ଟ । ଏହା ସର୍ବଦା ଚୟନକର୍ତ୍ତାଙ୍କ ନିଷ୍ପତ୍ତି । ଭଲ କଥା ହେଉଛି ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଟିମ୍ ଚୟନ ପୂବର୍ରୁ ଚୟନକର୍ତ୍ତା, ପ୍ରଶିକ୍ଷକ ଏବଂ ଅଧିନାୟକ ମୋ ସହିତ କଥା ହୋଇଥିଲେ । କାହିଁକି ମୋତେ ଦଳରୁ ବାଦ ଦିଆଯାଇଛି ତାହା ମଧ୍ୟ ବୁଝାଇଥିଲେ ଏବଂ ମୁଁ କାରଣ ବୁଝିପାରୁଛି ବୋଲି ଜାଡେଜା କହିଛନ୍ତି ।
ଅଧିକ ପଢ଼ନ୍ତୁ: କ୍ରିକେଟରେ ବଡ଼ ଓଲଟପାଲଟ, ଦକ୍ଷିଣ ଆଫ୍ରିକାକୁ ହରାଇ ଇତିହାସ ରଚିଲା ନାମ୍ବିଆ
ତେବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବତ୍ତର୍ନ ହୋଇଛି । ଚୟନକର୍ତ୍ତାମାନେ ହଠାତ୍ ରୋହିତ ଶର୍ମାଙ୍କ ଠାରୁ ଅଧିନାୟକ ପଦ ଛଡ଼ାଇ ନେଇ ଶୁବମନ ଗିଲଙ୍କୁ ଦାୟିତ୍ବ ଦେଇଛନ୍ତି । ଯଦିଓ ରୋହିତ ଦିନିକିଆ ଦଳରେ ଅଛନ୍ତି କିନ୍ତୁ ଏବେ ସେ କେବଳ ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ଦଳରେ ଖେଳିବେ । ସେହିପରି ଅଷ୍ଟ୍ରେଲିଆ ସିରିଜରେ ବିରାଟ କୋହଲିଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ରୋହିତ ଓ ବିରାଟ ପୂର୍ବରୁ ୨୦୨୭ ଏକଦିବସୀୟ ବିଶ୍ୱକପ୍ ଖେଳିବାକୁ ଇଚ୍ଛା ପ୍ରକାଶ କରିସାରିଛନ୍ତି, କିନ୍ତୁ ଅଭିଜ୍ଞଙ୍କ ରିପୋର୍ଟ ଏବଂ ବିବୃତ୍ତିରୁ ଜଣାପଡୁଛି ଯେ ଏହା ଉଭୟଙ୍କ ପାଇଁ ସହଜ ହେବ ନାହିଁ।
ରୋହିତ ଶର୍ମା, ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜା ୱେଷ୍ଟଇଣ୍ଡିଜ ଆୟୋଜିତ ହୋଇଥିବା ଟି-୨୦ ବିଶ୍ବକପରରେ ବିଜୟ ପରେ T20 ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ଭାରତ ଏହି ବର୍ଷ ଆରମ୍ଭରେ ଅଷ୍ଟ୍ରେଲିଆ ଗସ୍ତ କରିଥିଲା। ସେହି ଗସ୍ତରେ ଟିମ୍ ଇଣ୍ଡିଆ ପରାଜୟ ବରଣ କରିଥିଲା, ଯାହା ତୃତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପହଞ୍ଚିବାର ସ୍ୱପ୍ନକୁ ଭାଙ୍ଗି ଦେଇଥିଲା । ଗସ୍ତ ସମୟରେ ଅଶ୍ୱିନ ଅବସର ନେଇଥିଲେ, କିନ୍ତୁ ଗସ୍ତ ପରେ କୋହଲି ଏବଂ ରୋହିତ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ । ତଥାପି ଜାଡେଜା ଟେଷ୍ଟ ଏବଂ ଏକଦିବସୀୟ ଖେଳିବା ଜାରି ରଖିଛନ୍ତି। ଜାଡେଜା ଗତ କିଛି ଦିନ ଧରି ଟେଷ୍ଟରେ ବ୍ୟାଟ୍ ଏବଂ ବଲ ସହିତ ଭଲ ପ୍ରଦର୍ଶନ କରିଛନ୍ତି ।
Related Topics
Explore more stories